ଦେଖନ୍ତୁ, କେମିତି ପ୍ରତିବନ୍ଧକକୁ ଡେଇଁ ଆଗକୁ ଦୌଡ଼ୁଛି ରୋବୋଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ଦେଖନ୍ତୁ, କେମିତି ପ୍ରତିବନ୍ଧକକୁ ଡେଇଁ ଆଗକୁ ଦୌଡ଼ୁଛି ରୋବୋଟ୍‌

(ଓଡ଼ିଶା ରିପୋର୍ଟର): ମଣିଷର ଅବିକଳ ଅନୁକରଣରେ ରୋବୋଟ୍‌ର ସୃଷ୍ଟି, କିନ୍ତୁ ରୋବୋଟ୍‌ରେ ଏଭଳି କିଛି ଅଭାବ ରହିଯାଇଛି ଯେଉଥିପାଇଁ ଏହାକୁ ମଣିଷ ସହିତ ତୁଳନା କରିହେବ ନାହିଁ। କେବଳ ଚିନ୍ତନ ଶକ୍ତିରେ ନୁହେଁ, ବରଂ ଏହାର ଚାଲିବା ଏବଂ ଚଳପ୍ରଚଳ ସମ୍ପର୍କିତ ଅନ୍ୟ ସମସ୍ତ କାର୍ଯ୍ୟକଳାପରେ ରୋବୋଟ୍‌ ବର୍ତ୍ତମାନ ମଧ୍ୟ ପଛୁଆ ଅଛି। କିନ୍ତୁ ଗବେଷଣା ଓ ଟେକ୍ନୋଲୋଜିର ବ୍ୟାପକ ଉନ୍ନତି ଯୋଗୁ ଏହି ରୋବୋଟ୍‌ଗୁଡ଼ିକରେ କ୍ରମେ ନୂତନ ବୈଶିଷ୍ଟ୍ୟ ଯୋଡ଼ି ହେଉଛି।

ଆଉ ଏବେ ଏଭଳି ଏକ ରୋବୋଟ୍‌ ବିକଶିତ କରାଯାଇଛି ଯାହାକି ସାମ୍ନାରେ ଆସୁଥିବା ବାଧାବିଘ୍ନ ଦେଖି ଅଟକି ନଯାଇ ତାକୁ ସହଜରେ ଡେଇଁ ଅତିକ୍ରମ କରିଯାଉଛି। ‘ପାର୍କର’ ନାମକ ଏହି ରୋବୋଟ୍‌ ଦୁଇ ପେଡାଲ୍‌ ବିଶିଷ୍ଟ ଏବଂ ବ୍ୟାଟେରୀ ଚାଳିତ। ଏହା କେବଳ ଡେଉଁନି ବରଂ ତା ରାସ୍ତାରେ ଥିବା ସବୁ ପ୍ରତିବନ୍ଧକକୁ ଡେଇଁ ଆଗକୁ ମାଡ଼ିଯାଇପାରୁଛି। ରୋବୋଟ୍‌ଟି ଏହାର ଗୋଡ଼, ବାହୁ ଏବଂ ଗଣ୍ଡି ମଧ୍ୟରେ ଭାରସାମ୍ୟ ରକ୍ଷା କରି ଆଗକୁ ବଢ଼ୁଛି। ସର୍ବାଧିକ ୪୦ ସେମି ଯାଏ ପାହୁଣ୍ଡ ପକାଇ ଆଗକୁ ଯାଇ ପାରୁଛି ଏହି ରୋବୋଟ୍‌।

ସାମ୍ନାରେ ଆସୁଥିବା ପ୍ରତିବନ୍ଧକକୁ ଦେଖିବାପାଇଁ ଏହା କମ୍ପ୍ୟୁଟର୍‌ ଭିଜନ୍‌ ବ୍ୟବହାର କରୁଛି। ବିପର୍ଯ୍ୟୟ ସମୟରେ ଏହା ଉଦ୍ଧାର କାର୍ଯ୍ୟରେ ଲାଗିପାରିବ ବୋଲି ଆଶା କରାଯାଉଛି।

ଏବେ ଦେଖନ୍ତୁ ‘ପାର୍କର’ ରୋବଟ୍‌ର କାରନାମା।



from Odisha Reporter https://ift.tt/2RMQIaQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages