
ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଗନାପାଟ ଗାଁରେ ନିଆଁ ଲାଗି ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକମାନେ ନବଘନ ସାହୁ, କମଳା ସାହୁ, ହରେକୃଷ୍ଣ ମଲ୍ଲିକ ଏବଂ ରୁବୀନା ମଲ୍ଲିକ।
ହରେକୃଷ୍ଣ ଏବଂ ରୁବୀନା ନବଘନଙ୍କ ଝିଅ, ଜ୍ୱାଇଁ ବୋଲି ଜଣାପଡ଼ିଛି।
ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ଖେଳିଯାଇଛି। ପୁଲିସ୍ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲେ।
ଗତକାଲି ମଧ୍ୟ ରାତିରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ଶାଶୁ, ଶ୍ୱଶୁର ଓ ଜ୍ୱାଇଁ ପ୍ରାଣ ହରାଇଥିଲେ।ତେବେ ଗୁରୁତର ଅବସ୍ଥାରେ ରୁବୀନାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।
ତେବେ ମୃତ୍ୟୁ ପୂର୍ବରୁ ହରେକୃଷ୍ଣ ପାରିବାରିକ କଳହକୁ ନେଇ ଘରେ ନିଆଁ ଲଗାଇ ଦେଇଥିବା ରୁବୀନା ତାଙ୍କ ବୟାନରେ କହି ଯାଇଛନ୍ତି।
from Odisha Reporter https://ift.tt/2PU3X80
No comments:
Post a Comment