ଅଷ୍ଟ୍ରେଲିଆ ଫିକ୍ସିଂ କରିଛି କି? ଟ୍ୱିଟରରେ ପ୍ରଶ୍ନର ଝଡ଼, ଆଫ୍ରିଦି ବି ପଚାରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ଅଷ୍ଟ୍ରେଲିଆ ଫିକ୍ସିଂ କରିଛି କି? ଟ୍ୱିଟରରେ ପ୍ରଶ୍ନର ଝଡ଼, ଆଫ୍ରିଦି ବି ପଚାରିଲେ

ଦୁବାଇ: ଟିମ୍‌ ଅଷ୍ଟ୍ରେଲିଆ ଉପରେ ପୁଣିଥରେ ଫିକ୍ସିଂର କଳା ବାଦଲ ଘୋଟି ଆସିଛି। କିଛି ଦିନ ତଳେ’ ଅଲ ଜଜୀରା’ ଚ୍ୟାନେଲ୍‌ ୨୦୧୧-୧୨ରେ ଅଷ୍ଟ୍ରେଲିଆର କିଛି ଖେଳାଳି ସ୍ପଟ୍‌ ଫିକ୍ସିଂ କରିଥିବା ଦାବି କରିଥିଲା।

ଏବେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ ପରେ ଏହି ଦାବି ଜୋର ଧରିଛି। ବିଶେଷ କରି ଅଷ୍ଟ୍ରେଲିଆ ଭଳି ଏକ ଶକ୍ତିଶାଳୀ ଟିମ୍‌ର ବ୍ୟାଟିଂ ଦେଖି ସମସ୍ତେ ଏଭଳି ଫିକ୍ସିଂ କଥା ଉଠାଇଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାକିସ୍ତାନର ପୂର୍ବତନ କ୍ରିକେଟର୍‌ ସାହିଦ୍‌ ଆଫ୍ରିଦି ମଧ୍ୟ ଅଷ୍ଟ୍ରେଲିଆ ଟିମ୍‌ର ବ୍ୟାଟିଂକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବାରୁ ଏହି ବିବାଦ ଆହୁରି ତେଜୀୟାନ ହୋଇଛି।

ପାକିସ୍ତାନ ବିପକ୍ଷ ପ୍ରଥମ ଟି-୨୦ରେ ଆରୋନ୍‌ ଫିଞ୍ଚଙ୍କ ନେତୃତ୍ୱାଧୀନ ଟିମ୍‌ ଅଷ୍ଟ୍ରେଲିଆ ମାତ୍ର ୮୯ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଫଳରେ ପାକିସ୍ତାନ ପ୍ରଥମ ମ୍ୟାଚ୍‌ଟିକୁ ୬୬ ରନ୍‌ରେ ଜିତି ନେଇଛି।

ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୫୫ ରନ୍‌ କରିଥିଲା। ଟି-୨୦ରେ ୧୫୬ ରନ୍‌ର ଟାର୍ଗେଟ ପାଇଥିବା ଅଷ୍ଟ୍ରେଲିଆ ଏହାକୁ ଅତି ସହଜରେ ହାସଲ କରିନେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଦଳର ୩ ଜଣ ବ୍ୟାଟସ୍‌ମ୍ୟାନ୍‌ ହିଁ ୨ ଅଙ୍କ ଛୁଇଁ ପାରିଥିଲେ। କ୍ରିସ୍‌ ଲିୟନ୍‌ ୧୪, ଅଷ୍ଟନ୍‌ ଅଗର ୧୯ ଓ ନେଥନ କୁଲଟର୍‌ ନାଇଲ୍‌ଙ୍କ ୩୪ ରନ୍‌କୁ ଛାଡ଼ି ଦେଲେ ଅନ୍ୟ ୮ ଜଣ ବ୍ୟାଟସ୍‌ମ୍ୟାନ୍‌ମାନେ ୧୦ ଉପରକୁ ରନ୍‌ କରିପାରି ନଥିଲେ। ମ୍ୟାଚ୍‌ ଆରମ୍ଭରୁ ହିଁ ଅଷ୍ଟ୍ରେଲିଆର ବ୍ୟାଟସ୍‌ମ୍ୟାନ୍‌ମାନେ ଜଣଙ୍କ ପରେ ଜଣେ ଆଉଟ୍‌ ହେବାକୁ ଲାଗିଥିଲେ।

ପାକିସ୍ତାନ ପକ୍ଷରୁ ଦଳକୁ କମ୍‌ ବ୍ୟାକ୍‌ କରିଥିବା ସ୍ପିନିଂ ଅଲରାଉଣ୍ଡର ଇମାଦ ୱାସିମ ୪ ଓଭର୍‌ରେ ୨୦ ରନ୍‌ ଦେଇ ୩ଟି ୱିକେଟ୍‌ ନେଇଥିବା ବେଳେ ଫହେମ ଅଶ୍ରଫ୍‌ ଓ ଶାହେନ୍‌ ଆଫ୍ରିଦି ୨ଟି ଲେଖାଏ ୱିକେଟ୍‌ ନେଇଥିଲେ। ସେହିପରି ହାସଲ ଅଲ୍ଲୀ ଓ ଶଦାବ ଖାନ୍‌ ଗୋଟିଏ ଲେଖାଏ ୱିକେଟ୍‌ ପାଇଛନ୍ତି।

ଅଷ୍ଟ୍ରେଲିଆର ଏଭଳି ବ୍ୟାଟିଂ ଦେଖି ଆଫ୍ରିଦି କହିଛନ୍ତି, ପ୍ରଥମେ ଟେଷ୍ଟ୍‌ ଏବଂ ଏବେ ଟି-୨୦ରେ ଅଷ୍ଟ୍ରେଲିଆ ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ପ୍ରକୃତରେ ଟିମ୍‌ ଅଷ୍ଟ୍ରେଲିଆର ଅସୁବିଧା କେଉଁଠି ରହୁଛି? ତେବେ ପାକିସ୍ତାନ ଏହି ଫର୍ମାଟରେ ବିଶ୍ୱର ନଂ୧ ବୋଲି ପୁଣି ପ୍ରମାଣିତ କରିଛି ବୋଲି ଆଫ୍ରିଦି ଟ୍ୱିଟ୍‌ କରିଛନ୍ତି। କେବଳ ଆଫ୍ରିଦି ନୁହନ୍ତି, ଅନେକ ଟ୍ୱିଟର୍‌ ବ୍ୟବହାରକାରୀ ଅଷ୍ଟ୍ରେଲିଆ ଫିକ୍ସିଂ କରିଛି କି ବୋଲି ପ୍ରଶ୍ନ କରିଛନ୍ତି।

ଟି-୨୦ ପୂର୍ବରୁ ଅଷ୍ଟ୍ରେଲିଆ ପାକିସ୍ତାନଠାରୁ ୦-୧ରେ ଟେଷ୍ଟ୍‌ ସିରିଜ୍‌ ହାରିଥିଲା।

ଏବେ ଉଭୟ ଦେଶ ମଧ୍ୟରେ ଅବୁଧାବିରେ ୩ଟିକିଆ ଟି-୨୦ ସିରିଜ୍‌ ଚାଲିଛି। ୨୬ ତାରିଖରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଅବୁଧାବିରେ ହେବ।



from Odisha Reporter https://ift.tt/2O438ba

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages