
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଛତିଶଗଡ଼ର ଦନ୍ତେଓ୍ୱାଡ଼ାରେ ନକ୍ସଲ ଆକ୍ରମଣରୁ ସୌଭାଗ୍ୟ ବଶତଃ ଖସି ଆସିଥିବା ଦୂରଦର୍ଶନ ନ୍ୟୁଜ୍ ଟିମ୍ର ଲାଇଟ୍ମ୍ୟାନ୍ ମୋରମୁକୁଟ୍ ଏକ ଭୟଙ୍କର ସୋସିଆଲ୍ ଭିଡିଓ ଛାଡ଼ିଛନ୍ତି। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ଲାଗିରହିଛି।
ଏହି ମୋବାଇଲ୍ ଭିଡିଓରେ ନକ୍ସଲ ଆକ୍ରମଣ ବେଳର ଦୃଶ୍ୟ ନଥିଲେ ବି, ଗୁଳି ଚାଳନାର ଶବ୍ଦ ସ୍ପଷ୍ଟ ଶୁଭୁଛି। ନକ୍ସଲ ଆକ୍ରମଣ ବେଳେ ଲାଇଟ୍ମ୍ୟାନ୍ ମୋରମୁକୁଟ୍ ଏକ ଖାଲରେ ପଡ଼ିଯାଇଥିଲେ। ସେଇଠି ହିଁ ସେ କୌଶଳରେ ନିଜ ମୋବାଇଲ୍ ଫୋନ୍ରେ ନିଜ ପରିବାର ଲୋକଙ୍କ ପାଇଁ ଏକ ବାର୍ତ୍ତା ରେକର୍ଡ କରିଦେଇଥିଲେ।
ନକ୍ସଲଙ୍କ ଚକ୍ରବ୍ୟୂହରୁ ବର୍ତ୍ତିବା ଅସମ୍ଭବ ବୋଲି ଜାଣିବା ପରେ, ମୋରମୁକୁଟ୍ ନିଜ ମୋବାଇଲରୁ ତାଙ୍କ ମାଆଙ୍କ ନିକଟକୁ ଏକ ଭିଡିଓ ମେସେଜ ଦେବା ଲାଗି ଚାହିଁଥିଲେ। ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ପ୍ରବଳ ଗୁଳି ବର୍ଷଣ ଚାଲିଥିବା ବେଳେ ହିଁ ତଳେ ଶୋଇପଡ଼ି ଧୀରେ ଧୀରେ ସେ ଏହି ଭିଡିଓ ରେକର୍ଡ କରିଥିବା ଦେଖାଯାଉଛି।
ଭିଡିଓରେ ମୋରମୁକୁଟ୍ ନିଜ ମାଆଙ୍କ ପାଇଁ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ମୁଁ ହୁଏତ ଆଉ ବଂଚି ନପାରେ ମାଆ। ଆମକୁ ନକ୍ସଲମାନେ ଘେରି ଯାଇଛନ୍ତି। ଯଦି ମୁଁ ନ ବଂଚେ ତେବେ ବ୍ୟସ୍ତ ହେବନି। ଏ କଥା କହୁଥିବା ବେଳେ ସେ ଖୁବ୍ ଭୟଭୀତ ଥିବା ଦେଖିବାକୁ ମିଳୁଛି।
ତେବେ ଆଜି ଏହି ଭିଡିଓଟି ଭାଇରାଲ ହୋଇଛି। ନକ୍ସଲଙ୍କ ଆକ୍ରମଣରୁ ବଞ୍ଚିବା ମୁସ୍କିଲ୍ ବୋଲି ସେ ଭିଡିଓରେ ବୟାନ କରୁଛନ୍ତି। ଏପରିକି ମୃତ୍ୟୁକୁ ଆଖି ସାମ୍ନାରେ ଦେଖି ଆଉ ଭୟ କରୁ ନଥିବା ମୁରମୁକୁଟ୍ କୋହଭରା କଣ୍ଠରେ କହିଛନ୍ତି। ମମି ମୁଁ ତତେ ବହୁତ ଭଲ ପାଏ ବୋଲି କହୁଛନ୍ତି।
from Odisha Reporter https://ift.tt/2ETjeFm
No comments:
Post a Comment