
ଚେନ୍ନାଇ: ଅନ୍ଲାଇନ୍ ଔଷଧ ବିତରଣ କମ୍ପାନୀଗୁଡ଼ିକୁ ଆଜି ମାଡ୍ରାସ ହାଇକୋର୍ଟ ଶକ୍ତ ଝଟ୍କା ଦେଇଛନ୍ତି। ନଭେମ୍ବର ୧୧ ଯାଏ ଅନ୍ଲାଇନ୍ ଔଷଧ କମ୍ପାନୀଗୁଡ଼ିକ କୌଣସି ପ୍ରକାରର କାରବାର କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।
ତାମିଲନାଡୁ କେମେଷ୍ଟି ଓ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ ହୋଇଥିବା ଏକ ଆବେଦନର ଶୁଣାଣି କରି ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଆର୍ ମାଧବନ ଏଭଳି ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି।
ଆସୋସିଏସନ୍ ତା’ର ଆବେଦନରେ ଦର୍ଶାଇଥିଲା ଯେ ଅନ୍ଲାଇନ୍ ଔଷଧ କାରବାର ଯୋଗୁ ଲୋକଙ୍କ ଉପରେ ଏହାର କୁପ୍ରଭାବ ପଡ଼ିବାର ଆଶଙ୍କା ରହିଛି। କାରଣ ଅନ୍ଲାଇନ୍ କମ୍ପାନୀଗୁଡ଼ିକ ଅଣ ଲାଇସେନ୍ସ ପ୍ରାପ୍ତ ମେଡିସିନ୍ ଷ୍ଟୋରରୁ ମେଡିସିନ୍ ଆଣି ଏହାକୁ ବିକ୍ରି କରୁଛନ୍ତି।
ଅନେକ ସମୟରେ ଏକ୍ସପାରୀ ଡେଟ୍ ଚାଲିଯାଇଥିବା ମେଡିସିନ୍ ଲୋକଙ୍କ ପାଖରେ ପହଞ୍ଚୁଛି।
ତେଣୁ ଏହାଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ କିମ୍ବା ଜୀବନ ଯିବାର ମଧ୍ୟ ଆଶଙ୍କା ରହୁଛି। ଏହି ଯୁକ୍ତି ପରେ କୋର୍ଟ ଅନ୍ଲାଇନ୍ କମ୍ପାନୀଗୁଡ଼ିକ ଉପରେ କଟକଣା ଜାରି କରିଛନ୍ତି। ଏଥିସହ ଆଡିସନାଲ୍ ସଲିସେଟର୍ ଜେନେରାଲ୍ଙ୍କୁ କେନ୍ଦ୍ର ପକ୍ଷରୁ ଏ ସମ୍ପର୍କରେ ମତାମତ ଆଣିବାକୁ କହିଛନ୍ତି।
ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୧ ତାରିଖରେ କରାଯିବ ବୋଲି କୋର୍ଟ କହିଛନ୍ତି।
from Odisha Reporter https://ift.tt/2OXp9Od
No comments:
Post a Comment