କୋହଲି-ରୋହିତଙ୍କ ଶତକରେ ଭାରତର ରୋମାଞ୍ଚକର ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

କୋହଲି-ରୋହିତଙ୍କ ଶତକରେ ଭାରତର ରୋମାଞ୍ଚକର ବିଜୟ

ଗୁଆହାଟୀ (ଓଡ଼ିଶା ରିପୋର୍ଟର): ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ୫ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଭାରତ ୮ ୱିକେଟ୍‌ର ଦମ୍‌ଦାର ବିଜୟ ହାସଲ କରିଛି। ରବିବାର ଗୁଆହାଟୀରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ୱେଷ୍ଟ ଇଣ୍ଡିଜ୍ ଭାରତକୁ ୩୨୩ ରନ୍‌ର ବୃହତ୍‌ ଟାର୍ଗେଟ୍‌ ଦେଇଥିଲେ ମଧ୍ୟ ଅଧ‍ନାୟକ ବିରାଟ କୋହଲି ଏବଂ ଓପ୍‌ନର୍ ରୋହିତ ଶର୍ମାଙ୍କ ଶତକ ବଳରେ ଏହି ବିଜୟ ସହଜସାଧ୍ୟ ହୋଇପାରିଛି।

ଇନିଂସ୍‌ର ୪୭ଟି ବଲ୍‌ ବାକି ଥାଇ ଭାରତ ଏହି ଲକ୍ଷ୍ୟ ହାସଲ କରିବା ସହିତ ଏହି ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି। ସାମ୍ନାରେ ବୃହତ୍ ଲକ୍ଷ୍ୟ ଥିଲେ ମଧ୍ୟ ଏହାକୁ ଖାତିର ନକରି ରୋହିତ-ବିରାଟ୍‌ ଯୋଡ଼ି ଏକାଠି ୨୪୬ ରନ୍‌ କରିଥିଲେ। କୋହଲି ଏହି ମ୍ୟାଚ୍‌ରେ ୧୪୦ ରନ୍‌ର ଇନିଂସ୍‌ ଖେଳି ତାଙ୍କର ୩୬ତମ ଶତକ ହାସଲ କରିଥିଲାବେଳେ ରୋହିତ ୮୬ ବଲ୍‌ରୁ ତାଙ୍କର ୨୦ତମ ଶତକ କରିଥିଲେ।

ରୋହିତ ୧୫୨ ରନ୍‌ ସହିତ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଚତୁର୍ଥ ସ୍ଥାନରେ ଆସିଥିବା ବ୍ୟାଟ୍‌ସମ୍ୟାନ୍‌ ଅମ୍ବାତି ରାୟଡ଼ୁ ବିଜୟ ବେଳକୁ ୨୨ ରନ୍‌ କରି ଅପରାଜିତ ଥିଲେ। ଏହି ସିରିଜ୍‌ ପୂର୍ବରୁ କୋହଲି କହିଥିଲେ ଏହି ସିରିଜ୍‌ ୨୦୧୯ ବିଶ୍ୱକପ୍‌ ପୂର୍ବରୁ ପ୍ରସ୍ତୁତି ପାଇଁ ସହାୟକ ହେବ। ୩୨୩ ରନ୍‌ର ଟାର୍ଗେଟ୍‌ ହାସଲ ପାଇଁ ପ୍ରଥମ ଭାଗ ବ୍ୟାଟ୍‌ସମ୍ୟାନ୍‌ଙ୍କ ଏପରି ଆକ୍ରମଣାତ୍ମକ ଇନିଂସ୍‌ରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା।

କୋହଲି ଆଜି ଟସ୍‌ ଜିତି ୱେଷ୍ଟଇଣ୍ଡିଜ୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଇଣ୍ଡିଜ୍‌ ଇନିଂସ୍‌ ଆରମ୍ଭରେ ଚନ୍ଦର୍‌ପଲ୍‌ ହେମ୍‌ରାଜ୍‌ ୯ ରନ୍‌ କରି ସଅଳ ବିଦାୟ ନେଇଥିଲେ। ଏହାପରେ ସିମ୍‌ରନ୍‌ ହେଟ୍‌ମେୟର୍‌ ଏବଂ କିଏରନ୍‌ ପାୱେଲ୍‌ ଇନିଂସ୍‌ ସମ୍ଭାଳିଥିଲେ । ସିମ୍‌ରନ୍‌ ହେଟ୍‌ମେୟର୍‌ ୭୮ ବଲ୍‌ରୁ ୧୦୬ ରନ୍‌ ହାସଲ କରିଥିଲାବେଳେ କିରନ୍‌ ପାୱେଲ୍‌ ୩୯ ବଲ୍‌ରୁ ୫୧ ରନ୍‌ କରିପାରିଥିଲେ।



from Odisha Reporter https://ift.tt/2Almhl6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages