ପେଟ୍ରୋଲ୍‌-ଡିଜେଲ୍‌ ଦର ୨.୫୦ଟଙ୍କା କମାଇବେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 4, 2018

ପେଟ୍ରୋଲ୍‌-ଡିଜେଲ୍‌ ଦର ୨.୫୦ଟଙ୍କା କମାଇବେ ସରକାର

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ‍ପେଟ୍ରୋଲ୍‌-ଡିଜେଲ୍‌ର ବୃଦ୍ଧି ପାଉଥିବା ଦରକୁ ନେଇ ଚିନ୍ତିତ କେନ୍ଦ୍ର ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ ସରକାର ଏସବୁ ଇନ୍ଧନ ଉପରେ ଲାଗୁ ହେଉଥିବା ଉତ୍ପାଦ ଶୁଳ୍କରୁ ଲିଟର ପ୍ରତି ୧.୫୦ଟଙ୍କା ହ୍ରାସ କରିବେ। ଏତଦ୍‌ବ୍ୟତୀତ ତୈଳ କମ୍ପାନୀମାନେ ମଧ୍ୟ ଲିଟର ପ୍ରତି ୧ ଟଙ୍କା ହ୍ରାସ କରିବେ ବୋଲି ସେ ସୂଚନା ଦେଇଛନ୍ତି।

ଫଳରେ ‍ପେଟ୍ରୋଲ୍‌-ଡିଜେଲ୍‌ର ଦର ଲିଟର ପ୍ରତି ୨.୫୦ ଟଙ୍କା କମିଯିବ ବୋଲି ସେ କହିଛନ୍ତି। ଏତଦ୍‌ବ୍ୟତୀତ ରାଜ୍ୟମାନେ ମଧ୍ୟ ଲିଟର ପ୍ରତି ୨.୫୦ ଟଙ୍କା ହ୍ରାସ କରିବାକୁ ସେ ଅନୁରୋଧ କରିବେ।

ଉତ୍ପାଦ ଶୁଳ୍କ ହ୍ରାସ କାରଣରୁ ସରକାର ଚଳିତ ଆର୍ଥିକ ବର୍ଷରେ ୧୦,୫୦୦ କୋଟିର କ୍ଷତି ସହିବେ ବୋଲି ସେ ଦର୍ଶାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ତୈଳ ଦର ଏପରି ବଢ଼ୁଥିବାରୁ ଏହାର ସମାଧାନ ପାଇଁ ଏକ କମିଟି ଗଠନ କରାଯାଇଛି।

ଅନ୍ତର୍ଜାତୀୟ ବଜାରରେ ଅଣବିଶୋଧିତ ତୈଳର ମୂଲ୍ୟ ବୃଦ୍ଧି କାରଣରୁ ଦର ଏପରି ଲଗାତାର ବଢ଼ୁଥିବା ସେ ଜଣାଇଛନ୍ତି। ଏହା ଲୋକଙ୍କ କ୍ରୟଶକ୍ତି ବଢ଼ାଉଥିବାରୁ ତୈଳ ଦରବୃଦ୍ଧିକୁ ‘ଗୁଡ୍‌ ଇକ୍‌ନୋମିକ୍ସ’ ବୋଲି ଦର୍ଶାଇଛନ୍ତି ଜେଟ୍‌ଲୀ।

ଆଗକୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରାମ୍‌ ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଉଥିବା ଚର୍ଚ୍ଚା ଜୋର ଧରିଛି।



from Odisha Reporter https://ift.tt/2Pafhws

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages