ଆଇସିସିକୁ ଜୟସୁରିୟାଙ୍କ ବେଖାତିର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 15, 2018

ଆଇସିସିକୁ ଜୟସୁରିୟାଙ୍କ ବେଖାତିର!

ଲଣ୍ଡନ୍‌: ଟିମ୍‌ ଶ୍ରୀଲଙ୍କାର ମହାନ୍‌ କ୍ରିକେଟର୍‌ ସନଥ ଜୟସୁରିୟା ଆଇସିସି ଦୁର୍ନୀତି ନିରୋଧକ କୋଡ୍‌ର ଦୁଇ ଦୁଇଟି ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ତେବେ ଏସଂକ୍ରାନ୍ତରେ ମତ ରଖିବାକୁ ତାଙ୍କୁ ଆଜିଠାରୁ ଆଇସିସି ପକ୍ଷରୁ ୧୪ ଦିନର ମହଲତ ଦିଆଯାଇଛି।

ସନଥ ଜୟସୁରିୟା ୨୦୧୭ ମସିହା ସେପ୍ଟେମ୍ବର ମାସ ଯାଏ ଟିମ୍‌ ଶ୍ରୀଲଙ୍କାର ଚୟନ କମିଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ତେବେ ଅପ୍ରତ୍ୟାଶିତ ଭାବେ ଜୟସୁରିୟାଙ୍କ ସମେତ ଚୟନ କମିଟିରେ ଥିବା କିଛି ସଦସ୍ୟ ଇସ୍ତଫା ଦେଇଥିଲେ।

ତେବେ ଜୟସୁରିୟାଙ୍କ କାର୍ଯ୍ୟକାଳ ସମୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ଆଇସିସିର ଦୁର୍ନୀତି ନିରୋଧକ ସଂସ୍ଥା ପକ୍ଷରୁ ଆରମ୍ଭ ହୋଇଥିଲା। ଜୟସୁରିୟାଙ୍କୁ ତଦନ୍ତକାରୀ ସଂସ୍ଥା ଫୋନ୍‌ ମାଗିଥିଲେ ହେଁ ସେ ଏକବର୍ଷ ଧରି ଏହାକୁ ଖାତିର କରି ନଥିଲେ।
ଏଥିସହ ଜାଣିଶୁଣି ତଦନ୍ତକୁ ବିଳମ୍ବ କରିବା ସହ ଉପଯୁକ୍ତ ଦସ୍ତାବିଜ୍‌ ନଷ୍ଟ କରିଦେଇଥିବା ମଧ୍ୟ ଅଭିଯୋଗ ଆସିଥିଲା। ଏଭଳି କରି ସେ ଆଇସିସିର ଧାରା ୨.୪.୬ ଓ ଧାରା ୨.୪.୭ ଉଲ୍ଲଙ୍ଘନ କରିଛନ୍ତି।

ଏବେ ଆଇସିସି ପୁଣି ଜୟସୁରିୟାଙ୍କୁ ୧୪ ଦିନର ମହଲତ ଦେଇଛି। ତେବେ ଯଦି ସେ ଏହାର ଜବାବ ନ ଦିଅନ୍ତି, ତା’ହେଲେ ତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହେବ, ସେ ସମ୍ପର୍କରେ ଆଇସିସି ପକ୍ଷରୁ କୁହାଯାଇନାହିଁ।



from Odisha Reporter https://ift.tt/2Pzwu2F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages