ଭାରତରେ ବ୍ୟାନ୍‌ ହେଲା ୮୨୭ଟି ପର୍ନ ସାଇଟ୍‌  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ଭାରତରେ ବ୍ୟାନ୍‌ ହେଲା ୮୨୭ଟି ପର୍ନ ସାଇଟ୍‌ 

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ରାତି ଅଧରେ ପ୍ରେମିକାକୁ ଭିଡିଓ କଲ୍‌ରେ ଦେଖୁଚି ପ୍ରେମିକ। ପାର୍କ୍ ଆଉ ହୋଟେଲ୍‌ରେ କରୁଛି ରୋମାନ୍ସ। ସ୍ମାର୍ଟଫୋନ୍ ଆଉ ଇଣ୍ଟରନେଟ୍ ମନରୁ ହଜେଇ ଦେଇଛି ଲାଜ। ଅଶ୍ଳୀଳ ଭିଡିଓ ଦେଖିବା, ଆଉ ଗ୍ରୁପ୍ ସେକ୍ସ ଭଳି ଲଜ୍ଜାଜନକ କାର୍ଯ୍ୟ ଆଜିକାଲି ସାଧାରଣ କଥା ହୋଇଯାଇଛି। ଇଣ୍ଟରନେଟ୍‌ରେ ମେଞ୍ଚା ମେଞ୍ଚା ୱେବ୍‌ସାଇଟ୍‌ରେ ମିଳିଯାଉଛି ମନ ମୁତାବକ ଯୌନଉଦ୍ଦୀପକ ଭିଡିଓ।
 
ହେଲେ ଏବେ ଆଉ ଏ ସୁବିଧା ମିଳିବନି।  ଇଣ୍ଟରନେଟ୍‌କୁ ମାଧ୍ୟମ କରି ନିଜ ଯୌନ ଉଦ୍ଦୀପନାକୁ ପ୍ରଶମିତ କରୁଥିବା ଗୋଷ୍ଠୀଙ୍କ ପାଇଁ ଅଡୁଆ ଆରମ୍ଭ ହୋଇଛି। ମୋବାଇଲରେ ମନ ମୁତାବକ ‘କି’ ୱାର୍ଡସ୍‌ ଦେଇ ପର୍ନ ଭିଡିଓ ସର୍ଚ୍ଚ କରୁଥିବା ଗୋଷ୍ଠୀଙ୍କୁ ଲାଗିଛି ବଡ଼ ଝଟ୍‌କା। ଭାରତରେ ବନ୍ଦ ହେବାକୁ ବସିଛି ପର୍ନ ସାଇଟ୍। କୋର୍ଟଙ୍କ ନିଷ୍ପତ୍ତି କ୍ରମେ ଏଥିରେ ଅଙ୍କୁଶ ଲଗାଇଛନ୍ତି ସରକାର। ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ପରେ ପ୍ରଥମ ଦଫାରେ ୮୨୭ଟି ପର୍ନ ସାଇଟ୍‌କୁ ବ୍ୟାନ୍‌ କରିଦିଆ ଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟଗୁଡିକ ମଧ୍ୟ ବନ୍ଦ କରି ଦିଆଯିବ ବୋଲି ଜଣାପଡିଛି।
 
ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟ ଅନ୍ତର୍ଗତ ଡିପାର୍ଟମେଣ୍ଟ୍ ଅଫ୍ ଟେଲିକମ୍ (ଡି ଓ ଟି ) ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡରମାନଙ୍କୁ ପାଖାପାଖି ୮୨୭ଟି ଅଶ୍ଳୀଳ ଭିଡିଓ ପରିବେଷଣ କରୁଥିବା ୱେବସାଇଟ୍‌କୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଏହି ସବୁ ୱେବସାଇଟ୍‌ ଅଶ୍ଳୀଳ ଭିଡିଓ ପ୍ରଚାର ପ୍ରସାରରେ ବଡ଼ ଭୂମିକା ନେଇଥିଲେ। ଉତ୍ତରାଖଣ୍ଡ ଉଚ୍ଚନ୍ୟାୟାଳୟ ଇଲେକ୍‌ଟ୍ରୋନିକ୍ସ ଆଣ୍ଡ୍ ଆଇଟି ମନ୍ତ୍ରଣାଳୟକୁ ୮୫୭ଟି ୱେବସାଇଟ୍‌ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରଣାଳୟର କହିବା ଅନୁସାରେ ସେଥିମଧ୍ୟରୁ ୩୦ଟି ୱେବ୍‌ସାଇଟ୍‌ରେ କୌଣସି ଆପତ୍ତିଜନକ ଭିଡିଓକୁ ପ୍ରଚାର କରାଯାଉ ନାହିଁ।
 
ତେବେ ଅନ୍ୟ ୮୨୭ଟ ସାଇଟ୍‌କୁ ତ୍ୱରିତ ଭିତ୍ତିରେ ବନ୍ଦ କରିବା ପାଇଁ ଯୋଗାଯୋଗ ମନ୍ତ୍ରଣାଳୟ ଡିଓଟି(Department of Telecom)କୁ ନିର୍ଦ୍ଦେଶ ଦେଇଛି। ସେପ୍ଟେମ୍ବର ୨୭ରେ ଉତ୍ତରାଖଣ୍ଡ ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେବା ପରେ ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶ ଦେଇଛି।


from Odisha Reporter https://ift.tt/2PVd8VY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages