ଖୋଲିଲା ସମୁଦ୍ର ଉପରେ ବିଶ୍ୱର ଦୀର୍ଘତମ ବ୍ରିଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ଖୋଲିଲା ସମୁଦ୍ର ଉପରେ ବିଶ୍ୱର ଦୀର୍ଘତମ ବ୍ରିଜ୍‌

ବେଜିଂ: ସମୁଦ୍ର ଉପରେ ନିର୍ମାଣ ହୋଇଥିବା ବିଶ୍ୱର ଦୀର୍ଘତମ ବ୍ରିଜ୍‌କୁ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ସର୍ବସାଧାରଣଙ୍କ ବ୍ୟବହାର ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ବ୍ରିଜ୍‌ଟି ହଂକଂ, ମକାଉ ଓ ଚୀନର ମେନ୍‌ଲ୍ୟାଣ୍ଡକୁ ସଂଯୋଗ କରୁଛି। ଏହି ବ୍ରିଜ୍‌ଟିର ଲମ୍ବ ୫୫ କିମି ହୋଇଥିବା ବେଳେ ଏହାର ନାଁ ହଂକଂ-ଝୁହାନୀ-ମାକାଉ ରହିଛି।

ଲୋକାର୍ପଣ ଉତ୍ସବ ପାଇଁ ମେନ୍‌ଲ୍ୟାଣ୍ଡର ଦକ୍ଷିଣପୂର୍ବ ଅଞ୍ଚଳରେ ଅବସ୍ଥିତ ଝୁହାଇ ସହରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରଶାସନିକ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ବ୍ରିଜ୍‌ ନିର୍ମାଣ ପାଇଁ ୨୦ ବିଲିୟନ୍‌ ଆମେରିକୀୟ ଡଲାର ଖର୍ଚ୍ଚ ହୋଇଛି।

ଏହାଦ୍ୱାରା ୧୧ଟି ସହରର ୬ ଲକ୍ଷ ୮୦ ହଜାର ଲୋକ ଉପକୃତ ହୋଇପାରିବେ। ଏଥିସହ ଭିତ୍ତିଭୂମି, ଆର୍ଥିକ ସ୍ଥିତି ଓ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ବିକାଶ ହୋଇପାରିବ।

ଏହି ୫୫ କିମି ବ୍ରିଜ୍‌ଟି ନିର୍ମାଣ ପାଇଁ ୯ ବର୍ଷ ଲାଗିଥିଲା। ୩ ଲାଇନ୍‌ ବିଶିଷ୍ଟ ହୋଇଥିବା ଏହି ବ୍ରିଜ୍‌ର ମୁଖ୍ୟ ରାସ୍ତା ହେଉଛି ୩୦ କିମି ଲମ୍ବ। ସେହିପରି ସେଥିରୁ ବାହାରିଥିବା ୨ଟି ଶାଖା ଲିଙ୍କ ରୋଡର ଦୈର୍ଘ୍ୟ ହେଉଛି ୨୫ କିମି।

ପୂର୍ବରୁ ଝୁହାଇରୁ ହଂକଂ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯିବା ପାଇଁ ୪ ଘଣ୍ଟା ସମୟ ଲାଗୁଥିଲା। କିନ୍ତୁ ଏହି ସାମୁଦ୍ରିକ ବ୍ରିଜ୍‌ ନିର୍ମାଣ ହେବା ପରେ ଏହି ଦୂରତା ୪୫ ମିନିଟ୍‌ ମଧ୍ୟରେ ଅତିକ୍ରମ କରିହେବ ବୋଲି କୁହାଯାଇଛି।



from Odisha Reporter https://ift.tt/2D4xOIn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages