
ଗୁରୁଗ୍ରାମ(ଓଡ଼ିଶା ରିପୋର୍ଟର): ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ‘Honda 2Wheelers India’ ସ୍କୁଟରାଇଜେଶନର କ୍ରେଜ୍କୁ ବଢ଼ାଇଚାଲିଛି। ଏବେ ଯୁବପିଢ଼ି ମୋଟରସାଇକେଲ୍ ମୁଁହା ହେଉଥିଲେ ମଧ୍ୟ ସଡ଼କରେ ସ୍କୁଟର ସଂଖ୍ୟା ଅଧିକ। ଏହି ଧାରାରେ ୨୦୧୭ ନଭେମ୍ବରରେ ହଣ୍ଡା ବଜାରକୁ ଆଣିଥିବା ଏହାର ଆକର୍ଷଣୀୟ ସ୍କୁଟର GRAZIAର ଦୁଇ ଲକ୍ଷରୁ ଅଧିକ ୟୁନିଟ୍ ବିକ୍ରି ହୋଇଯାଇଛି।
ବଜାର ପ୍ରବେଶର ମାତ୍ର ୧୧ ମାସ ମଧ୍ୟରେ ସହରାଞ୍ଚଳରେ ଏହି ସ୍କୁଟରର ବିକ୍ରି ସଂଖ୍ୟା ୨ ଲକ୍ଷ ୟୁନିଟ୍ ଅତିକ୍ରମ କରିଯାଇଛି। ମାତ୍ର ତିନି ମାସ ମଧ୍ୟରେ ଗ୍ରାଜିଆର ବିକ୍ରି ୫୦ ହଜାର ୟୁନିଟ୍ ଅତିକ୍ରମ କରିଥିବା ବେଳେ ଭାରତର ପ୍ରମୁଖ ୧୦ ସ୍କୁଟର ମଧ୍ୟରେ ସ୍ଥାନ ପାଇଥିଲା।
କେବଳ ଭାରତ ନୁହେଁ, ଦକ୍ଷିଣ ଏସୀୟ ରାଷ୍ଟ୍ର ଏବଂ ଲାଟିନ୍ ଆମେରିକାରେ ମଧ୍ୟ ଗ୍ରାଜିଆ ବେଶ୍ ଲୋକାଦୃତ ହୋଇଛି।
from Odisha Reporter https://ift.tt/2CD02sE
No comments:
Post a Comment