ବାଃ ବାଃରେ ପ୍ରଶାସନ: ଜିଲ୍ଲାପାଳ ଦେଲେ ୧୦ ଲକ୍ଷ, ଏସ୍‌ପି ଲଦିଲେ ଦୋଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

ବାଃ ବାଃରେ ପ୍ରଶାସନ: ଜିଲ୍ଲାପାଳ ଦେଲେ ୧୦ ଲକ୍ଷ, ଏସ୍‌ପି ଲଦିଲେ ଦୋଷ

titli

ଗଜପତି (ଓଡ଼ିଶା ରିପର୍ଟର): ଗଜପତି ଜିଲ୍ଲା ଲକ୍ଷ୍ମୀପୁର ପଞ୍ଚାୟତରେ ମୁକୁନ୍ଦ ଦୋରା ତିତ୍ଲିରେ ମୃତ ଝିଅର ଶବ କାନ୍ଧରେ ବୋହିବା ଘଟଣା ଲୋକଲୋଚନକୁ ଆସିବା ପରେ ସରକାର ତୁରନ୍ତ କ୍ଷତିପୂରଣ ବାବଦକୁ ୧୦ ଲକ୍ଷ ଦେଇ ଦେଲେ। ହେଲେ ଏହାର କିଛି ଘଣ୍ଟା ଯାଇଛି କି ନାହିଁ ପୁଣି କଟା ଘା’ରେ ଚୂନ ଦେବା ପରି ସବୁ ଘଟଣା ପାଇଁ ମୃତ ଝିଅର ବାପକୁ ଦୋଷୀ କରିଦେଲେ। ଏହା ହେଉଛି ତିତ୍ଲି ବିଧ୍ୱସ୍ତ ଗଜପତି ଜିଲ୍ଲା ପ୍ରଶାସନର ମଣିଷ ପଣିଆ।

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଆତଙ୍କପୁର ଗାଁର ମୁକୁନ୍ଦ ଦୋରା ନିଜ ୮ ବର୍ଷର ଝିଅ ମୃତଦେହ କାନ୍ଧରେ ବୋହିବା ଘଟଣାକୁ ନେଇ ଜିଲ୍ଲାର ଏସ୍‌ପି ତାଙ୍କ ଉପରେ ଓଲଟା ଦୋଷ ଲଦିଛନ୍ତି। ସେ କହିଛନ୍ତି, “ଝିଅର ଶବକୁ ବାପା ପୋତି ଦେଇଥିଲା। ଯେତେବେଳେ ସହାୟତା ରାଶି ପାଇଁ ଆସିଲା, ବ୍ୟବଚ୍ଛେଦ ଜରୁରୀ ବୋଲି କୁହାଯାଇଥିଲା। ତେଣୁ ସେ ନିଜେ ଶବକୁ ପୋତିଥିବା ସ୍ଥାନରୁ ବାହାର କରି ବ୍ୟବଚ୍ଛେଦ ପାଇଁ ଆଣିଥିଲା।”

ତେବେ ଅପହଞ୍ଚ ଇଲାକା ଏବଂ ପାଦଚଳା ରାସ୍ତା ଧୋଇ ଯିବାରୁ ପ୍ରଶାସନ ପୀଡ଼ିତଙ୍କ ପାଖରେ ପହଞ୍ଚି ପାରିନଥିବା କଥାକୁ ସ୍ୱୀକାର କରିଛନ୍ତି ଏସ୍ପି।

ଗତକାଲି ମୁକୁନ୍ଦ ଝିଅର ମୃତଦେହକୁ ୮ କିମି କାନ୍ଧରେ ବୋହି ଆଣିବାର ଦୃଶ୍ୟ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହା ଦାନ ମାଝୀ ଘଟଣାକୁ ପୁଣି ମନେ ପକାଇ ଦେଇଥିଲା।

ବାତ୍ୟା ଯିବାର ୭ଦିନ ପରେ ମୁକୁନ୍ଦଙ୍କ ନିଖୋଜ ଝିଅ ବନିତାର ଶବ ନିକଟସ୍ଥ ଝରଣା କୂଳରୁ ମିଳିଥିଲା। ମୃତଦେହ ମିଳିବା ପରେ ପୁଲିସ୍‌କୁ ଖବର ଦିଆଯାଇଥିଲା। ପୁଲିସ୍‌ ଘଟଣା ସ୍ଥଳକୁ ଆସି ପଳାଇଥିଲା। ଦୀର୍ଘ ସମୟ ଅପେକ୍ଷା କରିବା ପରେ ପୁଲିସ୍‌ ନଆସିବାରୁ ମୁକୁନ୍ଦ ନିଜେ ବନିତାଙ୍କ ଶବକୁ କାନ୍ଧରେ ଧରି ମେଡିକାଲ ଯିବାକୁ ବାହାରିଥିଲେ ବୋଲି କହିଥିଲେ। ସେ ୮ କିମି ମୃତଦେହ ବୋହିବା ପରେ ପୁଲିସ୍‌ ପହଞ୍ଚି ଶବ ମେଡିକାଲ ନେବା ବ୍ୟବସ୍ଥା କରିଥିଲା।

ଏହି ଘଟଣା ଗତକାଲି ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲା। ଏହାସହ ବିରୋଧୀ ମଧ୍ୟ ଏହାକୁ ନେଇ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଥିଲେ। ଚାରିଆଡୁ ସମାଲୋଚିତ ହେବା ପରେ ସରକାରଙ୍କ ଚେତା ପଶିଥିଲା।

ଜିଲ୍ଲାପାଳ ମୁକୁନ୍ଦଙ୍କୁ ଝିଅ ମୃତ୍ୟୁ ପାଇଁ କ୍ଷତିପୂରଣ ବାବଦକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶିର ଚେକ୍‌ ପ୍ରଦାନ କରିଥିଲେ। ଏହି ସମୟରେ ନିଜେ ଏସ୍‌ପି ମଧ୍ୟ ସେଠାରେ ଥିଲେ। ହେଲେ ପରେ ଏସ୍‌ପିଙ୍କ ଏପରି ମନ୍ତବ୍ୟ ମୁକୁନ୍ଦଙ୍କ କଟା ଘା’ରେ ଚୂନ ବୋଳିବା ପରି ହୋଇଥିବା ସାଧାରଣରେ ଅଭିଯୋଗ ହେବାରେ ଲାଗିଛି।



from Odisha Reporter https://ift.tt/2Ai4HyM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages