ପୂଜା ଛୁଟିରେ ଘରେ ତିଆରି କରନ୍ତୁ ନବରତ୍ନ ପଲାଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 8, 2018

ପୂଜା ଛୁଟିରେ ଘରେ ତିଆରି କରନ୍ତୁ ନବରତ୍ନ ପଲାଉ

ଓଡ଼ିଶା ରିପୋର୍ଟର୍‌: ଦଶହରା ପୂଜା ଛୁଟିରେ ଆପଣ ଘରେ ଭିନ୍ନ ଭିନ୍ନ ସ୍ୱାଦର ଖାଦ୍ୟ ସାମଗ୍ରୀ ନିଶ୍ଚୟ ପ୍ରସ୍ତୁତ କରୁଥିବେ। ଘରକୁ ଅତିଥି ଆସିବାର ଥିଲେ, ତାଙ୍କୁ କ’ଣ ଖାଇବାକୁ ଦେବେ, ଅନେକଙ୍କୁ ସେହି ଚିନ୍ତା ମଧ୍ୟ ଘାରିଥାଏ। ତେବେ ଘରେ ନବରତ୍ନ ପଲାଉ କିପରି ତିଆରି କରିବେ, ଆଜି ଆମେ ଆପଣଙ୍କୁ ସେସମ୍ପର୍କରେ କହିବୁ।

ଆବଶ୍ୟକ ସାମଗ୍ରୀ: ବାସୁମତୀ ଅରୁଆ ଚାଉଳ, ଆଳୁ, ଫୁଲକୋବି, ଗାଜର୍‌, ବିନ୍‌ସ୍‌, ମଟର ଛୁଇଁ ଦାନା, ପନିର୍‌, ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, ସାହାଜିରା, ଡାଲଚିନି, ଗୁଜୁରାତି, ଅଳେଇଚ, ତେଜପତ୍ର, ଗୋଟା ଗୋଲମରିଚ, ହଳଦୀଗୁଣ୍ଡ, ଘିଅ, ଚିନି ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପରିବାଗୁଡିକୁ ପତଳା ଓ ଲମ୍ବା କରି କାଟି ସେସବୁକୁ ଧୋଇ ଦିଅନ୍ତୁ। ଚାଉଳକୁ ମଧ୍ୟ ଧୋଇ ରଖନ୍ତୁ। ଏବେ ପିଆଜକୁ ବଡ଼ ବଡ଼ ଖଣ୍ଡ କରି କାଟନ୍ତୁ। ବର୍ତ୍ତମାନ ପନିରକୁ ଛୋଟ ଛୋଟ କରି କାଟି ରଖନ୍ତୁ। ଏବେ ଏକ କଡ଼େଇରେ ତେଲ ଦେଇ ପନିର ଓ ପରିବାଗୁଡିକୁ ଭାଜି ରଖନ୍ତୁ।

ଏବେ ଆଉ ଗୋଟିଏ ପାତ୍ରରେ ଘିଅ ଗରମ କରି ସେଥିରେ ତେଜପତ୍ର, ଗୋଲମରିଚ ଓ ସାହାଜିରା ପକାନ୍ତୁ। ଏହାପରେ ଡାଲଚିନି, ଗୁଜୁରାତି ଓ ଅଳେଇଚକୁ ଛେଚି ପକାନ୍ତୁ। ବର୍ତ୍ତମାନ କଟା ପିଆଜ ପକାନ୍ତୁ। ପିଆଜ ଅଳ୍ପ ଭାଜି ହୋଇଗଲେ ଅଦା, ରସୁଣ ଓ କଞ୍ଚାଲଙ୍କାକୁ ଛେଚି ସେଥିରେ ପକାନ୍ତୁ। ଏହାକୁ ଅଳ୍ପ ସମୟ ଭାଜିବା ପରେ ସେଥିରେ ଚାଉଳ ଓ ଅଳ୍ପ ହଳଦୀ ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ପନିର ଭଜାଗୁଡ଼ିକୁ ଏଥିରେ ପକାଇ ଦିଅନ୍ତୁ। ବର୍ତ୍ତମାନ ଚାଉଳର ଦୁଇଗୁଣା ପାଣି ଦେଇ ଅଳ୍ପ ଲୁଣ ଓ ଚିନି ପକାଇ ଢାଙ୍କୁଣୀ ଦେଇ ଦିଅନ୍ତୁ। ଏହାକୁ କମ୍‌ ଆଞ୍ଚରେ ସିଝିବାକୁ ଛାଡ଼ି ଦିଅନ୍ତୁ।
ପଲାଉ ହୋଇଗଲେ ଚୁଲିରୁ ଓହ୍ଲାଇ ଉପରେ ଏକ ଚାମଚ ଘିଅ ଓ ୨ ଚାମଚ ଲେମ୍ବୁରସ ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ନବରତ୍ନ ପଲାଉ। ଏହାକୁ ଗରମା ଗରମ ଆଚାର ଓ ତରକାରି ସହ ପରଷନ୍ତୁ।



from Odisha Reporter https://ift.tt/2OIWDih

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages