
ମୁମ୍ବାଇ: ରାଫେଲ୍ ଯୁଦ୍ଧ ବିମାନ ଡିଲ୍କୁ ନେଇ ବିରୋଧୀ ଦଳଗୁଡ଼ିକ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରୁଥିବା ବେଳେ ଏବେ ପ୍ରଥମଥର ଦଳ ମଧ୍ୟରୁ ଏନେଇ ପ୍ରତିବାଦର ସ୍ୱର ଉଠିଛି। ରାଫେଲ୍ ଡିଲ୍ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ମହାରାଷ୍ଟ୍ର ବିଧାନସଭାର ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ଆଶୀଷ ଦେଶମୁଖ ଦଳକୁ ବାଏବାଏ କହିଛନ୍ତି।
ତେବେ ତାଙ୍କ ଅଭିଯୋଗରେ ସତ୍ୟତା ନାହିଁ ଏବଂ ସେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ୱାର୍ଦ୍ଧାରେ ସାକ୍ଷାତ କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ବିଜେପି ପକ୍ଷରୁ ସଫେଇ ଦିଆଯାଇଛି। ଦେଶମୁଖ ପ୍ରଥମେ କେବଳ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ। କିନ୍ତୁ ସେ ଉଭୟ ବିଧାୟକ ପଦ ଏବଂ ବିଜେପିରୁ ଇସ୍ତଫା ଦେଇଛନ୍ତି।
୪ ବର୍ଷ ତଳେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିବା ଶ୍ରୀ ଦେଶମୁଖ ବିଦର୍ଭର କଟୋଲା ନିର୍ବାଚନୀମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
from Odisha Reporter https://ift.tt/2PdII0Z
No comments:
Post a Comment