ବଦଳିବ ଆହ୍ଲାବାଦର ନାଁ, ହେବ ‘ପ୍ରୟାଗରାଜ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 15, 2018

ବଦଳିବ ଆହ୍ଲାବାଦର ନାଁ, ହେବ ‘ପ୍ରୟାଗରାଜ’

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରସିଦ୍ଧ ଆହ୍ଲାବାଦ ସହରର ନାଁ ଖୁବ୍‌ଶୀଘ୍ର ବଦଳିଯିବ। ସମସ୍ତଙ୍କ ସହମତି ଭିତ୍ତିରେ ଆହ୍ଲାବାଦ ସହର ‘ପ୍ରୟାଗରାଜ’ ନାଁରେ ନାମିତ ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ତେବେ ଆଦିତ୍ୟନାଥଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ବିରୋଧ କରାଯିବା ସହ ଆଉ କିଛି ଲୋକ ଏହାକୁ ସ୍ୱାଗତ କରିଛନ୍ତି।
ଯୋଗୀ ଆଦିତ୍ୟନାଥ କହିଛନ୍ତି, ଦୀର୍ଘଦିନ ହେଲା ଅଧିକାଂଶ ଲୋକ ଆହ୍ଲାବାଦ ସହରର ନାଁକୁ ‘ପ୍ରୟାଗରାଜ’ ଭାବେ ନାମିତ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ନିଶ୍ଚିତ ଏକ ଭଲ ବାର୍ତ୍ତା। ଯଦି ସମସ୍ତେ ଏଥିରେ ରାଜି ହୁଅନ୍ତି, ତା’ହେଲେ ଆମେ ଏହି ସହରକୁ ‘ପ୍ରୟାଗରାଜ’ ଭାବେ ନାମିତ କରିପାରିବା ଏବଂ ଏହା ଏକ ଭଲ ଆରମ୍ଭ ହୋଇପାରିବ ବୋଲି ସେ କହିଛନ୍ତି।

ରିପୋର୍ଟ ମୁତାବକ, କୁମ୍ବମେଳା ପୂର୍ବରୁ ଯୋଗୀ ଆଦିତ୍ୟନାଥ ଆହ୍ଲାବାଦ ନାଁକୁ ବଦଳାଇ ଏହାକୁ ହିନ୍ଦୁ ସହର ଭାବେ ପରିଣତ କରିବା ପାଇଁ ‘ପ୍ରୟାଗରାଜ’ ରଖିବାକୁ ଚାହୁଁଛନ୍ତି।

କଂଗ୍ରେସ ନେତା ଓନକାର ସିଂହ କହିଛନ୍ତି, ଯେଉଁ ଅଞ୍ଚଳରେ କୁମ୍ବ କାର୍ଯ୍ୟକ୍ରମ ହେଉଛି, ତାକୁ ଏବେ ବି ପ୍ରୟାଗ କୁହାଯାଉଛି। ଯଦି ସରକାର ‘ପ୍ରୟାଗରାଜ’ ଗଠନ କରିବାକୁ ଚାହୁଁଛନ୍ତି, ତା’ହେଲେ ଉକ୍ତ ଅଞ୍ଚଳର ନାଁକୁ ‘ପ୍ରୟାଗରାଜ’ ଭାବେ ନାମିତ କରନ୍ତୁ।

ଏଥିପାଇଁ ଅନ୍ୟ ଗୋଟିଏ ସହରର ନାଁକୁ ବଦଳାଇବା ଠିକ୍‌ ନୁହେଁ। ଆହ୍ଲାବାଦରେ ହିଁ ସ୍ୱାଧୀନତା ସଂଗ୍ରାମ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଏଠାରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଜନ୍ମ ଗ୍ରହଣ କରିଥିଲେ ବୋଲି ସେ କହିଛନ୍ତି।

ଆହ୍ଲାବାଦର ପ୍ରକୃତ ନାଁ ହେଉଛି ପ୍ରୟାଗ। ମୋଗଲ ସମ୍ରାଟ ଆକବର ୧୫୭୫ରେଏହାର ନାଁ ଇଲ୍ଲାହାବାଦ କରିଥିଲେ।
ପୂର୍ବରୁ ୟୁପି ସରକାର ମୋଗଲସରାଇ ଷ୍ଟେସନ୍‌ର ନାଁକୁ ବଦଳାଇ ଦୀନଦୟାଲ୍‌ ଉପାଧ୍ୟୟ ରଖିଥିଲେ।



from Odisha Reporter https://ift.tt/2CLMOur

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages