
ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ଭୂମିକା’ ଦ୍ୱାରା ଗତ ୮ ତାରିଖରୁ ଗାନ୍ଧି ଷ୍ଟାଡିୟମଠାରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଚାଲିଥିବା ନାଟ୍ୟ କର୍ମଶାଳା ରବିବାର ସଂନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଏନ୍ଏସ୍ଡିରୁ ତାଲିମ ନେଇଥିବା ନାଟ୍ୟ ଗବେଷକ ବିଶ୍ୱଜିତ ବିଶ୍ୱାସ ୧୩ ଦିନ ଧରି ଛାତ୍ରଛାତ୍ରୀମାନଙ୍କୁ ନାଟକର ଆଭିମୁଖ୍ୟ ଓ ଅଭିନୟ ସମ୍ପର୍କରେ ତାଲିମ ଦେଇଥିଲେ।
ଉଦ୍ଯାପନୀ ଦିବସରେ କର୍ମଶାଳାରେ ତାଲିମ ନେଇଥିବା ଛାତ୍ରଛାତ୍ରୀମାନେ ପରିବେଷଣ କରିଥିଲେ କୋଶଳୀ ନାଟକ ‘ଅନ୍ଧାରୀ ରାଏଜ, ଆଡ଼ବୁଝା ରଜା’। ଛାତ୍ରଛାତ୍ରୀଙ୍କ ଅଭିନୟରେ ମୁଗ୍ଧ ହୋଇଥିଲେ ଦର୍ଶକ। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସାଇଟର ପ୍ରତିଷ୍ଠାତା ଶ୍ରୀକର ମିଶ୍ର ଯୋଗଦେଇଥିଲେ।
from Odisha Reporter https://ift.tt/2PdwOr0
No comments:
Post a Comment