ନିରବ୍‌ ମୋଦିଙ୍କଠାରୁ କିଣିଥିଲେ ହୀରା ମୁଦି, ଅର୍ଥ ଗଲା ଆଉ ପ୍ରେମିକା ବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 8, 2018

ନିରବ୍‌ ମୋଦିଙ୍କଠାରୁ କିଣିଥିଲେ ହୀରା ମୁଦି, ଅର୍ଥ ଗଲା ଆଉ ପ୍ରେମିକା ବି

ହଂକଂ (ଓଡ଼ିଶା ରିପୋର୍ଟର): ଋଣ ଖିଲାପକାରୀ ନିରବ୍‌ ମୋଦିଙ୍କ କୁଖ୍ୟାତି ଏବେ ଆଉ ଭାରତରେ ସୀମିତ ନରହି ବିଦେଶରେ ମଧ୍ୟ ବ୍ୟାପିଲାଣି। ସେ ଏମିତି ଏକ କାଣ୍ଡ ଭିଆଇଛନ୍ତି ଯେ ଜଣେ ଲୋକ ଟଙ୍କା ତ ଟଙ୍କା, ପ୍ରାଣଠାରୁ ଅଧିକ ଭଲପାଉଥିବା ପ୍ରେମିକାଙ୍କୁ ମଧ୍ୟ ହରାଇଛନ୍ତି।

ଚଳିତ ବର୍ଷ ଜୁନ୍‌ ମାସରେ ପଲ୍‌ ଆଲ୍‌ଫାନ୍ସୋ ନାମକ ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କୁ ଏକ ରୋମାଣ୍ଟିକ୍‌ ଡିନର୍‌ରେ ନେଇଯାଇଥିଲେ। ସେ ଏପରି ଅନ୍ତରଙ୍ଗ ମୁହୂର୍ତ୍ତର ସୁଯୋଗରେ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି କହିବେ ଭାବିଥିଲେ। କିନ୍ତୁ ଯାହା ଘଟିଲା ସେ ସ୍ୱପ୍ନରେ ମଧ୍ୟ ଆଶା କରିନଥିଲେ।

ସେ ସେହି ସମୟ ବାବଦରେ କୁହନ୍ତି, ‘ଆମେ ଦୁହେଁ ପ୍ରାୟ ୧୦ ମିନିଟ୍‌ ଧରି କଥା ହେଲୁ। ମୋତେ ଭାରି ନର୍ଭସ ଲାଗୁଥିଲା। ସେତେବେଳେ ହିଁ ମୁଁ ବିବାହ ପ୍ରସ୍ତାବ ଦେଲି। ସେ ଆଶ୍ଚର୍ଯ୍ୟ ହୋଇ ଏଥିପାଇଁ ହଁ ମଧ୍ୟ ଭରିଲେ।’ କିନ୍ତୁ ଅସଲି ଘଟଣା ଘଟିଲା ଏହାପରେ।

