ବଡ଼ ମେଡ଼ିକାଲ୍‌ରେ ବିଚିତ୍ର ଚିକିତ୍ସା ବ୍ୟବସ୍ଥା: ଏକ୍ସ-ରେ ପାଇଁ ୩ରୁ ୪ ଦିନ ଅପେକ୍ଷା କରିବାକୁ ପଡ଼ୁଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ବଡ଼ ମେଡ଼ିକାଲ୍‌ରେ ବିଚିତ୍ର ଚିକିତ୍ସା ବ୍ୟବସ୍ଥା: ଏକ୍ସ-ରେ ପାଇଁ ୩ରୁ ୪ ଦିନ ଅପେକ୍ଷା କରିବାକୁ ପଡ଼ୁଛି

କଟକ(ପ୍ରଭାତ ବିଷୋୟୀ): ପଥର ତଳେ ଚାପି ହୋଇ ରହୁଛି ରୋଗୀଙ୍କ ଭାଗ୍ୟ। ସରକାରୀ ସ୍ୱାସ୍ଥ୍ୟ ସେବାର ଏଭଳି ବିଚିତ୍ର ଅବସ୍ଥା କଟକ ବଡ଼ ଡାକ୍ତରଖାନା (ଏସ୍‌ସିବି ମେଡିକାଲ୍‌) ରେ ଦେଖିବାକୁ ମିଳିଛି। ଅଲଟ୍ରା ସାଉଣ୍ଡ୍‌ କିମ୍ବା ଏକ୍ସ-ରେ କରିବାକୁ ଆସୁଥିବା ଗୁରୁତର ରୋଗୀଙ୍କ ପାଇଁ ଏମିତି ବ୍ୟବସ୍ଥା କରିଛନ୍ତି ମେଡିକାଲ୍ କର୍ତ୍ତୃପକ୍ଷ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଏକ୍ସ-ରେ କରିବାକୁ ହେଲେ, ରୋଗୀଙ୍କୁ ୩ରୁ ୪ଦିନ ଅପେକ୍ଷା କରିବାକୁ ପଡ଼ୁଛି। ଏଥିପାଇଁ ରଞ୍ଜନ ରଶ୍ମୀ ବିଭାଗ ଆଗରେ ଡାକ୍ତର ଲେଖିଥିବା ପ୍ରେସ୍‌ସ୍କ୍ରିପ୍‌ସନ୍‌କୁ ପଥର ତଳେ ଚାପି ରଖି ଅପେକ୍ଷା କରୁଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ। ରୋଗୀଙ୍କ ଅବସ୍ଥା ଯେତେ ସଙ୍କଟାପନ୍ନ ଥାଉନା କାହିଁକି, ପାଳି ନ ପଡ଼ିବା ଯାଏ ବିଭାଗୀୟ କର୍ମଚାରୀ କିଛି ଶୁଣନ୍ତି ନାହିଁ ବୋଲି ରୋଗୀଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି।

ଏସ୍‌ସିବିର ଆଞ୍ଚଳିକ ନିଦାନ କେନ୍ଦ୍ରରେ ଗୋଟିଏ ସିଟି ସ୍କାନ ମେସିନ୍ ରହିଛି। ତାହା ପୁଣି ଅଚଳ ସିଟି ସ୍କାନ୍‌ ମେସିନ୍‌ ସଜଡ଼ା ଯାଉନଥିବାରୁ ଟିଟିଲାଗଡ଼ରୁ ଆସିଥିବା ମଙ୍ଗବତ୍ ବାଗ୍ ୨୫ ଦିନ ହେଲା ଅପେକ୍ଷା କରି ରହିଛନ୍ତି। ଫଳରେ ତାଙ୍କ ମୁହଁରେ ହୋଇଥିବା ଟ୍ୟୁମର୍‌ ଏବେ ଅସ୍ୱାଭାବିକ ଭାବେ ବଢୁଛି। ପାଖରେ ଟଙ୍କା ନଥିବାରୁ ବାହାରେ ପରୀକ୍ଷା କରି ନ ପାରି ଏସ୍‌ସିବିରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ଏହି ରୋଗୀ।

ଏଭଳି ଅବ୍ୟବସ୍ଥା ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ୨ ସପ୍ତାହ ଭିତରେ ଟୋକନ୍ ବ୍ୟବସ୍ଥା ପ୍ରଚଳନ କରି ଅଲଟ୍ରା ସାଉଣ୍ଡ ସିଷ୍ଟମ୍‌କୁ ବ୍ୟବସ୍ଥିତ କରାଯିବ ଓ ସିଟି ସ୍କାନ୍‌ ମେସିନ୍‌ ଖୁବ୍‌ ଶୀଘ୍ର ଠିକ କରାଯିବ ବୋଲି ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି।

ଲୋକଙ୍କୁ ମାଗଣାରେ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ‘ଆୟୁଷ୍ମାନ ଭାରତ’ ଯୋଜନାରେ ସାମିଲ ନ ହୋଇ ନିଜସ୍ୱ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନା ଆରମ୍ଭ କରିଛନ୍ତି। କିନ୍ତୁ ବିନା ଭିତ୍ତିଭୂମିରେ କିପରି ରୋଗୀଙ୍କ ସ୍ୱାସ୍ଥ୍ୟର କଲ୍ୟାଣ ହେଉଛି ତାହା ରାଜ୍ୟର ସବୁଠୁ ବଡ଼ କୁହାଯାଉଥିବା ମେଡିକାଲ୍‌ର ଏଭଳି ଚିତ୍ରରୁ ସ୍ପଷ୍ଟ ହୋଇଛି।



from Odisha Reporter https://ift.tt/2EIhpLl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages