ଡାଇବେଟିସ୍‌ ରୋଗୀଙ୍କ ପାଇଁ ଖୁବ୍‌ ଉପକାରୀ ଧନିଆ ମଞ୍ଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଖୁବ୍‌ ଉପକାରୀ ଧନିଆ ମଞ୍ଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଡାଇବେଟିସ୍ ଏପରି ଏକ ସ୍ୱାସ୍ଥ୍ୟ ସମସ୍ୟା, ଯାହାକୁ କେବଳ ସନ୍ତୁଳିତ ଓ ନିୟନ୍ତ୍ରିତ ଭୋଜନ ଶୈଳୀ ଏବଂ ଶାରୀରିକ ପରିଶ୍ରମ ଦ୍ୱାରା ଲଗାମ୍‌ ଦିଆଯାଇ ପାରିବ।
ଶରୀରର ବ୍ଲଡ୍‌ ସୁଗାର୍‌ ସ୍ତରରେ ସ୍ଥିରତା ରହିଲେ, ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବା ସହଜ ହୋଇଥାଏ।

ଡାଇବେଟିସ୍‌ ପୀଡ଼ିତଙ୍କ ଶରୀରର ପାଚନ ତନ୍ତ୍ରରୁ ଆବଶ୍ୟକ ପରିମାଣର ଇନସୁଲିନ୍‌ ନିର୍ଗତ ହେଉ ନଥିବାବେଳେ ନିର୍ଗତ ହେଉଥିବା ଇନସୁଲିନ୍‌କୁ  ଶରୀର ମଧ୍ୟ ସଠିକ୍‌ ଭାବେ ଗ୍ରହଣ କରି ନଥାଏ। ଫଳରେ ଶରୀରରେ ରକ୍ତ ଶର୍କରା ସ୍ତରରେ ଅସ୍ଥିରତା ସୃଷ୍ଟି(ଅସନ୍ତୁଳିତ) ହୋଇଥାଏ।

ଆଉ ଶରୀରରେ ଏହି ବ୍ଲଡ୍‌ ସୁଗାର୍‌ର ସ୍ତରକୁ ସ୍ଥିରତା ଦେବାର କ୍ଷମତା ଆମ ଖାଦ୍ୟ ସାମଗ୍ରୀରେ ନିତିଦିନିଆ ବ୍ୟବହୃତ ଧନିଆ ମଞ୍ଜିରେ ରହିଛି। ଧନିଆ ମଞ୍ଜି ଡାଇବେଟିସ୍‌କୁ ନିୟନ୍ତ୍ରଣରେ ରଖିଥାଏ।

ଧନିଆ ମଞ୍ଜିରେ ପୋଟାସିୟମ୍‌, ଆଇରନ୍‌, ଭିଟାମିନ୍‌ ଏ’, ସି’, କେ’, ଫଲିକ୍‌ ଏସିଡ୍‌, ମ୍ୟାଗ୍ନେସିୟମ୍‌ ଏବଂ କ୍ୟାଲ୍‌ସିୟମ୍‌ ଭଳି ସ୍ୱାସ୍ଥ୍ୟ ଉପଯୋଗୀ ଶକ୍ତିସାର ରହିଛି। ଏହି ସବୁ ସାମଗ୍ରୀ ଦ୍ୱାରା ଶରୀରରେ ରକ୍ତ ଶର୍କରାର ସ୍ତରରେ ସନ୍ତୁଳନ ରକ୍ଷା ହେବା ସହ ଏହା ଡାଇବେଟିସ୍‌କୁ ନିୟନ୍ତ୍ରଣ କରିଥାଏ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଧନିଆ ମଞ୍ଜିକୁ ପାଣିରେ ବତୁରାଇ ଏହି ପାଣି ପିଇବା ଦ୍ୱାରା ଶରୀରରେ ଇନ୍‌ସୁଲିନ୍‌ର ପରିମାଣ ବୃଦ୍ଧି ପାଇଥାଏ। ଧନିଆ ମଞ୍ଜିରେ ଥିବା ତୈଳାଂଶ ଶରୀରର ବ୍ଲଡ୍‌ ସୁଗାର୍‌ ସ୍ତରକୁ ଆବଶ୍ୟକ ଅନୁସାରେ ନିୟନ୍ତ୍ରଣ ରଖେ।

ଧନିଆ ମଞ୍ଜିରୁ ସ୍ୱାସ୍ଥ୍ୟକୁ ମିଳୁଥିବା ଉପକାର:

