ବିଗ୍‌ ବି ଅମିତାଭଙ୍କୁ #MeToo ଧମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ବିଗ୍‌ ବି ଅମିତାଭଙ୍କୁ #MeToo ଧମକ

ମୁମ୍ବାଇ (ଓଡ଼ିଶା ରିପୋର୍ଟର): #MeToo ଅଭିଯାନ ଭାରତରେ ଜୋରସୋରରେ ଚାଲିବା ସହିତ ବଡ଼ ବଡ଼ ନାଁ ସବୁ ସାମ୍ନାକୁ ଆସୁଛି। ଏଥିରେ ଆଲୋକନାଥ, ବିକାଶ ବେହଲ୍‌, ନାନା ପାଟେକର, ସାଜିଦ୍‌ ଖାନ୍‌, ଅନୁ ମଲିକ୍‌ ଏବଂ କୈଲାଶ ଖେର ଆଦି ଅନେକ ନାମ ଏହି ତାଲିକାରେ ଯୋଡ଼ି ହୋଇସାରିଛି। ଅତୀତରେ ଘଟିଥିବା କିଛି ଘଟଣା ଏବେ ସାମ୍ନାକୁ ଆସିବା ପରେ ଅଡ଼ୁଆରେ ପଡ଼ିଛନ୍ତି ଏହି ତାରକାମାନେ।

କିନ୍ତୁ ଶୁକ୍ରବାର ସେଲେବ୍ରିଟି ହେୟାର ଷ୍ଟାଇଲିଷ୍ଟ ସପ୍‌ନା ଭବ୍‌ନାନି ଟ୍ୱିଟର୍‌ରେ କିମ୍ବଦନ୍ତୀ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନଙ୍କ ନାମ ଏଥିରେ ଯୋଡ଼ିବାର ପ୍ରୟାସ କରିଛନ୍ତି। ଏହି ଅଭିଯାନ ସମର୍ଥନରେ ଅମିତାଭ ପୂର୍ବରୁ ପୋଷ୍ଟ କରିଥିବା ଏକ ଟ୍ୱିଟ୍‌ର ଉତ୍ତର ରଖି ସେ କହିଛନ୍ତି, ଏହା ଦୁନିଆର ସବଠାରୁ ବଡ଼ ମିଛ। ସାର୍‌, ‘ପିଙ୍କ’ ଫିଲ୍ମ ରିଲିଜ୍ ହୋଇ ପରଦାରୁ ଯାଇସାରିଛି। ଆଉ ସାମାଜିକ କର୍ମୀଭାବେ ଆପଣଙ୍କ ଭାବମୂର୍ତ୍ତି ମଧ୍ୟ ଖୁବ୍‌ଶୀଘ୍ର ଯିବ। ସତ୍ୟ ଖୁବ୍‌ ଶୀଘ୍ର ବାହାରକୁ ଆସିବ। ଆଶ କରେ ଏବେ ଆପଣ ହାତ କାମୁଡ଼ୁ ଥିବେ, କାରଣ ନଖ କାମୁଡ଼ିବା ଯଥେଷ୍ଟ ହେବନି।

ଏହି ରିପ୍ଲାଇ ଟ୍ୱିଟ୍‌ରେ ସପ୍‌ନା ବଚ୍ଚନଙ୍କୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି।



from Odisha Reporter https://ift.tt/2EjwFy0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages