ଥରେ ଲଙ୍ଗ୍ ଡ୍ରାଇଭ୍‌ରେ ଯାଉଥିଲେ ପ୍ରେମିକ ପ୍ରେମିକା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ଥରେ ଲଙ୍ଗ୍ ଡ୍ରାଇଭ୍‌ରେ ଯାଉଥିଲେ ପ୍ରେମିକ ପ୍ରେମିକା…

ଲଙ୍ଗ‌୍‍ ଡ୍ରାଇଭ‌୍‍

ପ୍ରେମିକ ପ୍ରେମିକା କାର୍‌ରେ ଯାଉଥିଲେ।

ପ୍ରେମିକା: ଆମେ ଏବେ କୁଆଡ଼େ ଯାଉଛନ୍ତି?

ପ୍ରେମିକ: ଲଙ୍ଗ‌୍‍ ଡ୍ରାଇଭ‌୍‍।

ପ୍ରେମିକା: ୱାଓ ! ଏ କଥା ତ ମତେ ଆଗରୁ କହି ନଥିଲ ?

ପ୍ରେମିକ: ମୁଁ ବି ଆଗରୁ ଜାଣି ନଥିଲି। ଏବେ ଜାଣିଲି।

ପ୍ରେମିକା: କେମିତି ?

ପ୍ରେମିକ: ଏବେ ଜାଣିଲି ଯେ, କାର‌୍‍ର ବ୍ରେକ‌୍‍ ଫେଲ‌୍‍ ହୋଇଯାଇଛି…

ମିଛୁଆ ପ୍ରେମିକ

ଲୀନା ଓ ମୀନା ଗୋଟିଏ ରୁମ୍‌ରେ ରହନ୍ତି। ଆଜି ମୀନା ରୁମ୍‌ରେ ଥିଲାବେଳେ ସେପଟୁ ଲୀନା ରାଗିକି ତମତମ ହେଇ ବାହାରୁ ଫେରିଲା।

ଲୀନା: ଆଜିଠୁ ମୁଁ ଜୀବନରେ ଆଉ କୌଣସି ପୁଅକୁ କେବେ ବିଶ୍ୱାସ କରିବିନି। ସବୁ ମିଛୁଆ ଓ ଧୋକାବାଜ‌୍‍।

ମୀନା: ଆରେଃ କ’ଣ ହେଲା ? ବୟଫ୍ରେଣ୍ଡ କିଛି କହିଲା କି ?

ଲୀନା: ଦୟାକରି ସେ ମିଛୁଆ ଓ ଧୋକାବାଜ‌୍‍ର ନାଁ ମୋ ଆଗରେ ଧରନି। ଆଜିଠୁ ତ ମୁଁ ତା ମୁହଁ ବି ଚାହିଁବିନି।

ମୀନା: ଆରେଃ କ’ଣ ହେଲା ଖୋଲିକି କହୁନୁ। ତାକୁ ଆଉକୋଉ ଝିଅ ସହ ଦେଖିଦେଲୁ କି ?

ଲୀନା: ଆରେଃ ନା, କାଲି ସେ ମତେ କହିଥିଲା ଯେ ଆଜିଠୁ ସେ ବମ୍ୱେ ଯାଉଛି। ଦେଖିଲା ବେଳକୁ ଯାଇନି। ଭୁବନେଶ୍ୱରରେ ଅଛି।

ମୀନା: ତ ଏଥିରେ ଏତେ ରାଗିବାର କ’ଣ ଅଛି ?

ଲୀନା: ଆଜି ସେ ମତେ ମୋ ଫାଷ୍ଟ ବୟଫ୍ରେଣ୍ଡ ସହ ପାର୍କରେ ଦେଖିଦେଲା…



from Odisha Reporter https://ift.tt/2z9wIGR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages