ଶ’ଙ୍କ ଐତିହାସକ ଟନ୍‌, ୱେଷ୍ଟଇଣ୍ଡିଜ୍‌ ବୋଲର୍‌ଙ୍କୁ ପୂରା ଦିନ ଧୂଲେଇ କଲା ଟିମ୍‌ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 4, 2018

ଶ’ଙ୍କ ଐତିହାସକ ଟନ୍‌, ୱେଷ୍ଟଇଣ୍ଡିଜ୍‌ ବୋଲର୍‌ଙ୍କୁ ପୂରା ଦିନ ଧୂଲେଇ କଲା ଟିମ୍‌ ଇଣ୍ଡିଆ

ରାଜକୋଟ୍‌: ଡେବ୍ୟୁଟାଣ୍ଟ୍‌ ପୃଥ୍ୱୀ ଶ’ଙ୍କ ଐତିହାସିକ ଡେବ୍ୟୁ ଶତକକୁ ଆଧାର କରି ଟିମ୍‌ ଇଣ୍ଡିଆ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ବିଶାଳ ସ୍କୋର ହାସଲ କରିବା ଦିଗରେ ଅଗ୍ରସର ହୋଇଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ମାତ୍ର ୪ଟି ୱିକେଟ୍‌ ହରାଇ ୩୬୪ ରନ୍‌ ସଂଗ୍ରହ କରିଛି। ପ୍ରଥମଦିନର ଷ୍ଟମ୍ପ ଅପସାରଣ ହେବା ବେଳକୁ ଅଧିନାୟକ ବିରାଟ୍‌ କୋହଲି ୭୨ ରନ୍‌ ଓ ୱିକେଟ୍‌ କିପର୍‌ ବ୍ୟାଟସ୍‌ମ୍ୟାନ୍‌ ରିଷଭ ପନ୍ତ ୧୭ ରନ୍‌ କରି ଅପରାଜିତ ରହିଛନ୍ତି।

ଭାରତ ପକ୍ଷରୁ ଶ’ ସର୍ବାଧିକ ୧୩୪ ରନ୍‌ କରିଥିବା ବେଳେ ଚେତେଶ୍ୱର ପୂଜାରା ୮୬ ଓ ବିରାଟ୍‌ଙ୍କ ଡେପୁଟି ଅଜିଙ୍କ୍ୟ ରାହଣେ ୪୧ ରନ୍‌ କରି ଆଉଟ୍‌ ହୋଇଛନ୍ତି। ସେହିପରି ଓପନିଂ ବ୍ୟାଟସ୍‌ମ୍ୟାନ୍‌ ଲୋକେଶ ରାହୁଲ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍‌ ଫେରିଥିଲେ। ମୋଟାମୋଟି କହିବାକୁ ଗଲେ ଆଜି ଦିନ ତମାମ୍‌ ୱେଷ୍ଟ୍‌ଇଣ୍ଡିଜ୍‌ ବୋଲର୍‌ଙ୍କୁ ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ ପ୍ରବଳ ଧୂଲେଇ କରିଥିଲେ।

ତଥାପି ୱେଷ୍ଟଇଣ୍ଡିଜ୍‌ର ଫାଷ୍ଟ୍‌ ବୋଲର୍‌ ଶାହାନଓନ୍‌ ଗ୍ରାବିଏଲ୍‌ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବୋଲର୍‌ ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ଙ୍କ ଉପରେ ଚାପ ସୃଷ୍ଟି କରିପାରିନାହାନ୍ତି। ଗ୍ରାବିଏଲ୍‌ ୧୮ ଓଭର୍‌ ବୋଲିଂ କରି ମାତ୍ର ୬୬ ରନ୍‌ ଦେଇ ଗୋଟିଏ ୱିକେଟ୍‌ ନେଇଛନ୍ତି। ସେହିପରି ଶେରମାନ୍‌ ଲୁଇସ୍,ଦେବେନ୍ଦ୍ର ବିଶୁ ଓ ରୋଷ୍ଟନ୍‌ ଚେସ୍‌ ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।

ଗୁଜରାଟ୍‌ ରାଜକୋଟ୍‌ ପଡ଼ିଆରେ ଟସ୍‌ ଜିତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳ ପକ୍ଷରୁ ଡେବ୍ୟୁ କରୁଥିବା ପୃଥ୍ୱୀ ଶ’ଙ୍କ ସହ ଅଭିଜ୍ଞ ଲୋକେଶ ରାହୁଲ ଇନିଂସ୍‌ ଓପନ୍‌ କରିଥିଲେ। ତେବେ ଦଳୀୟ ସ୍କୋର ମାତ୍ର ୩ ଥିବା ବେଳେ ଲୋକେଶ ରାହୁଲ ଗ୍ରାବିଏଲ୍‌ଙ୍କ ଇନ୍‌ସୁଇଂକୁ ବୁଝି ନପାରି ଖାତା ଖୋଲିବା ପୂର୍ବରୁ ଲେଗ ବିଫୋର ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ।

ପ୍ରାରମ୍ଭିକ ଝଟ୍‌କା ପାଇଥିବା ଟିମ୍‌ ଇଣ୍ଡିଆ ସାମାନ୍ୟ ଚାପ୍‌ରେ ଥିବା ବେଳେ ପୃଥ୍ୱୀ ଶ’ ତାଙ୍କର ଜଲୱା ଦେଖାଇ ଇଣ୍ଡିଜ ବୋଲର୍‌ଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଅନ୍ୟପଟେ ପୂରା ସମର୍ଥନ ଦେଇଥିଲେ ଟିମ୍‌ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ୍‌ ଚେତେଶ୍ୱର ପୂଜାରା। ଉଭୟ ୨ୟ ୱକେଟ୍‌ ପାଇଁ ୨୦୬ ରନ୍‌ର ଭାଗିଦାରୀ କରିଥିଲେ। ତେବେ ପୂଜାର ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ଶେରମାନ୍‌ ଲୁଇସ୍ ଆଉଟ୍‌ କରିଦେଇଥିଲେ।

ପ୍ୟାଭିଲିୟନ୍‌ ଫେରିବା ପୂର୍ବରୁ ପୂଜାରା ୧୩୦ ବଲ୍‌ରେ ୮୬ ରନ୍‌ର ଇନିଂସ୍‌ ଖେଳିଥିଲେ। ୩ୟ ୱିକେଟ୍‌ ପାଇଁ ପୃଥ୍ୱୀଙ୍କ ସହ ମିଶି ବିରାଟ୍ ସ୍କୋର ବୋର୍ଡକୁ ଆଗକୁ ନେଇଥିଲେ। କିନ୍ତୁ ୧୩୪ ରନ୍‌ କରିଥିବା ଡେବ୍ୟୁଟାଣ୍ଟ୍‌ ପୃଥ୍ୱୀ ଶ’ଙ୍କୁ ବିଶୋ ଆଉଟ୍‌ କରି ଭାରତକୁ ବ୍ୟାକ୍‌ଫୁଟ୍‌କୁ ଠେଲିବାକୁ ଚେଷ୍ଟା କରିଥିଲେ। ହେଲେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ ଏବଂ ତାଙ୍କ ଡେପୁଟି ଅଜିଙ୍କ୍ୟ ରାହଣେ ନିଜ ଅଭିଜ୍ଞତାର ଭରପୂର ଉପଯୋଗ କରି ଇଣ୍ଡିଜ୍ ବୋଲରଙ୍କୁ ନୟାନ୍ତ କରିଥିଲେ।

ଉଭୟ ୪ର୍ଥ ୱିକେଟ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ ୧୦୫ ରନ୍‌ର ଭାଗିଦାରୀ କରିଥିଲେ। ଇତି ମଧ୍ୟରେ ବିରାଟ୍‌ ତାଙ୍କ ଟେଷ୍ଟ କ୍ୟାରିୟର୍‌ରେ ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ । ଖେଳ ଶେଷ ହେବାକୁ ଆଉ ମାତ୍ର କିଛି ମିନିଟ୍‌ ବାକି ଥିବା ବେଳେ ୪୧ ରନ୍‌ କରିଥିବା ଅଜିଙ୍କ୍ୟ ରାହଣେଙ୍କୁ ରୋଷ୍ଟନ୍‌ ଚେସ୍‌ ଆଉଟ୍‌ କରି ଭାରତକୁ ୪ର୍ଥ ଝଟ୍‌କା ଦେଇଥିଲେ। ତେବେ ଏହାପରେ ଅଧିନାୟକ କୋହଲି (୭୨) ଏବଂ ରିଷଭ ପନ୍ତ ଭାରତକୁ ଷ୍ଟମ୍ପ ଅପସାରଣ ପର୍ଯ୍ୟନ୍ତ ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ।

 



from Odisha Reporter https://ift.tt/2NmwDV6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages