ମାନିଲା ଫେସ୍‌ବୁକ୍, ୨ କୋଟି ୯୦ ଲକ୍ଷ ୟୁଜରଙ୍କ ତଥ୍ୟ ଚୋରି ହୋଇଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ମାନିଲା ଫେସ୍‌ବୁକ୍, ୨ କୋଟି ୯୦ ଲକ୍ଷ ୟୁଜରଙ୍କ ତଥ୍ୟ ଚୋରି ହୋଇଛି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) ଫେସ୍‌ବୁକ୍‌ରେ ଫଟୋ ପୋଷ୍ଟ କର। ଲାଇକ୍, ଶେୟାର ଆଉ କମେଣ୍ଟ୍ କୁ ଚାତକ ପରି ଚାହିଁ ଥାଅ। ରାତିରେ ଫଟୋ ଅପଲୋଡ୍ କରିଥିଲେ ସକାଳୁ କେତେ ଜଣ ରିଆକ୍ଟ କଲେ ଗୋଟି ଗୋଟି କରି ଦେଖ। କିଏ କିଭଳି କମେଣ୍ଟ୍ ଦେଲା ତାକୁ ନେଇ ମନେ ମନେ ହସ ଆଉ ପୁଣି ନିଜେ ତାର ପ୍ରତ୍ୟୁତ୍ତର ଦିଅ। ଏସବୁ ଗୋଟେ ନିଶାରେ ପରିଣତ ହେଲାଣି। ଫେସ୍‌ବୁକ୍ ୟୁଜରଙ୍କ ମଧ୍ୟରେ ବୋଧେ ବହୁତ୍ କମ୍ ଲୋକ ଥିବେ ଯେଉଁମାନେ କି ଦିନଟିଏ ବିଲ୍‌କୁଲ୍ ଆକାଉଣ୍ଟ୍ ଖୋଲୁ ନଥିବେ।

କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ପ୍ରାୟ ୨ କୋଟି ୯୦ ଲକ୍ଷ ଫେସ୍‌ବୁକ୍ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଛି। ଗତ ମାସ ଶେଷ ଆଡ଼କୁ ଏଭଳି ଘଟଣା ଘଟିଥିବା ବେଳେ ଏହାକୁ ନେଇ ଗଣମାଧ୍ୟମରେ ସେତେଟା ଚର୍ଚ୍ଚା ହୋଇ ନାହିଁ। କିନ୍ତୁ ଶୁକ୍ରବାର ନିଜେ ଫେସ୍‌ବୁକ୍ ଏହି ତଥ୍ୟ ଚୋରି ଘଟଣାକୁ ସ୍ୱୀକାର କରିଛି।

ଗୋଟେ ପଟେ ତଥ୍ୟ ଚୋରି ହୋଇଛି ବୋଲି ଫେସ୍‌ବୁକ୍ ମାନି ଯାଇଥିଲେ ମଧ୍ୟ ନିଜକୁ ବଞ୍ଚାଇବାକୁ ଯାଇ କହିଛି ଯେ, କେବଳ ଜନ୍ମ ତାରିଖ, ଶିକ୍ଷାଗତ ଯୋଗ୍ୟତା ଏବଂ ଫ୍ରେଣ୍ଡ୍ ଲିଷ୍ଟ୍ ସମ୍ପର୍କିତ ତଥ୍ୟ ଚୋରି ହୋଇଛି।



from Odisha Reporter https://ift.tt/2yFnDoO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages