
ରାଜକୋଟ: ଟିମ୍ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ଦମ୍ଦାର ବ୍ୟାଟିଂ କରିଛନ୍ତି। ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ପୂଜାରା ୮୬ ରନ୍ର ପାଳି ଖେଳିଛନ୍ତି। ତେବେ ସେ ପଡ଼ିଆରେ ଏମିତି କିଛି କାମ କରିଥିଲେ, ଯାହା ଅନ୍ତର୍ଜାତୀୟ କ୍ରକେଟ୍ରେ ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା।
ସୌରାଷ୍ଟ୍ରର ଏହି ବ୍ୟାଟସ୍ମ୍ୟାନ୍ ରାଜକୋଟ୍ର ପରିବେଶକୁ ବେଶ ଭଲ ଭାବେ ଜାଣିଛନ୍ତି। ତେଣୁ ଏହା ସହ ଖାପ ଖୁଆଇ ଡିହାଇଡ୍ରେସନରୁ ବର୍ତ୍ତିବା ପାଇଁ ସାଙ୍ଗରେ ଏକ ଛୋଟିଆ ପାଣି ବୋତଲ ନେଇ ପଡ଼ିଆକୁ ଆସିଥିଲେ। ସେ ପୃଥ୍ୱୀ ଶ’ଙ୍କ ସହ ୨୦୬ ରନ୍ ଭାଗିଦାରୀ କରିଥିବା ବେଳେ ମଝିରେ ମଝିରେ ପ୍ୟାଣ୍ଟ ପକେଟ୍ରେ ରଖିଥିବା ବୋତଲ ବାହାର କରି ପାଣି ପିଇଥିଲେ।
ପୂଜାରା ପ୍ୟାଣ୍ଟ୍ ପକେଟ୍ରୁ ବୋତଲ୍ ବାହାର କରି ସେଥିରୁ ପାଣି ପିଇ ପୁଣି କେମିତି ଏହାକୁ ପକେଟ୍ରେ ରଖୁଛନ୍ତି, ତା’ର ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। କିଛି ଲୋକ ସେ ବୋତଲକୁ ଥାଇପ୍ୟାଡ୍ ଭାବେ ବ୍ୟବହାର କରୁଥିଲେ ବୋଲି ମତ ଦେଇଛନ୍ତି।
ପୂଜାରା ଆଜିର ଇନିଂସ୍ରେ ୧୪ଟି ଆକର୍ଷଣୀୟ ଚୌକା ମାରିଛନ୍ତି।
— Kabali of Cricket (@KabaliOf) October 4, 2018
from Odisha Reporter https://ift.tt/2QuG4nr
No comments:
Post a Comment