ବିନା ହେଲ୍‌ମେଟରେ କେନ୍ଦ୍ରମନ୍ତ୍ରୀ: ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରି ଫସିଗଲେ ବିଜେଡି ମୁଖପାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

ବିନା ହେଲ୍‌ମେଟରେ କେନ୍ଦ୍ରମନ୍ତ୍ରୀ: ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରି ଫସିଗଲେ ବିଜେଡି ମୁଖପାତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ତିତ୍‌ଲି କ୍ଷୟକ୍ଷତିକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଥିବା ବେଳେ ବିଜେଡି-ବିଜେପି-କଂଗ୍ରେସ୍‌ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ତିତ୍‌ଲି ମୁକାବିଲା ନେଇ ରାଜ୍ୟ ସରକାର ବିଫଳ ହୋଇଥିବା ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ ଆଣିଛନ୍ତି। ସେପଟେ କ୍ଷତିଗ୍ରସ୍ତ ଅଞ୍ଚଳକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଇକ୍‌ରେ ଗସ୍ତ କରିବାକୁ ନେଇ ବିଜେଡି ବି ଖୋଜି ଖୋଳି ଖୋଳି ଗୋହି ବାହାର କରିଛି।

ବାଇକ୍‌ରେ ବୁଲିଲା ବେଳେ ଧର୍ମେନ୍ଦ୍ର ପ୍ରଧାନ ବିନା ହେଲମେଟରେ ଥିବା ନେଇ ବିଜେଡିର ମୁଖପାତ୍ର ସସ୍ମିତ୍‌ ପାତ୍ର ପ୍ରଶ୍ନ ଉଠାଇଛନ୍ତି। ଏନେଇ ସେ ଟ୍ୱିଟ୍‌ କରି ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିଛନ୍ତି। ସସ୍ମିତ୍‌ କଟାକ୍ଷ କରି କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ହେଲେ ମଧ୍ୟ ତାଙ୍କ ପାଖରେ ହେଲମେଟ ରୁଲ୍‌ ଲାଗୁ ହେବା ଉଚିତ୍‌। ହେଲେ ଏହି ଟ୍ୱିଟ୍‌ କରି ନିଜେ ସସ୍ମିତ୍ ଓଲଟା ସମାଲୋଚନାର ଶିକାର ହୋଇଛନ୍ତି।

ସେ ଦଳୀୟ କାର୍ଯ୍ୟକ୍ରମ ହେଉକି , ସେ ବାଇକ୍‌ ଧର୍ମେନ୍ଦ୍ର ପ୍ରଧାନଙ୍କର ହେଉ ଅବା ବିସ୍ତାରକ ପ୍ରଚାରକଙ୍କର, ହେଲମେଟ୍‌ ରୁଲ୍ ସମସ୍ତଙ୍କ ପାଇଁ ଲାଗୁ ହେବା ଉଚିତ୍‌ ବୋଲି ସସ୍ମିତ ତାଙ୍କ ଟ୍ୱିଟରେ କହିଥିଲେ। ଏହାର ପ୍ରତିକ୍ରିୟାରେ ଜଣେ ଫଲୋଅର୍ ଲେଖିଛନ୍ତି ଯେ, ସବୁ ରାଜନେତାଙ୍କ ଚରିତ୍ର ସମାନ୍। ସେ ଲେଖିଛନ୍ତି ଯେ, ସେ କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ କିମ୍ବା ରାଜ୍ୟ ସଭା ସାଂସଦ ବା ରାଲି କରୁଥିବା ସାଧାରଣ କର୍ମୀ, କାହାରି ମୁଣ୍ଡରେ କେବେବି ହେଲମେଟ ନଥାଏ।

ସେହିପରି ହେଇଟି ଭାଇନା ନାମକ ଆଉ ଜଣେ ଫଲୋଅର୍ କାରରେ ଥିବା ନବୀନ ପଟ୍ଟନାୟକଙ୍କ ଫଟୋ ପୋଷ୍ଟ କରି ରି-ଟ୍ୱିଟ୍‌ କରିଛନ୍ତି। ପ୍ରଶ୍ନ କରିଛନ୍ତି, ‘ବାବୁଙ୍କର ସିଟ୍‌ବେଲ୍‌ଟ କୁଆଡ଼େ ଗଲା କି  ?’

ସେହିପରି ସସ୍ମିତଙ୍କ ଏହି ଟ୍ୱିଟ୍‌କୁ ନେଇ ଅନେକ ବ୍ୟକ୍ତି ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।



from Odisha Reporter https://ift.tt/2CWhUQ9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages