
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ‘ଅସ୍ଲି ମସାଲେ ସଚ୍ ସଚ୍’ ଏମିତି ଏକ ବିଜ୍ଞାପନ ଶୁଣିଲେ ମନରେ ଏମ୍ଡିଏଚ୍ ମସଲା କଥା ଆସିବା ସହିତ ଯେଉଁ ଚରିତ୍ର କଥା ସାମ୍ନାକୁ ଆସେ ସେ ହେଉଛନ୍ତି ଏମ୍ଡିଏଚ୍ର ପ୍ରତିଷ୍ଠାତା ‘ମହାଶୟ’ ଧରମପାଲ୍ ଗୁଲାଟି। ତାଙ୍କର ସଂଘର୍ଷମେ ଜୀବନଗାଥା ଏବଂ କୌଣସି ଦାମୀ ବିଜ୍ଞାପନ ମଡେଲଙ୍କ ବିନା ଏମ୍ଡିଏଚ୍କୁ ସେ ଯେଉଁଭଳି ପ୍ରସିଦ୍ଧ କରିପାରିଛନ୍ତି ତାକୁ ନେଇ ଶ୍ରୀ ଗୁଲାଟିଙ୍କ ନାମ ଅନେକ ଖବରର ଶିରୋନାମା ମଣ୍ଡନ କରିଛି।
କିନ୍ତୁ ଗତକାଲିର ଖବର ଥିଲାଟିକେ ନିଆରା। ଏହି ୯୫ ବର୍ଷ ବୟସ୍କ ଉଦ୍ୟୋଗୀଙ୍କର ମୃତ୍ୟୁ ହୋଇଯାଇଥିବାନେଇ ଗତକାଲିଠାରୁ ଏକ ଗୁଜବ ପ୍ରସାର ହେବା ଆରମ୍ଭ କରିଥିଲା। କିନ୍ତୁ ସେ ୯୯ରେ ଆଉଟ୍ ହେବା ଖବରକୁ ନିଜେ ସାମ୍ନାକୁ ଆସି ଖଣ୍ଡନ କରିଛନ୍ତି। ସମଗ୍ର ଭାରତରେ ଥିବା ତାଙ୍କ ପ୍ରଶଂସକ ଏବଂ ଶୁଭେଚ୍ଛୁଙ୍କ ଭଲପାଇବା ତାଙ୍କୁ ୧୦୦ ବର୍ଷ ଅତିକ୍ରମ କରିବାରେ ନିଶ୍ଚୟ ସାହାଯ୍ୟ କରିବ ବୋଲି ସେ ନିଶ୍ଚିତ ଥିବା କହିଛନ୍ତି।
Family condemn about Death Rumours of #MDH owner DharmPal Mahasabha Ji pic.twitter.com/79M61fTHNK
— Seema Kumar Gill (@SeemaKumarGill) October 7, 2018
ଏଥିନେଇ ତାଙ୍କ ପରିବାର ପକ୍ଷରୁ ଏକ ଭିଡିଓ ରିଲିଜ୍ କରାଯାଇଛି ଯେଉଁଥିରେ ସେ ସୁସ୍ଥ ଥିବା ସ୍ପଷ୍ଟ ଜଣାପଡ଼ୁଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ପଚାରିବା ପାଇଁ ଅନେକ ଲୋକ ଫୋନ୍ କରୁଥିବାରୁ ଗୁଲାଟି ପୁଣି ଯୁବକ ଭଳି ଅନୁଭବ କରୁଥିବା ତାଙ୍କ ପରିବାର ଲୋକେ ଜଣାଇଛନ୍ତି।
୧୯୧୯ ମସିହାରେ ପାକିସ୍ତାନର ସିଆଲ୍କୋଟ୍ରେ ଜନ୍ମ ନେଇଥିବା ଗୁଲାଟି ୧୯୪୭ରେ ଦିଲ୍ଲୀ ପଳାଇଆସିଥିଲେ। ୧୯୫୩ ମସିହାରେ ଚାନ୍ଦନୀଚୌକ୍ଠାରେ ଏକ ଦୋକାନ ଭଡ଼ା ନେଇ ମସଲା ବ୍ୟବସାୟ ଆରମ୍ଭ କରିଥିଲେ ଯାହାର ନାମ ରଖାଯାଇଥିଲା ମହାଶିୟାନ୍ ଦି ହଟ୍ଟି (ଏମ୍ଡିଏଚ୍)। ଏହା ବର୍ତ୍ତମାନ ୧୫ଟି କାରଖାନାରେ ୫୦ ପ୍ରକାରର ମସଲା ଉତ୍ପାଦନ କରି ସମଗ୍ର ବିଶ୍ୱରେ ବିକ୍ରି କରୁଛି।

୨୦୧୭ ମସିହାରେ ଗୁଲାଟି ସବୁଠାରୁ ଅଧିକ ବେତନ ପାଉଥିବା ଭାରତୀୟ ସିଇଓର ମାନ୍ୟତା ପାଇଥିଲେ।
from Odisha Reporter https://ift.tt/2PftDfb
No comments:
Post a Comment