କାର୍‌ ଭିତରୁ ମହିଳାଙ୍କ ଶବ ମିଳିବା ଘଟଣାରୁ ରହସ୍ୟ ହଟିଲା, ପ୍ରେମ ପାଇଁ ସ୍ୱାମୀ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 4, 2018

କାର୍‌ ଭିତରୁ ମହିଳାଙ୍କ ଶବ ମିଳିବା ଘଟଣାରୁ ରହସ୍ୟ ହଟିଲା, ପ୍ରେମ ପାଇଁ ସ୍ୱାମୀ…

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରକୀୟା ପ୍ରୀତିର କରୁଣ ପରିଣତି। ଗାର୍ଲଫ୍ରେଣ୍ଡ ପାଇଁ ପତ୍ନୀକୁ ହତ୍ୟା କଲା ସ୍ୱାମୀ। ଶେଷରେ ପ୍ରମାଣ ନଷ୍ଟ କରିବା ପାଇଁ ମଧ୍ୟ ଉଦ୍ୟମ କରିଥିଲା। ଏଭଳି ଅଭିଯୋଗ ଭିତ୍ତିରେ ଗାର୍ଲଫ୍ରେଣ୍ଡଙ୍କ ସହ ଅଭିଯୁକ୍ତ ସ୍ୱାମୀକୁ ଭୁବନେଶ୍ୱର କମିଶନରେଟ୍‌ ପୁଲିସ ଆଜି ଗିରଫ କରିଛି।

ପୁଲିସ ସୂଚନା ଅନୁଯାୟୀ, ଗାର୍ଲଫ୍ରେଣ୍ଡଙ୍କୁ ନେଇ ସଂଗ୍ରାମ ଆଇଚ ଓ ପତ୍ନୀ ତନୁଜାଙ୍କ ମଧ୍ୟରେ ନିୟମିତ କଳହ ଲାଗୁଥିଲା। ଗତ ରବିବାର ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଂଗ୍ରାମ ପତ୍ନୀ ତନୁଜାଙ୍କୁ ମାଡ଼ ମାରିବା ସହ ତାଙ୍କ ନାକ ଓ ପାଟିକୁ ଚାପି ବନ୍ଦ କରି ଦେଇଥିଲା। ଏଥିରେ ତନୁଜା ସଜ୍ଞାହୀନ ହୋଇଯାଇଥିଲେ।

ଅବସ୍ଥା ଗୁରୁତର ହୋଇପଡ଼ିବାରୁ ନିଜ ଗାର୍ଲଫ୍ରେଣ୍ଡକୁ ସଂଗ୍ରାମ ଡକାଇଥିଲା। ଆଉ ତା’ପରେ ଗାର୍ଲଫ୍ରେଣ୍ଡଙ୍କ ସହ ସଂଗ୍ରାମ ଓ ତାଙ୍କ ପୁଅ ତନୁଜାଙ୍କୁ ପ୍ରଥମେ କାର୍‌ରେ କ୍ୟାପିଟାଲ ହସ୍ପିଟାଲ ନେବାକୁ ଯାଇଥିଲେ। ହେଲେ ସେଠାରେ ଚିକିତ୍ସା ନକରାଇ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତନୁଜାଙ୍କୁ ମୃତ ଘୋଷଣା କରିଥିଲେ।

ତନୁଜା ମରୁତ ବୋଲି ଜାଣିବା ପରେ ସଂଗ୍ରାମ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଉପାୟଶୂନ୍ୟ ହୋଇପଡ଼ିଥିଲେ। ଶେଷରେ ମୃତଦେହକୁ ଡିସ୍‌ପୋଜ୍‌ କରିବାକୁ ସେମାନେ ଯୋଜନା କରିଥିଲେ। ଗାର୍ଲଫ୍ରେଣ୍ଡ ହଷ୍ଟେଲ୍‌ରେ ରହିଯିବା ସହ ତନୁଜାଙ୍କ ମୋବାଇଲ ଫୋନକୁ ନିଜ ପାଖରେ ଲୁଚାଇ ରଖିଥିଲେ।

ତନୁଜାଙ୍କ ମୃତଦେହ ଡିସ୍‌ପୋଜ୍‌ କରିବାକୁ ସଂଗ୍ରାମ ତାଙ୍କ ପୁଅକୁ ଧରି ଯାଉଥିବା ବେଳେ ସାମନ୍ତରାପୁର ଅଞ୍ଚଳରେ ଏକ ହାଇଓ୍ୱା ସହ କାର୍‌ର ସାମାନ୍ୟ ଦୁର୍ଘଟଣା ହୋଇଥିଲା। ଏ ସମ୍ପର୍କରେ ଜାଣିବା ପରେ ଘଟଣାସ୍ଥଳକୁ ସ୍କୁଟି ଧରି ଆସିଥିଲେ ଗାର୍ଲଫ୍ରେଣ୍ଡ। ପରେ କାରରେ ତନୁଜାଙ୍କ ମୃତଦେହକୁ ସାମନ୍ତରାପୁର ନିକଟରେ ରଖି ସଂଗ୍ରାମ ତାଙ୍କ ପୁଅକୁ ଧରି କୋଲକାତା ଫେରାର ହୋଇଯାଇ ଥିଲା। ସଂଗ୍ରାମଙ୍କ କଲ୍‌ ଡିଟେଲସରୁ ପୁଲିସ୍ ଗାର୍ଲଫ୍ରେଣ୍ଡର ସୁରାଗ ପାଇଥିଲା ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି।

ଅଭିଯୁକ୍ତ ସଂଗ୍ରାମ ନାଁରେ ପୂର୍ବରୁ ଏକ ଦୁଷ୍କର୍ମ ମାମଲା ରହିଛି। ସେହି ଘଟଣାରେ ପୁଲିସ ତାକୁ ଗିରଫ କରି ପାରି ନଥିଲା। ପୁଣି ତନୁଜାଙ୍କୁ ହତ୍ୟା ନେଇ ଆଉ ଏକ ମାମଲା ସଂଗ୍ରାମଙ୍କ ନାଁରେ ଯୋଡ଼ି ହୋଇଯାଇଛି। ଏପଟେ ପୁଲିସ ସଂଗ୍ରାମଙ୍କ ପୁଅକୁ ତା’ ମା ତନୁଜାଙ୍କ ବାପଘରକୁ ପଠାଇବା ଲାଗି ନିଷ୍ପତ୍ତି ନେଇଛି।



from Odisha Reporter https://ift.tt/2xYuc6i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages