ପାଣ୍ଡିଆନ୍‌ ଲୁହାପଥର ଚୋରା ଚାଲାଣରେ ସମ୍ପୃକ୍ତ: ପୂର୍ବତନ ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

ପାଣ୍ଡିଆନ୍‌ ଲୁହାପଥର ଚୋରା ଚାଲାଣରେ ସମ୍ପୃକ୍ତ: ପୂର୍ବତନ ସାଂସଦ

ବାରିପଦା (ମାଣିକ ଲାଲ୍‌ ପାଣି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ବିରୋଧରେ ବିଷ ଓଗାଳିଛନ୍ତି ପୂର୍ବତନ ବିଜେଡି ସାଂସଦ ଲକ୍ଷ୍ମଣ ଟୁଡୁ। ଆଜି ସେ ସିଧାସଳଖ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ କରିଛନ୍ତି। ପାଣ୍ଡିଆନ୍‌ ଲୁହାପଥର ଚୋରା ଚାଲାଣରେ ସମ୍ପୃକ୍ତ ରହିଥିବା ସେ ଅଭିଯୋଗ କରିଛନ୍ତି।

ଶ୍ରୀ ଟୁଡୁ କହିଛନ୍ତି-“ଭିକେ ପାଣ୍ଡିଆନ ମୟୂରଭଞ୍ଜର ଜିଲ୍ଲାପାଳ ଥିବା ବେଳେ ସୁଦାମ ମାର୍ଣ୍ଣି ସାଂସଦ ଥିଲେ। ସେତେବେଳେ ଉଭୟଙ୍କ ମଧ୍ୟରେ ଲୁହାପଥର ଚୋରା ଚାଲାଣର ଭିତିରି ବୁଝାମଣା ଥିଲା। ସେଥିପାଇଁ ପାଣ୍ଡିଆନ୍‌ଙ୍କ ପ୍ରିୟଭାଜନ ହୋଇଥିଲେ ସୁଦାମ। ଏସବୁ କଥାକୁ ମୁଁ ବିରୋଧ କରୁଥିବାରୁ ଦଳ ଭିତରେ କୋଣଠେସା ହୋଇଗଲି।”

ସେ କହିଛନ୍ତି-“ସାଂସଦ ହିସାବରେ ନବୀନ ପଟ୍ଟନାୟକଙ୍କ ପ୍ରିୟଭାଜନ ହୋଇଥିଲି। ନବୀନ ବାବୁଙ୍କୁ ବଡ଼ଭାଇ ଓ ବିଜୁ ବାବୁଙ୍କୁ ବାପା ବୋଲି ଡାକୁଥିଲି। ବିଜୁବାବୁଙ୍କ ପାଇଁ ଆଜି ମୁଁ ଏହି ଜାଗାରେ ଛିଡ଼ା ହୋଇପାରିଛି। ତେବେ ୨୦୧୪ ମସିହାରେ ମୟୂରଭଞ୍ଜରେ ମେଡିକାଲ୍‌ କଲେଜ ଓ ବୁଢ଼ାମରା-ଚାକୁଳିଆ ରେଳପଥର ବିକାଶ ପାଇଁ ଗୃହ କମିଟି ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିବାକୁ ନବୀନ ପଟ୍ଟନାୟକଙ୍କ ପାଖରେ ଜିଦ‌୍‍ ଧରିଥିଲି। ହେଲେ ତୃତୀୟ ମହଲାର କିଛି ଲୋକ ଓ ଉପକୂଳ ଅଞ୍ଚଳର କେତେକ ନେତା ଏହାକୁ ସହ୍ୟ କରିପାରିଲେ ନାହିଁ। ମୟୂରଭଞ୍ଜର କେତେକ ନେତାମାନେ ମଧ୍ୟ ନିଜ ସ୍ୱାର୍ଥ ପାଇଁ ତୃତୀୟ ମହଲା ସହ ଭିତିରିଆ ବୁଝାମଣା କରିଥିଲେ। ଫଳରେ ଜିଲ୍ଲା ଓ ଆଦିବାସୀଙ୍କ ଉନ୍ନତି ହୋଇପାରିଲା ନାହିଁ। ଏନେଇ ସମ୍ପର୍କରେ ଜଣାଇବା ପାଇଁ ଅନେକ ସମୟରେ ନବୀନ ପଟ୍ଟନାୟକଙ୍କୁ ଦେଖାକରିବାକୁ ଚାହୁଁଥିଲି। ମାତ୍ର ପାଣ୍ଡିଆନ୍‌ ଦେଖା କରାଇଦେଲେ ନାହିଁ। ମୁଁ ଏବେବି ନବୀନ ବାବୁ ଭଲ ପାଏ। ଏବେ ସେ ଭାରାକ୍ରାନ୍ତ ହୋଇଛନ୍ତି। ଜଗନ୍ନାଥ ତାଙ୍କୁ ସାହା ହୁଅନ୍ତୁ।”



from Odisha Reporter https://ift.tt/2A9j34l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages