ଆୟରଙ୍କୁ ୪ଦିନିଆ ରିମାଣ୍ଡରେ ନେଲା କୋଣାର୍କ ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

ଆୟରଙ୍କୁ ୪ଦିନିଆ ରିମାଣ୍ଡରେ ନେଲା କୋଣାର୍କ ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ରଙ୍କୁ କୋଣାର୍କ ପୁଲିସ ୪ଦିନିଆ ରିମାଣ୍ଡରେ ନେଇଛି। ଗତକାଲି ସ୍ଥାନୀୟ ଏସଡିଜେଏମ୍ କୋର୍ଟରେ କୋଣାର୍କ ଓ ନିମାପଡ଼ା ପୁଲିସ ପକ୍ଷରୁ ଶ୍ରୀ ମିତ୍ରଙ୍କୁ ୭ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯାଇଥିଲା। କିନ୍ତୁ କୋର୍ଟ ଆଜି ୪ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି।

ଓଡ଼ିଶାର ଐତିହ୍ୟ ଓ କୋଣାର୍କ ମନ୍ଦିର ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଯୋଗରେ ମଙ୍ଗଳବାର ଶ୍ରୀ ମିତ୍ରଙ୍କୁ କମିଶନରେଟ ପୁଲିସ ଗିରଫ କରିବା ସହ ଜେରା କରିଥିଲା। ଏସଡିଜେଏମ୍ କୋର୍ଟରେ ଶ୍ରୀ ମିତ୍ରଙ୍କ ଜାମିନ ଆବେଦନ ଖାରଜ ହେବାପରେ ତାଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।
ଆଜି ଉଲ୍ଲେଖନୀୟ ଘଟଣାକ୍ରମରେ ଶହୀଦ ନଗର ଥାନା ପୁଲିସ ଅଭିଜିତ୍ ଆୟର ମିତ୍ରଙ୍କ ଟ୍ୱିଟର ଆକାଉଣ୍ଟ, ଫୋନ୍ ନମ୍ବର ଓ ଇ-ମେଲ୍ ଆଇଡିର ବିସ୍ତୃତ ତଥ୍ୟ ଦେବା ପାଇଁ ସୋଶାଲ ନେଟୱାର୍କ ସାଇଟ୍ ଟ୍ୱିଟରକୁ କହିଛି।



from Odisha Reporter https://ift.tt/2yXv9vz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages