‘ନିରଞ୍ଜନ ବାବୁ ଏବେ କଂଗ୍ରେସର ନେତୃତ୍ୱ ନେଉଛନ୍ତି, ଦଳ ଜିତିଲେ ଓଡ଼ିଶାର ନେତୃତ୍ୱ ନେବେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 6, 2018

‘ନିରଞ୍ଜନ ବାବୁ ଏବେ କଂଗ୍ରେସର ନେତୃତ୍ୱ ନେଉଛନ୍ତି, ଦଳ ଜିତିଲେ ଓଡ଼ିଶାର ନେତୃତ୍ୱ ନେବେ’

chira,,,,,,,

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): “ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନିର୍ବାଚନ ଲଢ଼ୁଛି। ସେ ଦଳର ନେତୃତ୍ୱ ନେଉଛନ୍ତି । ଆଗାମୀ ଦିନରେ ଓଡ଼ିଶାରେ ଯଦି କଂଗ୍ରେସ ଆସେ, ନିରଞ୍ଜନ ବାବୁ ଓଡ଼ିଶାର ନେତୃତ୍ୱ ନେବେ।”

ବାଲେଶ୍ୱରରେ କଂଗ୍ରେସର ଜନ ଜାଗରଣ ଯାତ୍ରାରେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଏହି ମନ୍ତବ୍ୟ ଦେଇଛନ୍ତି।

ସେ ଆହୁରି କହିଛନ୍ତି,“ବାଲେଶ୍ୱରରେ କଂଗ୍ରେସ ଦଳକୁ ଜନ ସମର୍ଥନ ମିଳିଛି। ଏଥିପାଇଁ ଆମେ ଉତ୍ସାହିତ। କଂଗ୍ରେସ ଦଳ ଆଡ଼କୁ ଲୋକେ ଆକୃଷ୍ଟ ହେଉଛନ୍ତି ବୋଲି ଏଥିରୁ ଜଣାପଡ଼ୁଛି।”

ଗତ ୩ ତାରିଖରେ ବାଲେଶ୍ୱରରୁ ଆରମ୍ଭ ହୋଇଛି କଂଗ୍ରେସର ଜନ ଜାଗରଣ ଯାତ୍ରା। ଆଜି ଏହି ଯାତ୍ରା ଜଳେଶ୍ୱର ଓ ଭୋଗରାଇ ବ୍ଲକ୍‌ରେ ପହଞ୍ଚିଛି।



from Odisha Reporter https://ift.tt/2y2PIXV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages