#MeToo: ମୁହଁ ଖୋଲିଲେ କେନ୍ଦ୍ର ମନ୍ତ୍ରୀ ଏମ୍‌ଜେ ଆକବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

#MeToo: ମୁହଁ ଖୋଲିଲେ କେନ୍ଦ୍ର ମନ୍ତ୍ରୀ ଏମ୍‌ଜେ ଆକବର

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ନାଇଜେରିଆ ଗସ୍ତ ପରେ ଭାରତ ଫେରି ନିଜ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ବାବଦରେ ମୁହଁ ଖୋଲିଛନ୍ତି କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍‌ଜେ ଆକବର। #MeToo ଅଭିଯୋଗ ତାଲିକାରେ ତାଙ୍କ ନାମ ଯୋଡ଼ିହେବା ପରେ ସୋଶାଲ ମିଡିଆରେ ଏବଂ ଅନ୍ୟ କିଛି ମୁଖ୍ୟ ଗଣମାଧ୍ୟମରେ ଏମ୍‌ଜେଙ୍କ ଚରିତ୍ର ସଂହାର ଆରମ୍ଭ ହୋଇଥିଲା ଏବଂ ସେ ଇସ୍ତଫା ଦେବେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। କିନ୍ତୁ ଆଜି ସେ ଏପରି ଭିତ୍ତିହୀନ ଅଭିଯୋଗକୁ ନେଇ ଇସ୍ତଫା ଦେବେନାହିଁ ବୋଲି କହିଛନ୍ତି।

ସେ ଏହି ମାମଲାରେ ମୁହଁ ଖୋଲି କହିଥିଲେ, ‘ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ। ମୁଁ ସରକାରୀ ଗସ୍ତରେ ଥିବାରୁ ପୂର୍ବରୁ ମତ ରଖିପାରିନଥିଲି। ଏବେ ଦେଖିବାକୁ ମିଳୁଛି ବିଭିନ୍ନ କ୍ଷେତ୍ରରେ ପ୍ରମାଣ ନଥିବା ଅଭିଯୋଗ ସବୁର ଭାଇରାଲ ଫିବର ଚାଲିଛି। ବର୍ତ୍ତମାନ ମୋ ଆଇନ ପରାମର୍ଶଦାତାମାନେ ଭବିଷ୍ୟତର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛନ୍ତି।’

ସେ ଆହୁରି ମଧ୍ୟ କହିଥିଲେ, ଆଗକୁ ସାଧାରଣ ନିର୍ବାଚନ, ତେଣୁ ଏହା ଏଜେଣ୍ଡା ମଧ୍ୟ ହୋଇପାରେ। ଏଭଳି ମିଛ. ଭିତ୍ତିହୀନ ଏବଂ ଭୟଙ୍କର ଅଭିଯୋଗ ମୋ ବ୍ୟକ୍ତିତ୍ୱକୁ ଅପମାନିତ କରିଛି, ଯାହାକି ଭରଣା ହୋଇପାରିବ ନାହିଁ। ମିଛର ଗୋଡ଼ ନଥାଏ ସତ, କିନ୍ତୁ ଏହାର ବିଷ ଅନେକ କିଛି ନଷ୍ଟ କରିଦିଏ। ଗତ ବର୍ଷେ ତଳେ ପ୍ରିୟା ରମାନୀ ନାମକ ଜଣେ ଯୁବତୀ ଏକ ମ୍ୟାଗାଜିନ୍‌ ଲେଖାରେ ଏହି ଅଭିଯୋଗ ଆଣିଥିଲେ। କିନ୍ତୁ ସେଥିରେ ଏମ୍‌ଜେଙ୍କ ନାମ କାହିଁକି ନଥିଲା ବୋଲି ଏବେ ପଚରାଯିବାରୁ ସେ ଉତ୍ତର ରଖିଥିଲେ, ତାଙ୍କ ନାଁ ଏଥିପାଇଁ ନେବିନି କାରଣ ସେ ସେମିତି କିଛି କରିନଥିଲେ।

ଏହି ପ୍ରସଙ୍ଗରେ ଏମ୍‌ଜେ କହିଛନ୍ତି “ଯଦି ମୁଁ କିଛି କରିନଥିଲି, ପ୍ରସଙ୍ଗ କେଉଁଠି ଏବଂ କ’ଣ ରହିଛି ? ଏମ୍‌ଜେ ଏହି ବିବୃତିରେ ଆହୁରି ମଧ୍ୟ କହିଛନ୍ତି, ‘ସୁତପା ପଲ୍‌ ତାଙ୍କ ଅଭିଯୋଗରେ ଲେଖିଛନ୍ତି ଯେ, ସେହି ବ୍ୟକ୍ତି ମୋ ଉପରେ ହାତ ପକାଇନାହାନ୍ତି। ସେହିଭଳି ଶୁମା ରାହା କହିଛନ୍ତି, ପ୍ରକୃତରେ ସେ ସେମିତି କିଛି କରିନାହାନ୍ତି। ଅଞ୍ଜୁ ଭାରତୀ ସବୁ ସୀମା ପାର କରି କହିଛନ୍ତି, ମୁଁ ସ୍ୱିମିଂ ପୁଲ୍‌ରେ ପାର୍ଟି କରୁଥିଲି। କିନ୍ତୁ ମୁଁ ସ୍ୱିମିଂ ଜାଣିନି।”

‘ଦି ଏସିଆନ୍‌ ଏଜ୍‌’ରେ ଏମ୍‌ଜେ ଗଜାଲା ୱାହାବ୍‌ଙ୍କ ସହ କାମ କରିବା ସମୟରେ ଛୋଟ ଅଫିସ୍‌ ଥିଲା, ଯେଉଁଠାରେ ସମସ୍ତଙ୍କ ଡେସ୍କ ତାଙ୍କ ପ୍ଲାଇଉଡ୍‌ ଓ କାଚ ତିଆରି କ୍ୟାବିନ୍‌ଠାରୁ ୨ ଫୁଟ୍‌ ଦୂରରେ ଥିଲା ବୋଲି ସେ କହିଛନ୍ତି। ଏସବୁ ପରେ ବି ସେମାନେ ମୋ ସହିତ ଦୀର୍ଘ ସମୟ ଧରି କାର୍ଯ୍ୟ କରିବା ଓ ଦଶନ୍ଧି ଦଶନ୍ଧି ଧରି ଚୁପ୍‌ ରହିବା ଆଶ୍ଚର୍ଯ୍ୟଜନକ ମନେ ହେଉଛି ବୋଲି ସେ କହିଛନ୍ତି।



from Odisha Reporter https://ift.tt/2EiBKGT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages