ଆଜିଠୁ ବନ୍ଦ ହୋଇଗଲା ସାବରୀମାଲା ମନ୍ଦିର, ଆଉ ମହିଳାମାନେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

ଆଜିଠୁ ବନ୍ଦ ହୋଇଗଲା ସାବରୀମାଲା ମନ୍ଦିର, ଆଉ ମହିଳାମାନେ…

ଥିରୁଭନନ୍ତପୁରମ୍‌: ପରମ୍ପରା ଅନୁସାରେ ୫ ଦିନର ପୂଜାର୍ଚ୍ଚନା ପରେ ଆଜି ବନ୍ଦ ହୋଇଛି ସାବରୀମାଲା।  ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ବି ବିଭିନ୍ନ ସଂଗଠନର ବିରୋଧ ଯୋଗୁଁ ମହିଳାମାନେ ମନ୍ଦିରରେ ପ୍ରବେଶ କରିପାରିନାହାନ୍ତି । ପାଞ୍ଚ ଦିନରେ ୫ ଜଣ ମହିଳା ମନ୍ଦିର ପ୍ରବେଶ ଲାଗି ଉଦ୍ୟମ କରିଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ ବିକ୍ଷୋଭକାରୀ ତାଙ୍କୁ ପ୍ରବେଶ କରାଇ ଦେଇ ନ ଥିଲେ।

ସେପଟେ ରାୟର ପୁନର୍ବିଚାର ସମେତ ୧୯ଟି ମାମଲାର ଶୁଣାଣି ଆସନ୍ତାକାଲି କରିବାକୁ ସୁପ୍ରିମକୋର୍ଟ କୋର୍ଟ ସ୍ଥିର କରିଛନ୍ତି। ଅକ୍ଟୋବର୧୮ରୁ ପାଞ୍ଚ ଦିନ ପାଇଁ ଖୋଲିଥିବା ସାବରୀମାଲା ମନ୍ଦିର ସୋମବରା ବନ୍ଦ ହୋଇଛି ।  ମନ୍ଦିରରେ ପ୍ରବେଶ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ବି ବିରୋଧ ଯୋଗୁ ମହିଳାମାନେ ପ୍ରବେଶ କରିପାରିନାହାନ୍ତି।

ପରମ୍ପରା ରକ୍ଷା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ଯୋଗୁଁ ମହିଳାମାନେ ମନ୍ଦିରରେ ପ୍ରବେଶ କରିପାରିନାହାନ୍ତି । ସାମ୍ବାଦିକା ଓ ସାମାଜିକ କର୍ମୀଙ୍କ ସମେତ ୯ ଜଣ ମହିଳା ପ୍ରବେଶ ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି। ମନ୍ଦିର ଭିତରେ ବିକ୍ଷୋଭକାରୀ କ୍ୟାମ୍ପ କରି ରହିଥିବାରୁ ମନ୍ଦିର ବନ୍ଦ କରିବା ଜରୁରୀ ଥିବା ଦର୍ଶାଇ ମନ୍ଦିର ପ୍ରଶାସନ ସରକାରଙ୍କୁ ଚିଠି କରିଛି ।

ସେପଟେ ଘଟଣା ପାଇଁ ଆର୍‌ଏସ୍‌ଏସ୍‌କୁ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ। ତେବେ ବିରୋଧକୁ ଉଗ୍ର କରିବା ଲାଗି ଦଳୀୟ କର୍ମୀଙ୍କୁ ଉସୁକାଉଥିବା ଅଭିଯୋଗକୁ ବିଜେପି ଖଣ୍ଡନ କରିଛି । ଅନ୍ୟପଟେ ୧୦ରୁ ୧୫ ବର୍ଷର ମହିଳାଙ୍କ ପ୍ରବେଶ ନେଇ ଦେଇଥିବା ରାୟର ପୁନର୍ବିଚାର କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ ହୋଇଛି।  ଏଥିସହ ଏ ସଂପର୍କିତ ମୋଟ୍ ୧୯ଟି ମାମଲାର ଶୁଣାଣି ୨୩ ତାରିଖରେ କରିବାକୁ କୋର୍ଟ ସ୍ଥିର କରିଛନ୍ତି।



from Odisha Reporter https://ift.tt/2S7YOec

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages