
ହାଇଦ୍ରାବାଦ୍ (ଓଡ଼ିଶା ରିପୋର୍ଟର): ପ୍ରଥମ ଇନିଂସ୍ରେ ୫୬ ରନ୍ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିବା ପରେ ହାଇଦ୍ରାବାଦ୍ର ରାଜୀବ ଗାନ୍ଧୀ ଇଣ୍ଚରନ୍ୟାସନାଲ୍ ଷ୍ଟାଡିୟମ୍ରେ ଚାଲିଥିବା ଦ୍ୱିତୀୟ ତଥା ସିରିଜ୍ର ଅନ୍ତିମ ଟେଷ୍ଟ୍ ମ୍ୟାଚ୍ରେ ଭାରତୀୟ ଦଳ ଭ୍ରମଣକାରୀ ୱେଷ୍ଟ୍ଇଣ୍ଡିଜକୁ ୧୨୭ ରନ୍ରେ ଅଲ୍ଆଉଟ୍ କରିଦେଇଛି। ଏବେ ଏହି ମ୍ୟାଚ୍ ଜିତି ସିରିଜ୍ରେ କ୍ଲିନ୍ ସୁଇପ୍ କରିବା ପାଇଁ ଟିମ୍ ଇଣ୍ଡିଆ ଆଗରେ ମାତ୍ର ୭୨ ରନ୍ର ବିଜୟ ଲକ୍ଷ୍ୟ ରହିଛି। ଏହାର ଜବାବରେ ଶେଷ ଖବର ସୁଦ୍ଧା ଟିମ୍ ଇଣ୍ଡିଆ ବିନା କୌଣସି କ୍ଷତିରେ ୪୬ ରନ୍ କରିଛି। ପୃଥ୍ୱୀ ଶ’ ୧୭ ଓ ଲୋକେଶ ରାହୁଲ୍ ୨୨ ରନ୍ କରି ଖେଳୁଛନ୍ତି।
ପ୍ରଥମ ଇନିଂସ୍ରେ ୬ଟି ୱିକେଟ୍ ନେଇଥିବା ଟିମ୍ ଇଣ୍ଡିଆ ସ୍ପିଡ୍ ଷ୍ଟାର୍ ଉମେଶ ଯାଦବ୍ ଦ୍ୱିତୀୟ ଇନିଂସରେ ୪ଟି ୱିକେଟ୍ ନେଇ ଇଣ୍ଡିଜ୍ ବ୍ୟାଟିଂ ବିପର୍ଯ୍ୟୟର କାରଣ ସାଜିଥିଲେ। ଉମେଶଙ୍କୁ ଭରପୂର ସହାୟତା ଦେଇ ବାମହାତୀ ସ୍ପିନିଂ ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡେଜା ମଧ୍ୟ ଭ୍ରମଣକାରୀ ଦଳର ତିନିଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ଦଖଲ କରିଥିଲେ।
ଆରମ୍ଭରୁ ଓପନର୍ କ୍ରେଗ୍ ବ୍ରାଥୱେଟ୍ଙ୍କୁ ୱିକେଟକିପର୍ ପନ୍ତଙ୍କ ଦ୍ୱାରା କଟ୍ ବିହାଇଣ୍ଡ୍ କରି ଉମେଶ ଯାଦବ ଭ୍ରମଣକାରୀ ଦଳକୁ ପ୍ରଥମ ଝଟକା ଦେଇଥିଲେ। ଏହା ସହ ପ୍ରଥମ ଇନିଂସର ଶତକହାସଲକାରୀ ରଷ୍ଟନ୍ ଚେଜ୍ (୬ ରନ୍) ଓ ୱିକେଟ୍ କିପର୍ ବ୍ୟାଟସ୍ମ୍ୟାନ୍ ଡୱରିଚ୍ଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରାଇ ଦେବା ସହ ଶେଷ କ୍ୟାରିବୀୟନ୍ ବ୍ୟାଟସମ୍ୟାନ୍ ଶାନନ୍ ଗାବ୍ରିଏଲ୍ଙ୍କ ୱିକେଟ୍ ନେଇ ଭ୍ରମଣକାରୀ ଦଳର ପାଳିରେ ମୁଣ୍ଡି ମାରିଥିଲେ। ସେହିପରି ଜାଡେଜା ସାଇନ ହୋପ୍( ୨୮), ସୁନିଲ୍ ଆମ୍ବ୍ରିସ୍ (୩୮)ଓ ଅଧିନାୟକ ଜାଶନ୍ ହୋଲଡର୍(୧୯)ଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ପାଇଥିଲେ। ଅଶ୍ୱିନ୍ ଅନ୍ୟତମ ଇଣ୍ଡିଜ୍ ଓପନର୍ ପୱେଲ୍ ଓ ଟେଲ୍ଏଣ୍ଡର୍ ୱାରିକାନ୍ଙ୍କ ୱିକେଟ୍ ନେଇଥିବାବେଳେ ଚାଇନାମ୍ୟାନ୍ କୁଲଦୀପ ଯାଦବ ହେଟ୍ମେୟାର୍ଙ୍କୁ ଆଉଟ୍ କରିଥିଲେ।
ରାଜକୋଟ୍ରେ ଅନୁଷ୍ଠିତ ଚଳିତ ସିରିଜ୍ର ପ୍ରଥମ ମ୍ୟାଚ୍ ଜିତି ଘରୋଇ ଦଳ ଏବେ ୧-୦ରେ ଆଗୁଆ ରହିଛି।
from Odisha Reporter https://ift.tt/2QMJfqX
No comments:
Post a Comment