#MeToo: ଅକ୍ଟୋବର ୩୧ରେ ଆକବରଙ୍କ ଶୁଣାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

#MeToo: ଅକ୍ଟୋବର ୩୧ରେ ଆକବରଙ୍କ ଶୁଣାଣି

ନୂଆଦିଲ୍ଲୀ: ମି-ଟୁ ଜାଲରେ ଫସି ମନ୍ତ୍ରୀପଦ ହରାଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମଜେ ଆକବରଙ୍କ ଶୁଣାଣି ଆସନ୍ତା ୩୧ ତାରିଖରେ ହେବ। ଆକବର ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା ଆଣିଥିବା ସାମ୍ବାଦିକ ପ୍ରିୟା ରମାନିଙ୍କ ନାଁରେ ଫୌଜଦାରୀ ମାନହାନି କେସ୍‌ କରିଛନ୍ତି। ଆଜି ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ଏହାର ପ୍ରଥମ ଶୁଣାଣି ହୋଇଥିଲା। କୋର୍ଟ ଏହାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ୩୧ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି।

ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍‌ ସମର ବିଶାଲ ଆଜି ଆକବରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନ୍‌ଜୀବୀ ଗୀତା ଲୁଥ୍ରାଙ୍କ ଆବେଦନର ଶୁଣାଣି କରିଥିଲେ। ଶ୍ରୀମତୀ ଲୁଥ୍ରା କହିଥିଲେ, ସାମ୍ବାଦିକ ପ୍ରିୟା ରମାନି ସୋଶାଲ୍‌ ମିଡିଆରେ ଆକବରଙ୍କ ସମ୍ପର୍କରେ ବିଭିନ୍ନ ଅରୁଚିକର ମନ୍ତବ୍ୟ ଦେଇ ତାଙ୍କ ମାନସମ୍ମାନକୁ କ୍ଷତି ପହଞ୍ଚାଇଛନ୍ତି। ପ୍ରିୟା ରମାନି ଟ୍ୱିଟର୍‌ରେ ଆକବରଙ୍କ ସମ୍ପର୍କରେ ମାନହାନୀମୂଳକ ଟ୍ୱିଟ୍‌ କରିଛନ୍ତି।

ବିଶେଷ କରି ପ୍ରିୟାଙ୍କ ଦ୍ୱିତୀୟ ଟ୍ୱିଟ୍‌ଟି ଅତ୍ୟନ୍ତ ଡିଫାମେଟରୀ ରହିଥିଲା ଏବଂ ଏହାକୁ ୧୨୦୦ ଜଣ ଲୋକ ଲାଇକ୍‌ କରିଥିଲେ। ଉଭୟ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରର ମିଡିଆ ଏଭଳି ଟ୍ୱିଟ୍‌କୁ ଡିଫାମେଟରୀ ବୋଲି କହିଛନ୍ତି। ଯେଉଁ ପର୍ଯ୍ୟନ୍ତ ପ୍ରିୟା କିଛି ପ୍ରମାଣ ଦେଇନାହାନ୍ତି, ସେ ପର୍ଯ୍ୟନ୍ତ ଏଭଳି ଟ୍ୱିଟ୍‌ କରିବା ଆଦୌ ଗ୍ରହଣୀୟ ନୁହେଁ। ଏଭଳି ଟ୍ୱିଟ୍‌ କରିବାର ଅଧିକାର କାହାର ନାହିଁ ବୋଲି ଶ୍ରୀମତୀ ଲୁଥ୍ରା କୋର୍ଟଙ୍କୁ ଜଣାଇଛନ୍ତି। କୋର୍ଟ ଏହା ଶୁଣିବା ପରେ ଆସନ୍ତା ୩୧ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି କହିଛନ୍ତି।

ରାଜନୀତିରେ ପାଦ ଦେବା ପୂର୍ବରୁ ଆକବର ଅନେକ ମିଡିଆ ହାଉସ୍‌ରେ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ସେ ୧୫ରୁ ଅଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଗତକାଲି ଆକବର କେନ୍ଦ୍ରମନ୍ତ୍ରୀ ପଦରୁ ବାଧ୍ୟ ହୋଇ ଇସ୍ତଫା ଦେଇଥିଲେ।



from Odisha Reporter https://ift.tt/2CPNIGf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages