
ନୂଆଦିଲ୍ଲୀ: କିଛିଦିନ ତଳେ ‘ହ୍ୱାଟ୍ସଆପ୍’ରେ ଏକ ନୂଆ ଫିଚର ଆସିଥିଲା, ଯାହା ସାହାଯ୍ୟରେ ୟୁଜର୍ସ ମେସେଜ ପଠାଇବା ପରେ ଏହାକୁ ଡିଲିଟ୍ ମଧ୍ୟ କରିପାରିବେ।
ପୂର୍ବରୁ ଏପରି କଲେ ମେସେଜଟି କେବଳ ସେଣ୍ଡର୍ଙ୍କ ପାଇଁ ଡିଲିଟ୍ ହେଉଥିଲା। କିନ୍ତୁ ଯାହା ପାଖକୁ ମେସେଜ୍ ପଠା ଯାଉଥିଲା, ସେ ଏହାକୁ ପଢ଼ି ପାରୁଥିଲେ। ତେବେ ଏବର ନୂଆ ଫିଚର୍ ଅନୁସାରେ, ପଠାଇଥିବା ମେସେଜଟିକୁ ସେଣ୍ଡର୍ ଡିଲିଟ୍ କଲେ ଏହା ଦୁଇ ପାର୍ଶ୍ୱର ଇନ୍ବକ୍ସରୁ ଡିଲିଟ୍ ହୋଇଯିବ। ଏହି ଫିଚରର ନାଁ ହେଉଛି Delete for everyone।
ତେବେ ଆପଣ ଜାଣନ୍ତି, ଏହି ଡିଲିଟେଡ୍ ମେସେଜକୁ ମଧ୍ୟ ଆପଣ ପଢ଼ିପାରିବେ। ଏଥିପାଇଁ ଏକ ଉପାୟ ଅଛି, ଯାହା ଆଜି ଆମେ ଆପଣଙ୍କୁ ବତାଇବୁ।
ପ୍ରଥମେ ଆପଣଙ୍କୁ ଗୁଗଲ୍ ପ୍ଲେ-ଷ୍ଟୋର୍ରୁ Notification History ନାମକ ଏକ ଆପ୍ ଡାଉନ୍ଲୋଡ୍ କରିବାକୁ ପଡ଼ିବ। ଏହାପରେ ହ୍ୱାଟ୍ସଆପ୍ରେ ଆପଣଙ୍କୁ ଯାହା ବି ମେସେଜ ଆସିବ, ତାହା ଆପଣଙ୍କୁ ଏହି ଆପ୍ ଜରିଆରେ ନୋଟିଫିକେଶନ୍ ମିଳିବ। ହେଲେ,ଏହା ଆପଣଙ୍କୁ ‘ମେସେଜ୍ ଲଗ୍’ ଫର୍ମାଟ୍ରେ ମିଳିବ। ଏଥିପାଇଁ ଏହି ଆପ୍ର ସେଟିଙ୍ଗକୁ ଯାଇ ଆପଣଙ୍କୁ ଆକ୍ସେସ୍ ଦେବାକୁ ପଡ଼ିବ।
ଏହାପରେ ଲଗ୍ ବିକଳ୍ପ ଉପରେ କ୍ଲିକ୍ କରି ଆପଣ ମେସେଜ୍ ପଢ଼ି ପାରିବେ। କିନ୍ତୁ କନ୍ଭର୍ସେସନ୍ ଯଦି ଲମ୍ବା ହୋଇଥାଏ, ତେବେ ବୋଧହୁଏ ଏଥିରେ ସବୁ ମେସେଜ୍ ଶୋ’ ନ କରିପାରେ। କିନ୍ତୁ ମେସେଜ କେଉଁ ସମ୍ବନ୍ଧରେ ଥିଲା, ତାହା ଆପଣଙ୍କୁ ଅବଶ୍ୟ ଜଣା ପଡ଼ିଯିବ ।ଏହି ଆପ୍ର ବିଶେଷତ୍ତ୍ୱ ହେଉଛି, ଯଦି କେହି ଆପଣଙ୍କୁ ମେସେଜ୍ ପଠାଇ ଡିଲିଟ୍ କରିଦିଅନ୍ତି, ତଥାପି ଆପଣ ସେ ପଠାଇଥିବା ମେସେଜ୍ ପଢ଼ିପାରିବେ।କାରଣ ଏଠାରେ ଡିଲିଟେଡ୍ ମେସେଜ୍ ମଧ୍ୟ ଶୋ’ କରେ।
from Odisha Reporter https://ift.tt/2PpZwG9
No comments:
Post a Comment