ପଲ୍ ଆଦୌ ଜାଣି ନଥିଲେ ଯେ ବଡ଼ ବଡ଼ ହୋଟେଲ୍‌ରେ ତାଙ୍କୁ ଭେଟିଥିବା ଏବଂ ବହୁ ହଲିଉଡ୍‌ କଳାକାରଙ୍କ ସହ ପରିଚିତ ନିରବ୍‌ ମୋଦି ଏବଂ ତାଙ୍କ ସମ୍ପର୍କୀୟ ମେହୁଲ୍‌ ଚୋକ୍‌ସି ବର୍ତ୍ତମାନ ପିଏନ୍‌ବି ଋଣ ଠକେଇ ମାମଲାରେ ଫସି ଫେରାର୍‌ ଅଛନ୍ତି। ବେଶ୍‌ କିଛି ଦିନରେ ନିରବଙ୍କ ସହିତ ବନ୍ଧୁତା ନିବିଡ଼ ହେବା ପରେ ଥରେ ପଲ୍‌ ତାଙ୍କ ମନ କଥା କହିଥିଲେ। ସେ ତାଙ୍କ ପ୍ରେମିକାଙ୍କୁ ପ୍ରପୋଜ କରିବେ ଏବଂ ଏଥିପାଇଁ କିଛି ସ୍ୱତନ୍ତ୍ର ଉପହାର ଦେବାକଥା ଚିନ୍ତା କରୁଛନ୍ତି ବୋଲି କହିବାରୁ ନିରବ କହିଥିଲେ, ମୋ ପାଖରେ ଏମିତି ଏକ ହୀରା ମୁଦି ଅଛି, ଯାହାକି ନିଶ୍ଚୟ ମନକୁ ପାଇବ। ହୋଲ୍‌ସେଲ୍‌ ଦରରେ ୧ ଲକ୍ଷ ୨୦ ହଜାର ଡଲାର ଦେଲେ ସେ ଏହା ନେଇଯାଇପାରିବେ ବୋଲି କହିଥିଲେ।

କିନ୍ତୁ ଏକ ମ୍ୟାଗାଜିନ୍‌ ଦେଖି ତାଙ୍କ ପ୍ରେମିକା ୮୦ ହଜାର ଡଲାରର ଆଉ ଏକ ମୁଦି ବାଛିବାରୁ ସେ ଉଭୟ ମୁଦି କିଣିବା ପାଇଁ ନିରବଙ୍କୁ ନିଜର ଜଣେ ସହାୟକଙ୍କ ଜରିଆରେ 2 ଲକ୍ଷ ଡଲାର ପଇଠ କରିଦେଇଥିଲେ। ଉଦ୍ଦେଶ୍ୟ ଥିଲା ପ୍ରଥମ ବିବାହ ବାର୍ଷିକୀରେ ପ୍ରଥମ ମୁଦିଟି ଉପହାର ଦେବେ। ଜୁନ୍‌ ୧୭ରେ ଏହି ଦୁଇ ମୁଦି ପହଞ୍ଚିଗଲା ଏବଂ ଇନ୍‌ଭଏସ୍‌ ପରେ ଦିଆଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଆସିଗଲା। ଆଉ ବିବାହ ପ୍ରସ୍ତାବ ବେଳେ ଦୁଇ ଦୁଇଟି ମୁଦି ପାଇ ପ୍ରେମିକାଙ୍କ ପାଦ ଆଉ ତଳେ ଲାଗୁନଥିଲା।

କିନ୍ତୁ ଏହି ଦାମୀ ମୁଦିଗୁଡ଼ିକୁ ଇନ୍‌ସ୍ୟୁରାନ୍ସ କରାଇବା ପାଇଁ ନେବା ବେଳକୁ ସେମାନେ ଜାଣିବାକୁ ପାଇଲେ ସେସବୁ ନକଲି। ପରେ ପରେ ସେ ଖବରରେ ମଧ୍ୟ ନିରବ ମୋଦିଙ୍କ ବ୍ୟାଙ୍କ ଜାଲିଆତି କଥା ଜାଣିବାକୁ ପାଇଥିଲେ। ଏଥିରେ ତାଙ୍କ ପ୍ରେମିକା ରାଗିଯାଇ ୨-୩ ଦିନ ପରେ ତାଙ୍କ ସହ ବ୍ରେକ୍‌ ଅପ୍‌ କରିଦେଇଥିଲେ। ଏହା ପରେ ସେ ଆହୁରି ନିରାଶ ହୋଇଗଲେ ଯେତେବେଳେ ଜାଣିଲେ ଦେବାଳିଆ ସ୍ଥିତିକୁ ଚାଲିଯାଇଥିବା ନିରବ୍‌ଙ୍କଠାରୁ ଅର୍ଥ ଫେରିପାଇବା ଅସମ୍ଭବ ବୋଲି !



from Odisha Reporter https://ift.tt/2PitRlL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages