
ନୂଆଦିଲ୍ଲୀ: ଫିଲ୍ମ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(ଏଫ୍ଟିଆଇଆଇ)ର ଅଧ୍ୟକ୍ଷ ପଦରୁ ଅଭିନେତା ଅନୁପମ୍ ଖେର ଆଜି ଇସ୍ତଫା ଦେଇଛନ୍ତି। ସେ ଆଜି ଏ ସଂକ୍ରାନ୍ତରେ ଟ୍ୱିଟ୍ରେ ସୂଚନା ଦେଇଛନ୍ତି।
ଏଭଳି ହଠାତ ଇସ୍ତଫା ଦେବା ସମ୍ପର୍କରେ ସୂଚନା ଦେଇ ଶ୍ରୀ ଖେର କହିଛନ୍ତି, “ଏଫ୍ଟିଆଇଆଇର ଅଧ୍ୟକ୍ଷ ପଦରେ କାର୍ଯ୍ୟ କରିବା ମୋ ପାଇଁ ସମ୍ମାନର ବିଷୟ ଥିଲା। ଏହି ସମୟରେ ମୁଁ ଅନେକ କିଛି ଶିଖିବାକୁ ପାଇଛି। କିନ୍ତୁ ମୋର ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ପାଇଁ ମୁଁ ଇନ୍ଷ୍ଟଚ୍ୟୁଟ୍ର ବିକାଶ ଦିଗରେ କାର୍ଯ୍ୟ କରିପାରୁନାହିଁ। ଖାସ୍ ସେଥିପାଇଁ ମୁଁ ନିଜ ପଦରୁ ଇସ୍ତଫା ଦେଉଛି।”
୬୩ ବର୍ଷୀୟ ଅନୁପମ୍ ଖେର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋରଙ୍କୁ ପଠାଇଥିବା ଇସ୍ତଫା ପତ୍ରର ଏକ ନକଲ ମଧ୍ୟ ଟ୍ୱିଟର୍ରେ ପୋଷ୍ଟ କରିଛନ୍ତି।
ଶ୍ରୀ ରାଠୋର ମଧ୍ୟ ଅନୁପମ୍ଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ଶ୍ରୀ ଖେରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଗତବର୍ଷ ଅକ୍ଟୋବର ୧୧ରେ ଅନୁପମ୍ ଖେରଙ୍କୁ ଏଫ୍ଟିଆଇଆଇର ଅଧ୍ୟକ୍ଷ ପଦରେ ନିଯୁକ୍ତି ମିଳିଥିଲା।
from Odisha Reporter https://ift.tt/2zi3K7F
No comments:
Post a Comment