ଫ୍ଲୋରିଡିଆନ୍‌ ଗବେଷଣା ପ୍ରତିଷ୍ଠାନ ଅନୁଯାୟୀ, ଧନିଆ ମଞ୍ଜି ଡାଇବେଟିସ୍‌ ପୀଡ଼ିତଙ୍କ ରକ୍ତରେ ଗ୍ଲୁକୋଜ୍‌ର ସ୍ତରକୁ ହ୍ରାସ କରିଥାଏ। ଏହା ସହ ଶରୀରକୁ ଆବଶ୍ୟକ ଅନୁସାରେ ଇନ୍‌ସୁଲିନ୍‌ ଯୋଗାଇ ବ୍ଲଡ୍‌ ସୁଗାର୍‌ର ସ୍ତରକୁ ନିୟନ୍ତ୍ରଣରେ ରଖେ।

ସେହିଭଳି ୟୁଏସ୍‌ ନ୍ୟାଶନାଲ୍‌ ଲାଇବ୍ରେରୀ ଅଫ୍‌ ମେଡିସିନ୍‌ର ତଥ୍ୟ ଅନୁସାରେ, ଧନିଆ ମଞ୍ଜି ଶରୀରର ପାଚନତନ୍ତ୍ରରୁ ଇନ୍‌ସୁଲିନ୍‌ ନିର୍ଗତ ପ୍ରକ୍ରିୟାକୁ ନିଯନ୍ତ୍ରଣ କରେ।

ଧନିଆ ମଞ୍ଜିରେ ଥିବା ଏଥାନଲ୍‌ (ethanol) ଶରୀରର ସିରମ୍‌ ଗ୍ଲୁକୋଜ୍‌ (serum glucose) ବା ରକ୍ତ ଶର୍କରାର ମାତ୍ରା ହ୍ରାସ କରିଥାଏ।

ଏହା ସହ ଏହି ଏଥାନଲ୍‌ ପାଚନ ତନ୍ତ୍ରର ଇନ୍‌ସୁଲିନ୍‌ ନିର୍ଗତ କ୍ଷମତା ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ।

ଧନିଆ ମଞ୍ଜିର ସଠିକ୍‌ ବ୍ୟବହାର ଦ୍ୱାରା ହଜମ ପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହୋଇଥାଏ ଏବଂ ଏହା ବ୍ଲଡ୍‌ ସୁଗାର୍‌ର ସ୍ତରକୁ ସ୍ଥିର ରଖେ। ଆଉ ହଜମ ଶକ୍ତି ବୃଦ୍ଧି ହେଲେ ଅର୍ଥାତ୍‌ ଶରୀରରେ ଖାଦ୍ୟ ଠିକ୍‌ ଭାବେ ହଜମ ହେବା ଦ୍ୱାରା ଡାଇବେଟିସ୍‌ ମଧ୍ୟ ନିଯନ୍ତ୍ରଣରେ ରହେ।

କେମିତି କରିବେ ଧନିଆ ମଞ୍ଜିର ବ୍ୟବହାର:

ଧନିଆ ମଞ୍ଜିରୁ ଉପକାର ପାଇବାର ସର୍ବୋତ୍କୃଷ୍ଟ ରାସ୍ତା ହେଉଛି, କିଛି ଧନିଆ ମଞ୍ଜି ପୂର୍ବ ରାତିରୁ ପାଣିରେ ବତୁରାଇ ଦିଅନ୍ତୁ। ପର ଦିନ ସକାଳୁ ଉଠିବା ମାତ୍ରେ ଖାଲି ପେଟରେ ଏହି ଧନିଆ ମଞ୍ଜି ବତୁରା ପାଣିକୁ ପିଅନ୍ତୁ। ଏହି ପାଣି ଶରୀରେରେ ବ୍ଲଡ୍‌ ଗ୍ଲୁକୋଜ୍‌ ସ୍ତରକୁ ସାରା ଦିନ ନିୟନ୍ତ୍ରଣରେ ରଖିଥାଏ। ଏହା ସହ ଏହି ପାଣି ରକ୍ତରେ ଖରାପ କୋଲେଷ୍ଟ୍ରଲ୍‌ର ମାତ୍ରା ହ୍ରାସ କରି ଏଥିରେ ଭଲ କୋଲେଷ୍ଟ୍ରଲ୍‌ ବଢାଇଥାଏ।

ଏପରିକି ଘରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀରେ ଧନିଆ ମଞ୍ଜିର ପରିମାଣକୁ ବଢାଇ ଆପଣ ଏହାର ଫାଇଦା ମଧ୍ୟ ନେଇପାରିବେ।

ତେବେ ଡାଇବେଟିସ୍‌ ରୋଗୀ ଔଷଧ ଖାଉଥିଲେ, ନିୟମିତ ଧନିଆ ମଞ୍ଜି ସେବନ କରିବା ପୂର୍ବରୁ ଡାକ୍ତରଙ୍କ ସହ ଆବଶ୍ୟକ ପରାମର୍ଶ କରିବା ଜରୁରୀ।



from Odisha Reporter https://ift.tt/2OwhupH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages