
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ ଛାଡ଼ିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ସିମୁଳିଆର ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡା। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ବାଲେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।
ପଦ୍ମଲୋଚନଙ୍କ ସହିତ ଛାତ୍ର କଂଗ୍ରେସର ସମ୍ପାଦକ ନୀଳମାଧବ ପଣ୍ଡା, ଶୁଭଙ୍କର ମହାପାତ୍ରଙ୍କ ସହ କେତେକ ବ୍ଲକ୍ ସ୍ତରୀୟ ନେତା ବି ଦଳ ଛାଡ଼ିଥିବା ସୂଚନା ମିଳିଛି।
ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି, “ଦଳରେ ଗୋଷ୍ଠୀ କନ୍ଦଳ ସାଙ୍ଗକୁ ସମନ୍ୱୟର ଅଭାବ ରହିଛି। କଂଗ୍ରେସ୍ ଦଳର ଭବିଷ୍ୟତ ନାହିଁ। ଯେଉଁମାନେ କଂଗ୍ରେସକୁ ବାରମ୍ବାର ହତ୍ୟା କରୁଛନ୍ତି, ସେମାନେ ପିସିସି ସଭାପତିଙ୍କ ଚାରିପଟେ ଘେରିକି ରହିଛନ୍ତି। ସେହି ହତ୍ୟାର ଶିକାର ମୁଁ ହୋଇଛି।”
ଅନ୍ୟପଟେ ନିଜର ରାଜନୈତିକ ଭବିଷ୍ୟତ ନେଇ ପଦ୍ମଲୋଚନ ମଙ୍ଗଳବାର ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି। ଏନେଇ କଂଗ୍ରେସ ଦଳର ପ୍ରତିକ୍ରିୟା ମିଳିପାରି ନାହିଁ।
from Odisha Reporter https://ift.tt/2Cwx6Du
No comments:
Post a Comment