
(ଓଡ଼ିଶା ରିପୋର୍ଟର): ଗୋଟିଏ ଫୋନ୍ରେ ୫ ଟି କ୍ୟାମେରା, ଏଭଳି ବୈଶିଷ୍ଟ୍ୟ ସହିତ ଆସିଛି ଏଲ୍ଜିର ନୂଆ ଫୋନ୍। ବୁଧବାର ନ୍ୟୁୟର୍କଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଫୋନ୍ ଏଲ୍ଜି ଭି୪୦ ଥୀଙ୍କ (Thinq) ବାବଦରେ ଘୋଷଣା କରାଯାଇଛି।
ଏଲ୍ଜି ଭି୪୦ ଥୀଙ୍କର ଅନ୍ୟ ସମସ୍ତ ବୈଶିଷ୍ଟ୍ୟ ଏଲ୍ଜି ଭି୩୦ ପରି ଏବଂ କମ୍ପାନୀର ପ୍ରଥମ ଫୋନ୍ ଯେଉଁଥିରେ ୫ଟି କ୍ୟାମେରା ରହିଛି। ପଛରେ ୩ ଟି କ୍ୟାମେରା ଥିବାବେଳେ ସାମ୍ନାରେ ୨ ଟି କ୍ୟାମେରା ରହିଛି।
ଏଥିରେ ରହିଥିବା ଅନ୍ୟ ସମସ୍ତ ବୈଶିଷ୍ଟ୍ୟ ମଧ୍ୟରୁ ସ୍ନାପ୍ଡ୍ରାଗନ୍ ୫୪୫ ସିଷ୍ଟମ୍ ଅନ୍ ଚିପ୍ (ଏସ୍ଓସି), ଧୂଳି ଏବଂ ଓଦା ହେବା ଭଳି ସ୍ଥିତିରୁ ବଞ୍ଚାଇବା ପାଇଁ ଆଇପି ୬୮, ବୁମ୍ବକ୍ସ ସ୍ପିକର୍ ଏବଂ ୧୯: ୯: ୯ ଓଏଲ୍ଇଡି ଡିସପ୍ଲେ ଆଦି ରହିଛି।
ଏହାର ଦାମ୍ କିନ୍ତୁ ଟିକେ ଅଧିକ ରହିଛି, ଯାହାକି ଗ୍ରାହକଙ୍କ ଆଗ୍ରହ କମାଇଦେଇପାରେ। ବର୍ତ୍ତମାନ ଏହାର ଭାରତୀୟ ମୁଦ୍ରାରେ ଦାମ୍ ପ୍ରାୟ ୬୬,୪୦୦ ଟଙ୍କା ସ୍ଥିର କରାଯାଇଛି। ଏହି ଫୋନ୍ଟି ଅରୋରା ବ୍ଲାକ୍, ମରୋକନ୍ ବ୍ଲୁ, ପ୍ଲାଟିନମ୍ ଗ୍ରେ ଏବଂ କାରମାଇନ୍ ରେଡ୍ ଆଦି ରଙ୍ଗରେ ଉପଲବ୍ଧ ରହିଛି।
from Odisha Reporter https://ift.tt/2zQ7GOo
No comments:
Post a Comment