
ବିଶ୍ୱର କ୍ରୁର ଶାସକଙ୍କ ମଧ୍ୟରେ ସବୁଠୁ ଯଦି କେହି ଭୟଙ୍କର ଥିଲେ ସେ ହେଉଛନ୍ତି ଆଡ୍ଲଫ ହିଟଲର୍। ଜର୍ମାନିର ପ୍ରସିଦ୍ଧ ରାଜନେତା ଭାବେ ସାରାବିଶ୍ୱରେ ଚର୍ଚ୍ଚିତ ହୋଇପାରିଥିବା ହିଟଲର ଜଣେ ଏକଛତ୍ରବାଦୀ ଶାସକ ଥିଲେ। ଦୁର୍ଦ୍ଦାନ୍ତ ସ୍ୱଭାବାର ଥିବା ହିଟ୍ଲର ରାଷ୍ଟ୍ରୀୟ ସମାଜବାଦୀ ଜର୍ମାନୀ କାମଗାର ପାର୍ଟିର ନେତା ଥିଲେ। ଯାହା ନାଜି ପାର୍ଟି ନାମରେ ପରିଚିତ। ୧୯୩୩ରୁ ୧୯୪୫ ପର୍ଯ୍ୟନ୍ତ ସେ ଜର୍ମାନୀର ଶାସକ ଥିଲେ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ହେବା ପଛରେ ଅନେକ କାରଣ ମଧ୍ୟରୁ ହିଟଲରଙ୍କୁ ମୁଖ୍ୟ ଖଳନାକୟ ବୋଲି ବିବେଚନା କରାଯାଏ। କାରଣ ହିଟଲରଙ୍କ ନିର୍ଦ୍ଦେଶରେ ନାଜି ସେନା ପୋଲାଣ୍ଡ ଉପରେ ଆକ୍ରମଣ କରିବାରୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ସୂତ୍ରପାତ ହୋଇଥିଲା। ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ତେବେ ଆସନ୍ତୁ ହିଟଲରଙ୍କ ବିଷୟରେ କିଛି ତଥ୍ୟ ଜାଣିବା।
୧- ହିଟଲର ଜର୍ମାନୀର ଶାସକ ହୋଇଥିଲେ ମଧ୍ୟ ସେ ଉକ୍ତ ରାଷ୍ଟ୍ରର ମୂଳବାସିନ୍ଦା ନଥିଲେ। ସେ ଅଷ୍ଟ୍ରିଆର ଜନ୍ମଗ୍ରହଣ କରିଥିଲେ। ୧୮୮୯ରେ ଜନ୍ମଗ୍ରହଣ କରିଥିବା ହିଟଲରଙ୍କ ବାପା ହେଉଛନ୍ତି ଅଲୋଇସ୍ ହିଟଲର ଏବଂ ମା କ୍ଲାରା ହିଟ୍ଲର। କିନ୍ତୁ ସେ ଅଷ୍ଟ୍ରିଆର ଆର୍ମିରେ ସାମିଲ ନହୋଇ ଜର୍ମାନି ପଳାଇ ଆସିଥିଲେ। ହିଟଲରଙ୍କ ଅନ୍ୟ ୫ ଜଣ ଭାଇ ଭଉଣୀ ଥିଲେ । ହେଲେ ବଡ଼ ହେବା ଆଗରୁ ସେହି ୪ ଜଣ ମୃତ୍ୟୁବରଣ କରିସାରିଥିଲେ।
୨-ହିଟ୍ଲର ଜଣେ କଳାକାର ହେବା ପାଇଁ ଲକ୍ଷ୍ୟ ରଖିଥିଲେ। ୧୯୦୭ ଏବଂ ୧୯୦୮ରେ ସେ ଦୁଇଥର ଭିଏନା ଏକାଡେମିରେ ଆଡ୍ମିଶନ ପାଇଁ ଆବେଦନ କରିଥିଲେ ମଧ୍ୟ ପଢ଼ିବା ପାଇଁ ସୁଯୋଗ ପାଇ ନଥିଲେ। ୧୯୦୮ରେ ତାଙ୍କ ଆବେଦନ ଖାରଜ ହୋଇଯାଇଥିଲା ସେହି ସମୟରେ ତାଙ୍କ ମା’ ସ୍ତନ କର୍କଟରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ। କଳାକାର ହେବା ପାଇଁ ହିଟଲର ତାଙ୍କ ଜୀବନରେ ଅନେକ ସଂଘର୍ଷ କରିଛନ୍ତି। ନିଜ ବୁଦ୍ଧି ବଳରେ କରିଥିବା କଳାକୃତି ବିକ୍ରି ପାଇଁ ୪ ବର୍ଷ ଧରି ସେ ଭିଏନା ରାସ୍ତାରେ ଅନେକ କଷ୍ଟ ଯନ୍ତ୍ରଣା ସହିଛନ୍ତି।
୩-ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀ ପରାସ୍ତ ହେବା ପରେ ହିଟଲର୍ ନାଜି ପାର୍ଟି ଗଠନ କରିଥିଲେ।
୪-ହିଟଲରଙ୍କ ପାଖରେ ଗୋଟିଏ ଅଣ୍ଡକୋଷ ଥିଲା ତେଣୁ ସେ ବାପା ହୋଥଇପାରି ନଥିଲେ।
୫- ହିଟଲର ହଲିଉଡ୍ର କଳାକାର ଚାର୍ଲି ଚାପଲିନ୍ଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ। ତେଣୁ ହିଟଲର ଚାର୍ଲି ଚାପଲିନ୍ଙ୍କ ଭଳି ନିଶ ରଖୁଥିଲେ। ତାଙ୍କ ନିଶକୁ ‘ଟୁଥ୍ ବ୍ରସ’ ନିଶ କୁହାଯାଏ
୬-ହିଟଲର ଜଣେ ବଡ଼ ନିଶାଖୋର ଥିଲେ। ସେ ପ୍ରତିଦିନ ୮୦ ପ୍ରକାରର ନିଶା ସେବନ କରୁଥିଲେ।
from Odisha Reporter https://ift.tt/2S13O4v
No comments:
Post a Comment