ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପରେ ଧରା ନପଡ଼ିବା ପାଇଁ ବଦଳାଇ ଥିଲେ ହେୟାର ଷ୍ଟାଇଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପରେ ଧରା ନପଡ଼ିବା ପାଇଁ ବଦଳାଇ ଥିଲେ ହେୟାର ଷ୍ଟାଇଲ୍‌

rape

ମୁମ୍ବାଇ: ଜଣେ ଅଟୋ ଡ୍ରାଇଭର ୧୧ ବର୍ଷର ବାଳିକାକୁ ଦୁଷ୍କର୍ମ କରିବା ପରେ ଧରା ନପଡ଼ିବା ପାଇଁ ନିଜ ଚୁଟି କାଟି ଦେଇଥିଲେ। ତେବେ ତାଙ୍କର ଏହି ପ୍ରୟାସ କାମ ଦେଇ ନଥିଲା। ପୁଲିସ୍ ତାଙ୍କୁ ଗିରଫ କରିଛି। ତାଙ୍କ ନାଁ ସିରାଜ ଖାନ୍‌ (୩୦)।

ଘଟଣାଟି ଘଟିଛି ମୁମ୍ବାଇର ସକିନାକା ଅଞ୍ଚଳରେ। ମଙ୍ଗଳବାର ରାତି ପ୍ରାୟ ୧୦ଟା ବେଳେ ଝିଅଟି ତା’ର ଜଣେ ପୁଅ ସାଙ୍ଗ ସହିତ ଗରବା ନୃତ୍ୟ କରି ଘରକୁ ଫେରୁଥିଲା। ସେମାନେ ଘରଠାରୁ ଅଳ୍ପ ଦୂରରେ ଏକ ସ୍ଥାନକୁ ଗରବା ନାଚିବାକୁ ଯାଇଥିଲେ।

ଫେରୁଥିବା ବେଳେ ବାଟରେ ସିରାଜ୍‌ ସେମାନଙ୍କୁ ଦେଖିଥିଲେ। ସେ ନିଶାଗ୍ରସ୍ତ ଥିଲେ। ସେ ଛୁଆ ଦୁଇଟିକୁ ପିଛା କରିଥିଲେ।

ଏକ ନିଛାଟିଆ ସ୍ଥାନରେ ସିରାଜ୍‌ ଝିଅଟି ସହିତ ଥିବା ପୁଅଟିକୁ ଆକ୍ରମଣ କରିଥିଲେ। ପୁଅଟି ଭୟରେ ସେଠାରୁ ଦୌଡ଼ି ପଳାଇଥିଲା। ତା’ପରେ ସେ ଝିଅଟିକୁ ଅଟୋ ଭିତରେ ଦୁଷ୍କର୍ମ କରିଥିଲେ। ପ୍ରାୟ ଅଧାଘଣ୍ଟା ଧରି ସେ ଝିଅଟିକୁ ନିଜ କବଜାରେ ରଖିଥିଲେ।

ଝିଅଟି ସେଠାରୁ ଫେରି ଘରେ ସବୁ କଥା କହିଥିଲା। ଘର ଲୋକେ ଏନେଇ ପୁଲିସ୍‌ରେ ଅଭିଯୋଗ କରିଥିଲେ।

ସେଇ ପୁଅଝିଅଙ୍କ କହିବା ଅନୁଯାୟୀ ପୁଲିସ୍ ସିରାଜ୍‌ଙ୍କ ସ୍କେଚ୍ ପ୍ରସ୍ତୁତ କରିଥିଲା ଓ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା।

ସିରାଜ୍ ଯେତେବେଳେ ଜାଣିଲେ ଯେ ପୁଲିସ୍ ତାଙ୍କୁ ଖୋଜୁଛି, ସେ ନିଜ ହେୟାର ଷ୍ଟାଇଲ୍ ବଦଳାଇ ଦେଇଥିଲା। ଏପରିକି ସେ ଝିଅଟିକୁ ଦୁଷ୍କର୍ମ କରିବା ପୂର୍ବରୁ ଯେଉଁ ସବୁ ଫଟୋ ଉଠାଇ ମୋବାଇଲ୍‌ରେ ରଖିଥିଲେ, ସେଗୁଡ଼ିକୁ ଡିଲିଟ୍ କରି ଦେଇଥିଲେ। ତେବେ ତାଙ୍କର ଏସବୁ ପ୍ରୟାସ ବେକାର ଯାଇଥିଲା।

ପୁଲିସ୍ ତାଙ୍କୁ ଗିରଫ କରିବାରେ ସଫଳ ହେବା ସହିତ ତାଙ୍କ ମୋବାଇଲ୍‌ରୁ ଡିଲିଟ୍ ହୋଇଥିବା ଫଟୋଗୁଡ଼ିକୁ ରିଟ୍ରାଇଭ୍ କରିବାରେ ସଫଳ ହୋଇଥିଲା।

ସିରାଜଙ୍କ ଘର ଉତ୍ତର ପ୍ରଦେଶରେ। ସେ କିଛି ବର୍ଷ ହେବ ମୁମ୍ବାଇ ରହୁଛନ୍ତି। ସେ ବିବାହିତ ଓ ତାଙ୍କର ବି ଝିଅଟିଏ ଅଛି।



from Odisha Reporter https://ift.tt/2Ai2zXs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages