ଆରମ୍ଭ ହେଲା ‘ଦି ପ୍ରାଇଡ୍‌ ଆଣ୍ଡ୍‌ ଗ୍ଲୋରି ଅଫ୍‌ ବାଲିଯାତ୍ରା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ଆରମ୍ଭ ହେଲା ‘ଦି ପ୍ରାଇଡ୍‌ ଆଣ୍ଡ୍‌ ଗ୍ଲୋରି ଅଫ୍‌ ବାଲିଯାତ୍ରା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ନୌବାଣିଜ୍ୟ ଇତିହାସ ଏବଂ ଇଣ୍ଡୋନେସିଆ ଓ ବାଲି ସହ ଏହାର ବାଣିଜ୍ୟିକ ସମ୍ପର୍କ ଉପରେ ଆଧାରିତ ଲୋକପ୍ରିୟ ଉତ୍ସବ ‘ଦି ପ୍ରାଇଡ୍‌ ଆଣ୍ଡ ଗ୍ଲୋରୀ ଅଫ୍ ବାଲିଯାତ୍ରା’ ଆରମ୍ଭ ହୋଇଛି। ନଭେମ୍ବର ୩ ତାରିଖ ଯାଏ ଏହି ଉତ୍ସବ ଚାଲିବ। । ଏଥର ଭୁବନେଶ୍ୱରର ହୋଟେଲ୍‌ ମେ’ଫେୟାର୍‌ରେ ଏହି ଉତ୍ସବ ଅନୁଷ୍ଠିତ ହୋଉଛି।

ରିସୋର୍ସ ଇଣ୍ଡିକା: ରୁଟ୍‌ସ୍‌ ଆଣ୍ଡ ରିଭିଲେସନ୍ସ ପକ୍ଷରୁ ଏହା ଆୟୋଜନ ହେଉଛି। ୨୦୧୩ ନଭେମ୍ବର ମାସରେ କଟକରେ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ପରେ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍ କଲ୍‌ଚରାଲ୍‌ ରିଲେସନ୍‌ସ, ଏସିଆଟିକ୍‌ ସୋସାଇଟି, ଇଣ୍ଟାକ୍‌, ନୂଆଦିଲ୍ଲୀରେ ଅବସ୍ଥାପିତ ଏମ୍ବାସି ଅଫ୍‌ ଦି ରିପବ୍ଲିକ୍‌ ଇଣ୍ଡୋନେସିଆ ଏବଂ ଇଣ୍ଡୋନେସିଆ ପର୍ଯ୍ୟଟନ ପକ୍ଷରୁ ନୂଆଦିଲ୍ଲୀ, କୋଲକତା ଏବଂ ବାଲିରେ ମଧ୍ୟ ପ୍ରଦର୍ଶନୀର ଅୟୋଜନ କରାଯାଇଥିଲା।

ଚଳିତ ଥର ଉତ୍ସବର ଉଦ୍‌ଘାଟନୀ ଦିବସରେ ଇଣ୍ଡୋନେସିଆ ଓ ବାଲିର ପାରମ୍ପରିକ ବାଲିନିଜ୍‌ ନୃତ୍ୟ ପରିବେଷଣ କରାଯାଇଥିଲା। ଶେଷରେ ବାଲିନିଜ୍‌ ବଫେଲ୍‌ର ମଧ୍ୟ ଆୟୋଜନ କରାଯାଇଥିଲା। ଏଥିପାଇଁ ଇଣ୍ଡୋନେସିଆ ଓ ବାଲିରୁ କଳାକାର ଓ ସେଫ୍‌ମାନେ ଆସିଥିଲେ।

ଉତ୍ସବର ଅତିଥି ଭାବେ ଯୋଗ ଦେଇଥିବା ଇଣ୍ଡୋନେସିଆ ପର୍ଯ୍ୟଟନ ମନ୍ତ୍ରୀ କୋମଙ୍ଗ ମହାବୀରଙ୍କ କହିବା ଅନୁଯାୟୀ ‘ମୁଁ ଇଣ୍ଡୋନେସିଆରେ ଜନ୍ମିତ ଏବଂ ଇଣ୍ଡୋନେସିଆର ନାଗରିକ ହିସାବରେ ମୋ ଦେଶକୁ ଏଭଳି ଏକ ଉତ୍ସବରେ ପ୍ରତିନିଧିତ୍ୱ କରି ଗର୍ବିତ ଅନୁଭବ କରୁଛି। ମୁଁ ଏଭଳି ଏକ ରାଜ୍ୟକୁ ଆସିଛି ଯେଉଁ ରାଜ୍ୟରୁ ବହୁ ପରମ୍ପରା ଓ ସଂସ୍କୃତି ଆମ ଦେଶକୁ ଯାଇଛି। ଏହି ଉତ୍ସବ ଇଣ୍ଡୋନେସିଆରେ ଭାରତୀୟ ସଂସ୍କୃତିର ପ୍ରଭାବ ବାବଦରେ ପ୍ରଚାର ଓ ପ୍ରସାର କରୁଛି।’

ଇଣ୍ଡୋନେସିଆ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ବାଲି ପର୍ଯ୍ୟଟନ ବୋର୍ଡର ପଦାଧିକାରୀ ଏବଂ ‘ରିସୋର୍ସ ଇଣ୍ଡିକା’ର ନିର୍ଦ୍ଦେଶକ ସୁଦୀପ ସେନ୍ ପ୍ରମୁଖ ଉପସ୍ଥିତ ଥିଲେ।

 



from Odisha Reporter https://ift.tt/2yzUPPq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages