ଅଯୋଧ୍ୟା ବିବାଦ: ବିଜେପି ଆଗରେ ୪ଟି ବିକଳ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ଅଯୋଧ୍ୟା ବିବାଦ: ବିଜେପି ଆଗରେ ୪ଟି ବିକଳ୍ପ

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଶୁଣାଣିକୁ ପୁଣି ଘୁଞ୍ଚାଇ ଦେଇଛନ୍ତି। ରାମ ମନ୍ଦିର ନିର୍ମାଣକୁ ଢାଲ କରି ବାରମ୍ବାର ନିର୍ବାଚନ ବୈତରଣୀ ପାର ହୋଇଥିବା ବିଜେପି ପାଇଁ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଏହାର ଶୁଣାଣି ହୋଇ ନ ପାରିବା ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଏବେ ବିଭିନ୍ନ ହିନ୍ଦୁ ସଂଗଠନ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ତଥା ବିଜେପି ଉପରେ ଚାପ ସୃଷ୍ଟି କରିବାରେ ଲାଗିଛନ୍ତି।

ବିଶେଷ କରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌), ବିଶ୍ୱହିନ୍ଦୁ ପରିଷଦ ଓ ଶିହା ୱାକଫ ବୋର୍ଡ ସୁପ୍ରିମକୋର୍ଟଙ୍କ ଏଭଳି ବିଳମ୍ବିତ ରାୟକୁ ନଜରରେ ରଖି କେନ୍ଦ୍ର ସରକାରଙ୍କୁ ସ୍ୱତନ୍ତ୍ର ଅଧ୍ୟାଦେଶ ଆଣି ମନ୍ଦିର ନିର୍ମାଣ କରିବାକୁ ଦାବି କରିଛି। ୨୦୧୯ ଲୋକସଭାର ନିର୍ବାଚନ ଆଗକୁ ଥିବାରୁ ମନ୍ଦିର ନିର୍ମାଣରେ ବିଳମ୍ବ ହେଲେ ଭୋଟ୍‌ ବ୍ୟାଙ୍କକୁ ଏହା କ୍ଷତି ପହଞ୍ଚାଇବା ବୋଲି ବିଜେପି ଭଲ ଭାବେ ବୁଝି ସାରିଛି। ଏଭଳି ସ୍ଥିତିରେ ଏହି ବିବାଦରୁ ମୁକୁଳିବା ପାଇଁ ଦଳ ପାଖରେ ତଥା ସରକାରଙ୍କ ପାଖରେ ୪ଟି ପ୍ରମୁଖ ବିକଳ୍ପ ରହିଛି।

୧: ମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ: କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ଦୃଢ଼ ସମର୍ଥକ ଭାବେ ପରିଚିତ ଆର୍‌ଏସ୍‌ଏସ୍‌, ଭିଏଚ୍‌ପି ଓ ଶିବସେନା ଏବେ ମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଆଣିବାକୁ ଚାପ ସୃଷ୍ଟି କରିବାରେ ଲାଗିଛନ୍ତି। ପୂର୍ବରୁ କେନ୍ଦ୍ର ସରକାର ତତ୍କାଳ ଟ୍ରିପଲ୍‌ ତଲାକ ବ୍ୟବସ୍ଥାକୁ ବେଆଇନ୍‌ ଦର୍ଶାଇବା ପାଇଁ ସ୍ୱତନ୍ତ୍ର ଅଧ୍ୟାଦେଶ ଆଣିଥିବାରୁ ଏବେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଅନୁରୂପ ନୀତି ପାଳନ କରିବାକୁ ବିଜେପି ସହଯୋଗୀମାନେ ଦାବି କରୁଛନ୍ତି। ଶୀତ ଅଧିବେଶନରେ ବିଜେପି ସ୍ୱତନ୍ତ୍ର ଅଧ୍ୟାଦେଶ ଆଣୁ ବୋଲି ଭିଏଚ୍‌ପି କହିଛି। ବିଜେପି ନେତା ସୁବ୍ରମନିୟନ୍‌ ସ୍ୱାମୀ ଓ ବିନୟ କଟିୟାର ମଧ୍ୟ ବିଜେପିକୁ ଅଧ୍ୟାଦେଶ ଆଣିବା ଉଚିତ ବୋଲି କହିଛନ୍ତି।

୨: ସଂସଦରେ ସ୍ୱତନ୍ତ୍ର ବିଲ୍‌: ଅଯୋଧ୍ୟା ରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣ କରିବ ବୋଲି ବିଜେପି ତା’ର ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରିଥିଲା। ତେଣୁ ୨୦୧୯ ନିର୍ବାଚନ ପୂର୍ବରୁ ଏହି ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ବିଜେପି ସଂସଦରେ ତା’ର ଲେଜିସିଲେଟିଭ୍‌ କ୍ଷମତାକୁ ବ୍ୟବହାର କରି ସ୍ୱତନ୍ତ୍ର ବିଲ୍‌ ଆଣିବାକୁ ଉଦ୍ୟମ କରିପାରେ।

୩: ଚୂଡ଼ାନ୍ତ ରାୟକୁ ଅପେକ୍ଷା: ବିଜେପି ପାଖରେ ଆଉ ଗୋଟିଏ ବିକଳ୍ପ ରହିଛି। ବିଜେପି ଚାହିଁଲେ ସୁପ୍ରିମକୋର୍ଟଙ୍କ ରାୟ ପର୍ଯ୍ୟନ୍ତ ଅପେକ୍ଷା କରିପାରିବ।

୪: ଜନମତ ସଂଗ୍ରହ: ବିଜେପି ଶୀଘ୍ର ମନ୍ଦିର ନିର୍ମାଣ ପାଇଁ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଜନମତ ସୃଷ୍ଟି କରିବା ପାଇଁ ପ୍ରଚାର ଓ ପ୍ରସାର କରିପାରିବ। ଏହାଦ୍ୱାରା ରାମ ମନ୍ଦିର ଶୀଘ୍ର ନିର୍ମାଣ ଦାବିକୁ ନେଇ ଦେଶବ୍ୟାପୀ ଜନ ଆନ୍ଦୋଳନ ସୃଷ୍ଟି ହୋଇପାରିବ।



from Odisha Reporter https://ift.tt/2COPCq3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages