କର୍ପୂରରେ ବି ଅଛି ଏମିତି ଔଷଧୀୟ ଗୁଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

କର୍ପୂରରେ ବି ଅଛି ଏମିତି ଔଷଧୀୟ ଗୁଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିନ୍ଦୁ ସଂସ୍କୃତିରେ କର୍ପୂରର ଏକ ଧାର୍ମିକ ମହତ୍ୱ ରହିଛି।  କର୍ପୂର ପୂଜା ବିଧିରେ ଲାଗିଥାଏ। ଏହା ସହ ଶୀତ ଦିନର ବସ୍ତ୍ର ରଖିବା ସମୟରେ କିମ୍ବା ବର୍ଷା ଦିନରେ ପୋକ ଜୋକ ବା ଦୁର୍ଗନ୍ଧରୁ ସୁରକ୍ଷା ପାଇଁ ଏହାକୁ ପ୍ରୟୋଗ କରାଯାଇଥାଏ।  ଏହା ଛଡ଼ା କର୍ପୂରରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଏହା ଶରୀର ଓ ମସ୍ତିସ୍କ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଆଣ୍ଠୁ ଦରଜ ଓ ପେଟରେ ଯନ୍ତ୍ରଣା ଭଳି ଅନେକ ସମସ୍ୟା ପାଇଁ ଏହା ଲାଭକାରୀ ।

ଏବେ ଆସନ୍ତୁ ଜାଣିବା, କର୍ପୂରର ବିଭିନ୍ନ ଉପକାରିତା ସମ୍ପର୍କରେ ।

କେଶ ବୃଦ୍ଧିରେ ସାହାଯ୍ୟ କରେ: କେଶ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ଉପାୟ ଅଛି। କିନ୍ତୁ ଜାଣିଛନ୍ତି, କର୍ପୂରକୁ ତେଲରେ ମିଶ୍ରଣ କରି କେଶରେ ଲାଗାଇଲେ ଏହା ବୃଦ୍ଧି ପାଇଥାଏ।  ନିତିଦିନ ଲଗାଉଥିବା ତେଲରେ କର୍ପୂର ମିଶାଇ ଏହାକୁ ଚୁଟିରେ ଲଗାନ୍ତୁ। ଏହାଦ୍ୱାରା ମସ୍ତିଷ୍କରେ ରକ୍ତ ପ୍ରବାହ ମଧ୍ୟ ଭଲ ହୁଏ।

ମଶାଙ୍କ ଇପଦ୍ରବରୁ ସୁରକ୍ଷା ଦିଏ : ମଶା କାମୁଡ଼ିଲେ ‘ଡେଙ୍ଗୁ’ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା ଥାଏ। ତେବେ ଜାଣିଛନ୍ତି କି, ମଶା ଘଉଡ଼ାଇବାରେ କର୍ପୂର ଭଲ ସାହାଯ୍ୟ କରିଥାଏ। ତେଣୁ ଆପଣ ଘରେ କର୍ପୂର ଜଳାଇ ରୁମ୍‌ର କବାଟ ଓ ଝରକା ବନ୍ଦ କରିଦିଅନ୍ତୁ। ଏହା ଦ୍ୱାରା ଘରେ ମଶା ହେବେ ନାହିଁ।

ମନକୁ ଶାନ୍ତ ରଖିଥାଏ: ଠିକ୍‌ ସମୟରେ ନିଦ ନ ଆସିବା, ଆଜିକାଲି ଅଧିକାଂଶ ଲୋକଙ୍କ ପାଇଁ ଏକ ସାଧାରଣ ସମସ୍ୟା ହୋଇଗଲାଣି। ତେବେ କର୍ପୂର ମିଶା ତେଲର ବାସ୍ନା ମୁଣ୍ଡକୁ ଶାନ୍ତ ରଖିଥାଏ। ଆଉ ଭଲ ନିଦ ଦେବାରେ ସାହାଯ୍ୟ କରିଥାଏ। ସେଥିପାଇଁ କର୍ପୂର ମିଶ୍ରିତ ତେଲର କିଛି ବୁନ୍ଦା ନିଜ ତକିଆରେ ଲଗାନ୍ତୁ ଓ ଆରାମରେ ଶୁଅନ୍ତୁ।

ଥଣ୍ଡା ଦୂର କରେ: ଥଣ୍ଡା ଓ କାଶ ହେବା ଏକ ସାଧାରଣ କଥା।  କିନ୍ତୁ ଥଣ୍ଡା ହେଲେ, ସାଧାରଣତଃ ନାକ ବନ୍ଦ ହୋଇଯାଏ। ଫଳରେ ନିଃଶ୍ୱାସ ନେବାରେ ଅସୁବିଧା ହୁଏ ଏବଂ ଛିଙ୍କ ହେବା ଭଳି ସମସ୍ୟା ଶରୀରକୁ କଷ୍ଟ ଦେଇଥାଏ। ଏ ସବୁକୁ ଦୂର କରିବାରେ କର୍ପୂର ଏକ ବଡ଼ ଔଷଧ ଭାବେ କାମ କରିଥାଏ। ଏଥିପାଇଁ ଏକ ପାତ୍ରରେ ଗରମ ପାଣି ନିଅନ୍ତୁ। ସେଥିରେ କର୍ପୂର ପକାଇ ଏକ କପଡ଼ା ଢାଙ୍କି ତାର ବାସ୍ନା ଶୁଙ୍ଘନ୍ତୁ।

(ଏସବୁ ଘରେ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ।)



from Odisha Reporter https://ift.tt/2q3z1XN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages