
କୁଜଙ୍ଗ (ରମାକାନ୍ତ ନାୟକ): ଜଣେ ବିଜେଡି ସମର୍ଥିତ ସରପଞ୍ଚଙ୍କ ସ୍ୱାମୀଙ୍କ ଦାଦାଗିରି ଏବେ ପାରାଦୀପରେ ଆଲୋଚନାର ବିଷୟ ହୋଇଛି। ପାରାଦୀପ କୁଜଙ୍ଗରେ ଆୟୋଜିତ ବିଜେଡି ମହିଳା ସମାବେଶରେ ଯୋଗଦେଇନଥିବା ବ୍ୟକ୍ତିଙ୍କୁ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସମର୍ଥକ ପିଟିଥିବା ଅଭିଯୋଗ ହୋଇଛି। ମାଡ଼ ଖାଇଥିବା ବ୍ୟକ୍ତିମାନେ ଏନେଇ ଥାନାରେ ଅଭିଯୋଗ କରିଥିଲେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି।
ଗତ ସେପ୍ଟେମ୍ବର ୩୦ ତାରିଖରେ ବିଜେଡି କୁଜଙ୍ଗରେ ମହିଳା ସମାବେଶ ଆୟୋଜନ କରିଥିଲା। ଏଥିରେ ଆଖପାଖ ଅଞ୍ଚଳରୁ ବହୁ କର୍ମୀ ଯୋଗଦେଇଥିଲେ। ସେହି ସମାବେଶରେ ହଂସୁରା ପଞ୍ଚାୟତର ସରପଞ୍ଚ ସ୍ମୃତିରେଖା ସ୍ୱାଇଁ, ତାଙ୍କ ସ୍ୱାମୀ ଓ ସମର୍ଥକ ଯୋଗଦେଇଥିଲେ। ସମାବେଶ ସରିବା ପରେ ସେମାନେ ଖୋସାଲପୁର ବଜାରରେ ଥିବା ବିଭିନ୍ନ ଦୋକାନରେ ପଶି ଦୋକାନୀଙ୍କୁ ନିର୍ଘାତ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଏପରିକି ସେମାନେ ବାରିକ ସାହିରେ ପଶି ମହିଳାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଯାହା ସିସିଟିଭିରେ ରେକର୍ଡ ହୋଇଛି। ମାଡ଼ ଖାଇଥିବା ବ୍ୟକ୍ତିମାନେ କୁଜଙ୍ଗ ଥାନାରେ ୪ଟି ଏତଲା ଦେଇଛନ୍ତି। ତେବେ ଘଟଣାର ଆଠ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ୍ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।
ଅନ୍ୟପଟେ ଖୁଦୁରୁକୁଣୀ ଭସାଣିରେ ଔଷଧ ଦୋକାନୀଙ୍କ ଜଣେ ସଂପର୍କୀୟ ଝିଅଙ୍କୁ କମେଣ୍ଟ ମାରିଥିବାରୁ ପାଟିତୁଣ୍ଡ ହୋଇଥିବା ସରପଞ୍ଚଙ୍କ ସ୍ୱାମୀ କହିଛନ୍ତି।
from Odisha Reporter https://ift.tt/2Pt5S3a
No comments:
Post a Comment