ନଡ଼ାରୁ ଇଥାନଲ ଉତ୍ପନ୍ନ କରିବ ବିପିସିଏଲ, ବରଗଡ଼ରେ ସ୍ଥାପନ ହେବ ଦେଶର ପ୍ରଥମ ଇଥାନଲ ପରିଶୋଧନାଗାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ନଡ଼ାରୁ ଇଥାନଲ ଉତ୍ପନ୍ନ କରିବ ବିପିସିଏଲ, ବରଗଡ଼ରେ ସ୍ଥାପନ ହେବ ଦେଶର ପ୍ରଥମ ଇଥାନଲ ପରିଶୋଧନାଗାର

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ତୈଳଦର ହୁ ହୁ ହୋଇ ବଢ଼ୁଛି। ସେଥିପାଇଁ ଲୋକେ ଅତି ମାତ୍ରାରେ ଅସନ୍ତୁଷ୍ଟ ଓ ଅତିଷ୍ଠ ହେଲେଣି। ସରକାର ତୁରନ୍ତ ଏହାର ବିକଳ୍ପ ବାହାର କରନ୍ତୁ ବୋଲି ମଧ୍ୟ ପ୍ରତିକ୍ରିୟା ରଖିଲେଣି। ଏଭଳି ଏକ ସମୟରେ ପେଟ୍ରୋଲରେ ମିଶ୍ରଣ ହେଉଥିବା ଇଥାନଲ ଭଳି ତରଳ ପଦାର୍ଥର ପ୍ରକ୍ରିୟାକରଣ ପାଇଁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍(ବିପିସିଏଲ) ଓଡିଶାର ବରଗଡ଼ ଜିଲାରେ ସର୍ବ ପ୍ରଥମେ ଇଥାନଲ ଜୈବ-ଇନ୍ଧନ ପରିଶୋଧନଗାର ସ୍ଥାପନ କରିବା ପାଇଁ ଘୋଷଣା କରିଛି।

ପାଖାପାଖି ୧୦୦୦ କୋଟି ଟଙ୍କା ବ୍ୟୟରେ ଆସନ୍ତା ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରିବା ପାଇଁ କମ୍ପାନୀ ସମୟସୀମା ଧାର୍ଯ୍ୟ କରିଛି।

ବିପିସିଏଲ୍ ଜୈବ ଇନ୍ଧନ ମୁଖ୍ୟ ମହା ପ୍ରବନ୍ଧକ ସଞ୍ଜୀବ କୁମାର ପଲ ଭୁବନେଶ୍ୱର ସ୍ଥିତ ହୋଟେଲ ଟ୍ରାଇଡେଣ୍ଟ୍ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ପାଖାପାଖି ୫୦ ଏକର ଜମି ଏଥିପାଇଁ ଅଧିଗ୍ରହଣ ହୋଇଥିବା ବେଳେ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ମଞ୍ଜୁରୀ ମଧ୍ୟ ମିଳି ସାରିଛି।

ଆସନ୍ତା ୧୦ ତାରିଖରେ ବରଗଡ଼ ଜିଲା ଭଟଲି ତହସିଲ ଅନ୍ତର୍ଗତ ବଉଳସିଂହା ଗ୍ରାମ ନିକଟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।ଏହି ଅବସରରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ।

ଜାତୀୟ ଜୈବ ଇନ୍ଧନ ନୀତି ୨୦୧୮ ଅନୁସାରେ ସରକାର ୨୦୩୦ ସୁଦ୍ଧା ୨୦% ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରି ପାଇଁ ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ମାତ୍ର ୩ ରୁ ୪% ମଧ୍ୟରେ ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରି ହେଉଥିବା ବେଳେ ଏହାର ପରିମାଣ ବୃଦ୍ଧି କରିବାରେ ଏହି ପ୍ଲାଣ୍ଟ୍ ସହାୟକ ହେବ। ପ୍ଲାଣ୍ଟକୁ ବର୍ଜ୍ୟ ଧାନ ନଡ଼ା ଯୋଗାଇ ଚାଷୀମାନେ ସେମାନଙ୍କ ସାମାଜିକ-
ଅର୍ଥନୈତିକ ପରିସ୍ଥିତିକୁ ମଜଭୁତ କରିପାରିବେ।ଏଥି ସହିତ ଏହା ସ୍ଥାନୀୟ ଅଞ୍ଚଳର ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପାଖାପାଖି ୧୨୦୦ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ଶ୍ରୀ ପଲ କହିଛିନ୍ତି।

ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କ ଠାରୁ ନଡ଼ା ଓ ପାଳ କଞ୍ଚାମାଲ ରୂପେ ବ୍ୟବହାର କରି ଏହି ପ୍ଲାଣ୍ଟ୍ ପରିଚାଳିତ ହେବ ବୋଲି ବିପିସିଏଲର ଓଡ଼ିଶା ଏବଂ ଝାଡ଼ଖଣ୍ଡ ମୁଖ୍ୟ ଦେବାଶିଷ ପାଲିତ କହିଛନ୍ତି।



from Odisha Reporter https://ift.tt/2IHPZDy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages