ହଜିଗଲା ଏସ୍‌ସିବିର ବିବେକ : ଘଣ୍ଟା ଘଣ୍ଟା ପଡ଼ି ରହିଲା ଶବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

ହଜିଗଲା ଏସ୍‌ସିବିର ବିବେକ : ଘଣ୍ଟା ଘଣ୍ଟା ପଡ଼ି ରହିଲା ଶବ

ctc

କଟକ (ଓଡ଼ିଶା ରପୋର୍ଟର): ବିବେକକୁ ଦୋହଲାଇ ଦେବା ଭଳି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି କଟକ ବଡ଼ ମେଡିକାଲ୍‌ରେ। ଓଡ଼ିଶାର ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଆସିଥିବା ବୃଦ୍ଧ ରୋଗୀଟିଏ ଭଲ ହୋଇ ତ ଫେରିଲେନି। ହସ୍ପିଟାଲ୍ ପରିସରରେ, ଓ୍ୱାର୍ଡ ବାହାରେ ତାଙ୍କ ଜୀବନ ଚାଲିଗଲା। ସବୁଠାରୁ ଦୁଃଖଦ ଘଟଣା ହେଉଛି ମୃତ୍ୟୁ ପରେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷଙ୍କର ତାଙ୍କ ମୃତଦେହ ପ୍ରତି ଟିକେ ବି ଦୟା ଆସିନାହିଁ। ଘଣ୍ଟା ଘଣ୍ଟା ମୃତଦେହ ପଡ଼ି ରହିଥିବାର ଦୃଶ୍ୟ ଦେଖଣାହାରୀଙ୍କ ହୃଦୟକୁ ତରଳାଇ ଦେଲା ସତ ହେଲେ କର୍ତ୍ତୃପକ୍ଷଙ୍କ ପଥର ହୃଦୟକୁ ଛୁଇଁ ପାରିଲାନାହିଁ।

ଅଜି ଏସ୍‌ସିବିରେ ଯାହା ଘଟିଗଲା ହୁଏତ ଆପଣଙ୍କ ଭିତରେ ବଞ୍ଚିଥିବା ମଣିଷପଣିଆକୁ ଆହତ କରିପାରେ। ହେଲେ ରାଜ୍ୟର ସବୁଠାରୁ ବଡ଼ ମେଡିକାଲ୍, ଏସ୍‌ସିବି କର୍ତ୍ତୃପକ୍ଷଙ୍କ ଠାରୁ ସେମିତି କିଛି ପ୍ରତିକ୍ରିୟା ଦେଖିବାକୁ ମିଳି ନଥିଲା। ବଡ଼ ମେଡିକାଲର ମେଡିସିନ୍ ଓ୍ୱାର୍ଡର ମାତ୍ର ୧୦ ହାତ ଦୂରରେ ପଡ଼ିଥିଲା ଜଣେ ମଣିଷର ଶବ। ଦେହରେ ପୋଷାକ ଖଣ୍ଡେ ବି ନଥିଲା। ସମୟ ସକାଳ ପାଖାପାଖି ସାଢ଼େ ୮ଟା ହେବ। ଲୋକବାକ ହାଉଯାଉ ହେଉଥିଲେ, ପାଖ ରାସ୍ତାରେ ଗାଡ଼ି ମୋଟର ଯାଉଥିଲା। ହେଲେ ସେଇଠି ପଡ଼ିଛି ମାଛି ଭଣ ଭଣ ଜଣେ କଙ୍କାଳସାର ମଣିଷର ମଲାଦେହ। ପାଖରେ ଖାଲି ପାଣି ବୋତଲ, ଖାଇ ପାରି ନଥିବା ବିସ୍କୁଟ୍ ପ୍ୟାକେଟ୍। ଆଉ ସରୁ ବାଡ଼ିଟିଏ।

କିଏ କହୁଥାଏ ଦୁଇ ଦିନ ହେଲାଣି ଚିକିତ୍ସା ପାଇଁ ଆସି ଲୋକଟି ଏଇଠି ପଡ଼ି ପଡ଼ି ମରିଯାଇଛି ତ କିଏ କହୁଥିଲା କାଲି ସଞ୍ଜ ଯାଏ ତାଙ୍କର ଜୀବନ ଥିଲା।

ହେଲେ ମୃତଦେହଟିକୁ ଉଠାଇବାକୁ ନା ସ୍ୱେଚ୍ଛାସେବୀ ନା ମେଡିକାଲ କର୍ତ୍ତୃପକ୍ଷ, କେହି ବି ଆଗଭର ହୋଇ ନଥିଲେ। ଗଣମାଧ୍ୟମ ପ୍ରତିନିଧି ଖବର ପାଇ ପହଞ୍ଚିବା ପରେ କିଛି ପୁଲିସ କର୍ମଚାରୀ ଆସି ପହଞ୍ଚି ଥିଲେ। ଏହା ପରେ ଯାଇ ମୃତଦେହ ଉଠାଯିବାର ବ୍ୟବସ୍ଥା ହୋଇଥିଲା।
ଏବେ ପ୍ରଶ୍ନ ଉଠାଉଛି, ଅସହାୟ ରୋଗୀର ଚିକିତ୍ସା, ଏବଂ ମୃତଦେହକୁ ଆଇନ୍ ଅନୁଯାୟୀ ଉପଯୁକ୍ତ ସମ୍ମାନର ସହ ଯଥାଶୀଘ୍ର ସତ୍କାର ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କ କିଛି ବ୍ୟବସ୍ଥା ଅଛି ନା ନାହିଁ ? ନା ଏଇ ଅସହାୟ ମଣିଷର ମୁତ୍ୟୁ ଭଳି ସେ ବି ମରିଯାଇଛି ? ଏତେ ସମୟ ଧରି ହସ୍ପିଟାଲ୍ ପରିସରରେ ମୃତଦେହ ପଡ଼ି ରହିଲା କେମିତି ? ବଡ଼ ମେଡିକାଲ୍‌ରେ କାମ କରୁଥିବା ସ୍ୱେଚ୍ଛାସେବୀମାନଙ୍କର ଦାୟିତ୍ୱ କ’ଣ ?



from Odisha Reporter https://ift.tt/2R5wesC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages