
ବେଜିଂ: ଇଣ୍ଟରପୋଲର ମୁଖ୍ୟ ମେଙ୍ଗ୍ ହ୍ୱେଙ୍ଗ୍ୱିଙ୍କୁ ଚୀନରେ ଅଟକ ରଖାଯାଇଛି। ମେଙ୍ଗ୍ଙ୍କ ବିରୋଧରେ ଥିବା ଏକ ମାମଲା ସମ୍ପର୍କରେ ପଚରାଉଚରା କରିବା ପାଇଁ ତାଙ୍କୁ ଅଟକ ରଖାଯାଇଛି। ଏନେଇ ଆଜି ଏକ ଗଣମାଧ୍ୟମରୁ ଏହି ସୂଚନା ମିଳିଛି।
ମେଙ୍ଗ୍ ଗତକାଲି ନିଖୋଜ ହୋଇ ଯାଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।
ମେଙ୍ଗ୍ ଚୀନର ସାଧାରଣ ସୁରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱରେ ଅଛନ୍ତି। ସେ ଏହି ମନ୍ତ୍ରଣାଳୟରେ ଉପମନ୍ତ୍ରୀ ଅଛନ୍ତି।
ଫ୍ରାନ୍ସର ଏକ ରିପୋର୍ଟ ଅନୁସାରେ, ମେଙ୍ଗଙ୍କୁ ସେପ୍ଟେମ୍ୱର ୨୯ ତାରିଖରେ ଶେଷ ଥର ପାଇଁ ଫ୍ରାନ୍ସରେ ଦେଖିବାକୁ ମିଳିଥିଲା।
ଅନ୍ୟପକ୍ଷରେ ମେଙ୍ଗ୍ଙ୍କ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଚୀନର ସାଧାରଣ ସୁରକ୍ଷା ମନ୍ତ୍ରୀ କିମ୍ୱା ବୈଦିଶିକ ମନ୍ତ୍ରୀ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।
from Odisha Reporter https://ift.tt/2OHTUG2
No comments:
Post a Comment