ଗବେଷକରୁ ଆତଙ୍କୀ ପାଲଟିଥିବା ସାବଜର ସୋଫି ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

ଗବେଷକରୁ ଆତଙ୍କୀ ପାଲଟିଥିବା ସାବଜର ସୋଫି ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ଧରଣର ସଫଳତା ମିଳିଛି। ହମ୍‌ଲା କରି ଖସି ଯିବାକୁ ଉଦ୍ୟମ କରୁଥିବା ୨ ଜଣ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ପୂର୍ବତନ ଗବେଷକ ସାବଜର ସୋଫି ରହିଛି।

ସାବଜରର ଘର ଅନନ୍ତନାଗରେ ହୋଇଥିବା ବେଳେ ସେ ୨ ବର୍ଷ ତଳେ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲା। ଏନ୍‌କାଉଣ୍ଟର୍‌ରେ ସାବଜରର ସହଯୋଗୀ ନୱଗାମ୍‌ର ଅସିଫ୍‌ ଅହମ୍ମଦ ମଧ୍ୟ ପ୍ରାଣ ହରାଇଛି।

ସାବଜର ମୃତ୍ୟୁ ଖବର ପ୍ରଚାର ହେବା ପରେ ଅନନ୍ତନାଗରେ ପଥର ଫିଙ୍ଗାଳିମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ।

ଏହି କାରଣରୁ ଉକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅନନ୍ତନାଗରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି। କେବଳ ଅନନ୍ତନାଗରେ ନୁହେଁ, ଏନ୍‌କାଉଣ୍ଟର୍‌ ପରେ ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ଓ ସାଧାରଣ ଜନତା ମୁହାଁମୁହିଁ ହୋଇଛନ୍ତି। ଏହି କାରଣରୁ ଶ୍ରୀନଗରର ସମସ୍ତ ସ୍କୁଲ ଓ କଲେଜକୁ ଆଜି ବନ୍ଦ ରଖାଯାଇଛି।

ସେହିପରି ରବିବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଲଢ଼େଇରେ ୩ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିବାରୁ ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ କୁଲଗାମ୍‌ ବନ୍ଦ ରହିଛି। ବନ୍ଦ ବେଳେ ବିଭିନ୍ନ ସ୍ଥାନରେ ହିଂସା ଘଟିଥିବାର ଖବର ମିଳିଛି।

ସାବଜର ସିଭିଲ୍‌ ସିର୍ଭିସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍‌ ୨୦୧୬ରେ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲା। ଅନନ୍ତନାଗର ସଙ୍ଗମଠାରେ ରହୁଥିବା ସାବଜରର ମୃତ୍ୟୁ ଖବରକୁ ସ୍ଥାନୀୟ ଲୋକ ସହଜରେ ଗ୍ରହଣ କରିପାରି ନାହାନ୍ତି। ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।



from Odisha Reporter https://ift.tt/2Po8sL4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages