‘୩୦ବର୍ଷ ବୟସ ପର୍ଯ୍ୟନ୍ତ ମୁଁ କୁକୁର ଭଳିଆ ଥିଲି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

‘୩୦ବର୍ଷ ବୟସ ପର୍ଯ୍ୟନ୍ତ ମୁଁ କୁକୁର ଭଳିଆ ଥିଲି’

ମୁମ୍ବାଇ: ବଲିଉଡ୍‌ରେ #Me too ଅଭିଯାନ୍‌ ପାଇଁ ଅଡୁଆରେ ପଡିଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌।  ତାଙ୍କ ଉପରେ ଯୌନଶୋଷଣ ଓ ଅସଦାଚରଣ ଅଭିଯୋଗ ହୋଇଛି। ଏକାଧିକ ମହିଳା ଏଭଳି ଅଭିଯୋଗ ଆଣିବା ପରେ ସେ ନିର୍ଦ୍ଦେଶନା ଦେଉଥିବା ‘Housefull 4’ରୁ ବାହାରି ଯାଇଛନ୍ତି। ତେବେ ନିଜ ଉପରେ ଲାଗିଥିବା ଆରୋପକୁ ସେ ଅସ୍ୱୀକାର କରିଛନ୍ତି।

କିନ୍ତୁ ପୂର୍ବରୁ ସେ ଅନେକ ଝିଅଙ୍କ ହୃଦୟ ଭାଙ୍ଗିଛନ୍ତି ବୋଲି ନିଜେ କହିଥିଲେ। ତିନି ବର୍ଷ ପୂର୍ବରୁ ବଲିଉଡ୍‌ ହଙ୍ଗାମାକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହି ସ୍ୱିକାରୋକ୍ତି ଦେଇଥିଲେ। ଯାହାର ଭିଡ଼ିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଅନେକ ମହିଳାଙ୍କୁ ଧୋକା ଦେବା ସହ ସେମାନଙ୍କ ସହ ଖରାପ ବ୍ୟବହାର କରିଥିବା କହୁଛନ୍ତି ସାଜିଦ୍।

ଉକ୍ତ ସାକ୍ଷାତକାରରେ ତାଙ୍କୁ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ପଚରାଯାଇଥିଲା। ସେ କହିଥିଲେ- “ମୁଁ ୨୦ରୁ ୩୦ ବର୍ଷ ବୟସ ମଧ୍ୟରେ ଅନେକ ମହିଳାଙ୍କ ସହ ପ୍ରେମ ସମ୍ପର୍କରେ ଥିଲି । ଏମିତିକି ମୁଁ କୁକୁର ଭଳି ହେଉଥିଲି। ଆଜି ଏଠି ତ କାଲି ସେଠି। ମୁଁ ଅନେକ ମହିଳାଙ୍କ ସହ ରିଲସନ୍‌ସିପ୍‌ରେ ରହିସାରିଛି। ଅନେକ ମହିଳାଙ୍କ ହୃଦୟ ବି ଭାଙ୍ଗିଛି। ତାଙ୍କୁ ମିଛ କହି ସେମାନଙ୍କୁ ଧୋକା ଦେଇଛି । ସେ ସମୟରେ ମୋ ଜୀବନରେ ବହୁତ ଭଲ ଭଲ ଝିଅ ଥିଲେ । କିନ୍ତୁ ମୁଁ ସେମାନଙ୍କ ସହ ଖରାପ ବ୍ୟବହାର କରିଥିଲି। ଧିରେଧିରେ ମୁଁ ଫିଲ୍ମ ଦୁନିଆରେ ସଫଳ ହେବାରେ ଲାଗିଲି।’’

ସାଜିଦ୍‌ ଆହୁରି କହିଥିଲେ, ‘‘୩୦ ଦଶକରୁ ଧିରେଧିରେ ମୁଁ କାମ ଉପରେ ଧ୍ୟାନ ଦେଲି। ମୁଁ ଫିଲ୍ମ ନିର୍ମାଣ ଉପରେ ଫୋକସ୍‌ କଲି। ଆଉ ଫିଲ୍ମ ତିଆରି କରିବା ଆରମ୍ଭ କରିଦେଲି। ସାଧାରଣତଃ ଯେତେବେଳେ ଫିଲ୍ମ ତିଆରି ହୁଏ ସେତେବେଳେ ଫୋକସ୍‌ ଫିଲ୍ମ ତିଆରିରେ ହିଁ ରହିଥାଏ। ମହିଳାଙ୍କ ପ୍ରତି ମୁଁ ଅଧିକ ଆକର୍ଷିତ ହୋଇ ନ ଥାଏ।

ସୂଚନାଯୋଗ୍ୟ ଯେ, ଅଭିନେତ୍ରୀ ସିମ୍‌ରନ୍‌ ସୁରୀ, ରିଚେଲ୍‌ ହ୍ୱାଇଟ୍‌ଙ୍କ ବ୍ୟତୀତ ଆହୁରି ଅନେକ ମହିଳା ସାଜିଦ୍‌ଙ୍କ ନାଁରେ ଯୌନ ଉତ୍ପୀଡନ ଓ ଅସଦାଚାରଣ କରିବାର ଅଭିଯୋଗ ଆଣିଛନ୍ତି।



from Odisha Reporter https://ift.tt/2RTS1ot

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages