ଜାଣନ୍ତୁ, ଆପଣଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଛି କି ନାହିଁ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 15, 2018

ଜାଣନ୍ତୁ, ଆପଣଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଛି କି ନାହିଁ !

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଫେସ୍‌ବୁକ୍‌ କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଦ୍ୱାରା ଜଣାଇଥିଲେ ଯେ, ୨.୯ କୋଟି ଫେସ୍‌ବୁକ୍‌ ୟୁଜର୍‌ଙ୍କ ଆକାଉଣ୍ଟ୍‌ରୁ ତଥ୍ୟ ଚୋରି ହୋଇଛି।
ଏବେ କମ୍ପାନୀ କର୍ତ୍ତୃପକ୍ଷ ୟୁଜର୍ସଙ୍କୁ ସଚେତନ କରିବା ପାଇଁ ଫେସ୍‌ବୁକ୍‌ ଆକାଉଣ୍ଟ୍‌ କିପରି ହ୍ୟାକ୍‌ ହେଉଛି ଏବଂ ଆପଣଙ୍କ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଛି କି ନାହିଁ, ତାହା ଜାଣିବା ପାଇଁ କିଛି ସୂଚନା ଦେଇଛନ୍ତି।

ନିଜ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଛି କି ନାହିଁ, ତାହା ଜାଣିବା ପାଇଁ ୟୁଜର୍ସଙ୍କୁ ଫେସବୁକ୍ ହେଲ୍‌ପ୍‌ ସେଣ୍ଟର୍‌ ଭିଜିଟ୍ କରିବାକୁ ପଡ଼ିବ। ଏଠାରେ ଆପଣଙ୍କୁ ଏକ ନୋଟିସ୍ ଦେଖାଯିବ, ଯେଉଁଥିରେ ଆକାଉଣ୍ଟ ହ୍ୟାକ୍ ହୋଇଛି କି ନାହିଁ, ଜଣାପଡ଼ିବ। ତେବେ ଫେସବୁକ୍‌ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଆକାଉଣ୍ଟ୍‌ ହ୍ୟାକ୍‌ କରି ୟୁଜର୍ସଙ୍କ ଡାଟାକୁ ଆକ୍ସେସ୍ କରାଯାଇଥିଲେ ମଧ୍ୟ ସେସବୁକୁ ବ୍ୟବହାର କରାଯାଇନାହିଁ ।
କମ୍ପାନୀର କହିବା ଅନୁସାରେ, ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଥିଲେ ପାସ୍‌ୱାର୍ଡ ଚୋରି ହୋଇ ନଥାଏ। ଏଥିପାଇଁ ଆପଣଙ୍କ ପାସ୍‌ୱାର୍ଡକୁ ପରିବର୍ତ୍ତନ କରିବାର ମଧ୍ୟ ଆବଶ୍ୟକତୀ ନାହିଁ। ହ୍ୟାକର୍‌ କେବଳ ଆପଣଙ୍କ ଜନ୍ମ ତାରିଖ, ଲୋକେସନ୍‌ ଓ ସାଙ୍ଗସାଥୀଙ୍କ ସମ୍ପର୍କରେ ହିଁ ତଥ୍ୟ ଚୋରି କରିଥା’ନ୍ତି।
ଆହୁରି ମଧ୍ୟ ହ୍ୟାକର୍ସ ଆପଣଙ୍କ ଫେସବୁକ୍ ଆକାଉଣ୍ଟ୍‌ରୁ କୌଣସି ପୋଷ୍ଟ୍‌ କରିନଥାନ୍ତି ବୋଲି ଫେସବୁକ୍ କର୍ତ୍ତୃପକ୍ଷ ଦାବି କରିଛନ୍ତି।



from Odisha Reporter https://ift.tt/2EvmVk6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages